ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆମ ଓଡ଼ିଶାତାଜା ଖବର

ଏଣିକି ପ୍ରତି ପଞ୍ଚାୟତରେ ଗଡ଼ିବ ‘ମୋ ବସ୍‌’ , କୋରାପୁଟ, ନବରଙ୍ଗପୁର, ରାୟଗଡା, ମାଲକାନଗିରି, କଳାହାଣ୍ଡି ଓ ଗଜପତି ଜିଲ୍ଲାକୁ ସାମିଲ

ଡ୍ରାଇଭର ଓ କଣ୍ଡକ୍ଟର ପଦବିରେ ଲୋକଙ୍କୁ କର୍ମନିଯୁକ୍ତି ମିଳିବ…..

ପ୍ରତି ପଞ୍ଚାୟତରେ ଗଡ଼ିବ ‘ମୋ ବସ୍‌’। ବ୍ଲକ୍‌ ମୁଖ୍ୟାଳୟରୁ ପ୍ରତି ପଞ୍ଚାୟତକୁ ଚାଲିବ ‘ମୋ ବସ୍‌’ । ଏନେଇ ସୂଚନା ଦେଲେ ପରିବହନ ସଚିବ ଊଷା ପାଢ଼ୀ । ସେ କହିଛନ୍ତି ଯେ, ଲକ୍ଷ୍ମୀ ସ୍କିମ୍‌ରେ ଗ୍ରାମାଞ୍ଚଳକୁ ଦିଆଯିବ ପରିବହନ ସୁବିଧା । ପ୍ରଥମ ଫେଜ୍‌ରେ ପାଇଲଟ ପ୍ରୋଜେକ୍ଟରେ ୬ଟି ଜିଲ୍ଲାରେ ଚାଲିବ । କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, ମାଲକାନଗିରି, କଳାହାଣ୍ଡି ଓ ଗଜପତି ଜିଲ୍ଲାରେ ଚାଲିବ ମୋ ବସ୍‌ ।

ଶସ୍ତାରେ ଲୋକଙ୍କୁ ମିଳିବ ପରିବହନ ସେବା! ଡ୍ରାଇଭର-କଣ୍ଡକ୍ଟର ପଦବିରେ ମିଳିବ କର୍ମନିଯୁକ୍ତି।

ରାଜଧାନୀ ଭୁବନେଶ୍ବର, କଟକ, ପୁରୀ, ରାଉରକେଲା ଭଳି ଆଗାମୀ ଦିନରେ ରାଜ୍ୟର ଗ୍ରାମାଞ୍ଚଳରେ ବସବାସ କରୁଥବା ଲୋକଙ୍କୁ ମୋ ବସ୍‌ ସୁବିଧା ମିଳିପାରିବ। ଲୋକେ ନିଜ ଗ୍ରାମପଞ୍ଚାୟତ ଠାରୁ ବ୍ଲକକୁ ଯାଉଥିଲେ କମ୍‌ ଟଙ୍କା ଦେଇ ମୋ ବସ୍‌ରେ ଯିବା ଆସିବା କରିପାରିବେ। ରାଜ୍ୟ ସରକାର ଏନେଇ ଯୋଜନା ଆରମ୍ଭ କରିଦେଇଛନ୍ତି। ଗ୍ରାମାଞ୍ଚଳରେ ମୋ ବସ୍‌ ସେବା ନେଇ ପରିବହନ ସଚିବ ଉଷା ପାଢ଼ୀ ସୂଚନା ଦେଇଛନ୍ତି।

ଶ୍ରୀମତୀ ପାଢ଼ୀ କହିଛନ୍ତି ଯେ, ଲୋକଙ୍କୁ ସର୍ବସାଧାରଣ ପରିବହନ ସେବା ଯୋଗାଇ ଦେବା ପାଇଁ ଲକ୍ଷ୍ମୀ ଯୋଜନା ଆରମ୍ଭ କରାଯାଉଛି। ଏହି ଯୋଜନା ମାଧ୍ୟମରେ ବ୍ଲକରୁ ପ୍ରତି ପଞ୍ଚାୟତକୁ ମୋ ବସ୍‌ ସେବା ମିଳିବ। ପ୍ରଥମ ପର୍ଯାୟରେ ପାଇଲେଟ ପ୍ରୋଜେକ୍ଟ ଭାବେ ରାଜ୍ୟର ୬ଟି ଜିଲ୍ଲାକୁ ହାତକୁ ନିଆଯାଇଛି। ଏଥିରେ କୋରାପୁଟ, ନବରଙ୍ଗପୁର, ରାୟଗଡା, ମାଲକାନଗିରି, କଳାହାଣ୍ଡି ଓ ଗଜପତି ଜିଲ୍ଲାକୁ ସାମିଲ କରାଯାଇଛି। ପରବର୍ତ୍ତୀ ଅବସ୍ଥାରେ ରାଜ୍ୟର ସମସ୍ତ ପଞ୍ଚାୟତକୁ ମୋ ବସ୍‌ ଚାଲିବ।

ସୂଚନାଯୋଗ୍ୟ, ରାଜ୍ୟର ୩୦ଟି ଜିଲ୍ଲା ଅଧିନରେ ୩୧୪ଟି ବ୍ଲକ ରହିଛି। ଏହି ବ୍ଲକଗୁଡ଼ିକର ଅଧିନରେ ୬୭୯୮ଟି ପଞ୍ଚାୟତ ଅଛି। ବ୍ଲକ ମୁଖ୍ୟାଳୟ ଠାରୁ ପଞ୍ଚାୟତଗୁଡ଼ିକୁ ସ‌ଂଯୋଗ କରିବା ପାଇଁ ଅତି କମରେ କେତେ ବସ୍‌ ଚାଲିବ ଏବଂ କିମି ପିଛା ଯାତ୍ରୀ ଭଡ଼ା କେତେ ରହିବ ସେ ନେଇ ଯଦିଓ ଘୋଷଣା କରାଯାଇ ନାହିଁ। ତଥାପି ଏହି ସେବା ଆରମ୍ଭ ହେବା ଦ୍ବାରା ଲୋକଙ୍କୁ କମ୍‌ ଯାତ୍ରୀ ଭଡ଼ାରେ ଯିବାଆସିବା ସୁବିଧା ହୋଇପାରିବ ବୋଲି ଆଶା କରାଯାଉଛି। ଅନ୍ୟପଟରେ ଡ୍ରାଇଭର ଓ କଣ୍ଡକ୍ଟର ପଦବିରେ ଲୋକଙ୍କୁ କର୍ମନିଯୁକ୍ତି ମିଳିବ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଅଙ୍ଗନବାଡି କର୍ମୀଙ୍କ ଆନ୍ଦୋଳନ ସ୍ଥଗିତ….

Sunil Chandra Nayak

ମହାମହିମ ରାଷ୍ଟ୍ରପତିଙ୍କ ଦ୍ୱାରା ଓଡିଶାରେ ତିନୋଟି ପ୍ରକଳ୍ପର ମୂଳଦୁଆ

masiha

ଆଜି ଓଡିଶାରେ ଚାଲିଛି ବନ୍ଦେ ଭାରତ ଏକ୍ସପ୍ରେସର ଟ୍ରାଏଲ ରନ୍, ହାୱଡାରୁ ଭୁବନେଶ୍ୱର ଅଭିମୁଖେ ବାହାରିଲା ଟ୍ରେନ୍

Sunil Chandra Nayak

Leave a Comment

error: Content is protected !!