ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆମ ଓଡ଼ିଶା

ରାମନବମୀ ପୂର୍ବରୁ ଆଲର୍ଟ: ଶାନ୍ତିଶୃଙ୍ଖଳା ପାଇଁ ପୋଲିସକୁ ସିଏମଙ୍କ କଡା ନିର୍ଦ୍ଦେଶ

ରାମନବମୀ ପୂର୍ବରୁ ଆଲର୍ଟ: ଶାନ୍ତିଶୃଙ୍ଖଳା ପାଇଁ ପୋଲିସକୁ ସିଏମଙ୍କ କଡା ନିର୍ଦ୍ଦେଶ 

ଆସନ୍ତା ୨୭ ତାରିଖରେ ପାଳିତ ହେବାକୁ ଯାଉଥିବା ପବିତ୍ର ରାମନବମୀ ଅବସରରେ ରାଜ୍ୟରେ ଶାନ୍ତି ଓ ଶୃଙ୍ଖଳା ବଜାୟ ରଖିବାକୁ ସରକାର ସଚେତନ ହୋଇଛନ୍ତି। ଏହି ପର୍ବକୁ ନିର୍ବିଘ୍ନ ଓ ସୁସ୍ଥ ଭାବେ ପାଳନ କରାଇବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୋଲିସ ପ୍ରଶାସନକୁ ସ୍ପଷ୍ଟ ଓ କଡା ନିର୍ଦ୍ଦେଶ ଜାରି କରିଛନ୍ତି।

ଲୋକସେବା ଭବନରେ ଆୟୋଜିତ ଏକ ଉଚ୍ଚସ୍ତରୀୟ ବୈଠକରେ ସେ ଅଧ୍ୟକ୍ଷତା କରି କହିଥିଲେ, ଭକ୍ତି ଓ ଆଧ୍ୟାତ୍ମିକତାର ଏହି ମହତ୍ତ୍ୱପୂର୍ଣ୍ଣ ପର୍ବରେ କୌଣସି ପ୍ରକାରର ଅଶାନ୍ତିକୁ ସହି ନ ହେବ। ରାଜ୍ୟର ସମସ୍ତ ଜିଲ୍ଲାରେ ପୋଲିସ ମୁତୟନ ବଢାଇ ସମ୍ବେଦନଶୀଳ ଅଞ୍ଚଳରେ ବିଶେଷ ନଜର ରଖିବାକୁ ସେ ନିର୍ଦ୍ଦେଶ ଦେଇଥିଲେ।

ମୁଖ୍ୟମନ୍ତ୍ରୀ ଏହା ମଧ୍ୟ ସ୍ମରଣ କରାଇଥିଲେ ଯେ, ଗତ ବର୍ଷ ପୋଲିସର ସତର୍କ ପଦକ୍ଷେପ ଯୋଗୁଁ ପର୍ବଟି ଶାନ୍ତିପୂର୍ଣ୍ଣ ଭାବେ ସମ୍ପନ୍ନ ହୋଇଥିଲା। ଏବେ ମଧ୍ୟ ସେହି ପ୍ରକାର ଯଥାର୍ଥ ପରିକଳ୍ପନା ଓ କଢା ନିର୍ବାହ ଦ୍ୱାରା ଲୋକମାନେ ନିର୍ଭୟ ଭାବେ ପର୍ବ ପାଳନ କରିପାରିବେ ବୋଲି ସେ ଆଶା ପ୍ରକାଶ କରିଥିଲେ।

ସେ କହିଥିଲେ, ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଙ୍କ ଜନ୍ମ ତିଥି ଭାବରେ ପାଳିତ ଏହି ଦିନଟି ଲୋକମାନଙ୍କ ପାଇଁ ଭକ୍ତି ଓ ଶ୍ରଦ୍ଧାର ପ୍ରତୀକ। ତେଣୁ, ସମସ୍ତେ ଯେପରି ସୁରକ୍ଷିତ ଓ ଶାନ୍ତିପୂର୍ଣ୍ଣ ପରିବେଶରେ ପର୍ବର ଆନନ୍ଦ ଉଠାଇପାରିବେ, ସେଥିପାଇଁ ପୋଲିସ ପ୍ରଶାସନକୁ ସତର୍କ ଓ ସକ୍ରିୟ ରହିବାକୁ ସେ ଉପଦେଶ ଦେଇଥିଲେ।

ଏହି ବୈଠକରେ ଶୀର୍ଷ ପ୍ରଶାସନିକ ଓ ପୋଲିସ ଅଧିକାରୀମାନେ ଉପସ୍ଥିତ ରହି ପର୍ବ ପାଳନ ସମ୍ବନ୍ଧୀୟ ସୁରକ୍ଷା ବ୍ୟବସ୍ଥା ଓ ପରିଚାଳନା ନେଇ ବିସ୍ତୃତ ଆଲୋଚନା କରିଥିଲେ।

Related posts

ଡାକ୍ତରଙ୍କୁ ମାର୍ଚ୍ଚ ୧୦ ସୁଦ୍ଧା ସାର୍ଟିଫିକେଟ ଜମା କରିବାକୁ ନିର୍ଦ୍ଦେଶ ଦେଲେ ରାଜ୍ୟ ସରକାର

Sunil Chandra Nayak

ବିଜ୍ଞାନ ଓ ବାଣିଜ୍ୟ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ବଡ଼ ଖବର – ମେ ୨୮ରେ +୨ ରେଜଲ୍ଟ ତାରିଖ ଘୋଷଣା, ପ୍ରଥମେ ପ୍ରକାଶ ପାଇବ ବିଜ୍ଞାନ ଓ ବାଣିଜ୍ୟର ଫଳ

ପର୍ଯ୍ୟଟକ ଙ୍କ ଆକର୍ଷଣ ର କେନ୍ଦ୍ର ବିନ୍ଦୁ ‘ ସାପୁଆ ଜଳ ଭଣ୍ଡାର ‘

Sunil Chandra Nayak

Leave a Comment

error: Content is protected !!