ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆମ ଓଡ଼ିଶା

୫ଟି ସଚିବ ଭି.କେ. ପାଣ୍ଡିଆନଙ୍କୁ ଏଫଆଇଏଚ୍ ପ୍ରେସିଡେଣ୍ଟ୍ ସମ୍ମାନ

ଏଫଆଇଏଚ୍ ପ୍ରେସିଡେଣ୍ଟ୍ ଆୱାର୍ଡ୍ ସେହି ବ୍ୟକ୍ତି, ସଂଗଠନ କିମ୍ବା ଜାତୀୟ ସଂଘକୁ ଦିଆଯାଇଥାଏ ଯେଉଁମାନେ ନିଜ କ୍ଷେତ୍ରରେ ହକିର ବିକାଶ ପାଇଁ ବିଶେଷ ଯୋଗଦାନ କରିଥାନ୍ତି….

ହକି ବିଶ୍ବକପ୍ ଫାଇନାଲ ପୂର୍ବରୁ ଫାଇଭ୍ ଟି ସଚିବ ଭି.କେ. ପାଣ୍ଡିଆନଙ୍କୁ ହକି ପାଇଁ ଅବଦନା ନିମନ୍ତେ ଏଫଆଇଏଚ୍ ପ୍ରେସିଡେଣ୍ଟ୍ ଆୱାର୍ଡରେ ସମ୍ମାନିତ କରାଯାଇଛି । ଏଫଆଇଏଚ୍ ସଭାପତି ଚୟବ ଇକ୍ରାମ ତାଙ୍କୁ ଏହି ସମ୍ମାନ ପ୍ରଦାନ କରିଛନ୍ତି । ଫାଇଭ୍ ଟି ସଚିବଙ୍କୁ ପ୍ରେସିଡେଣ୍ଟ୍ ଆୱାର୍ଡ୍ ପ୍ରଦାନ କରି ତୟବ ଇକ୍ରାମ କହିଛନ୍ତି ଯେ, ହକି ବିଶ୍ବକପକୁ ବିଶ୍ବସ୍ତରରେ ଏକ ସଫଳ ଆୟୋଜନ କରିବାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ପାଣ୍ଡିଆନଙ୍କ ଯୋଗଦାନ ଅତୁଳନୀୟ । ତାଙ୍କୁ ଏଫଆଇଏଚ୍ ପ୍ରେସିଡେଣ୍ଟ୍ ସମ୍ମାନ ପ୍ରଦାନ କରି ମୁଁ ବ୍ୟକ୍ତିଗତ ଭାବେ ସମ୍ମାନିତ ମନେ କରୁଛି ।

ଅନ୍ୟପକ୍ଷରେ ଏହି ସମ୍ମାନକୁ ଗ୍ରହଣ କରି ୫ଟି ସଚିବ ଭି.କେ. ପାଣ୍ଡିଆନ୍ କହିଛନ୍ତି ଯେ, ମୁଁ ଏହି ସମ୍ମାନ ଗ୍ରହଣ କରି ବେସ ସମ୍ମାନିତ ମନେ କରୁଛି । ମୁଁ ଏକମାତ୍ର ଏହାର ବିଜେତା ନୁହେଁ, ମୁଁ କେବଳ ମାତ୍ର ଟିମ୍ ଓଡ଼ିଶାର ପ୍ରତିନିଧି । ଆମେ ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ଦ୍ବାରା ଅନୁପ୍ରେରିତ ।

ଫାଇଭ୍ ଟି ସଚିବଙ୍କୁ ହକିର ସର୍ବୋଚ୍ଚ ସଂଗଠନ ଦ୍ବାରା ପ୍ରଦତ୍ତ ସମ୍ମାନ ଉପରେ ପ୍ରତିକ୍ରିୟା ପ୍ରକାଶ କରି ହକି ଇଣ୍ଡିଆ ସଭାପତି ଦିଲ୍ଲୀପ ତିର୍କୀ କହିଛନ୍ତି, ‘ମୁଁ ବ୍ୟକ୍ତିଗତ ଭାବେ ଖେଳ, ବିଶେଷ କରି ହକି ପ୍ରତି ଫାଇଭ ଟି ସଚିବଙ୍କ ଯୋଗଦାନକୁ ଗତ ଦୁଇ ଦଶକ ଧରି ଦେଖି ଆସୁଛି । ଯେହେତୁ ସେ ନିଜେ ଜଣେ କ୍ରୀଡ଼ାବିତ ତେଣୁ ସେ ସବୁବେଳ ଖେଳାଳିଙ୍କୁ ସର୍ବୋତ୍ତୋମ ସୁବିଧା ଦେବାକୁ ଚାହିଁ ଆସିଛନ୍ତି ।’

ସୂଚନାଯୋଗ୍ୟ ଯେ, ଏଫଆଇଏଚ୍ ପ୍ରେସିଡେଣ୍ଟ୍ ଆୱାର୍ଡ୍ ସେହି ବ୍ୟକ୍ତି, ସଂଗଠନ କିମ୍ବା ଜାତୀୟ ସଂଘକୁ ଦିଆଯାଇଥାଏ ଯେଉଁମାନେ ନିଜ କ୍ଷେତ୍ରରେ ହକିର ବିକାଶ ପାଇଁ ବିଶେଷ ଯୋଗଦାନ କରିଥାନ୍ତି ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ମୋ ଘର’ ଯୋଜନା କ’ଣ ? କେମିତି କରିବେ ଆବେଦନ ? 

ରାଉରକେଲାରେ ପ୍ଲାନେଟରିୟମ୍ ଓ ବିଜ୍ଞାନ କେନ୍ଦ୍ର ଉଦଘାଟନ କଲେ ରାଷ୍ଟ୍ରପତି

Sunil Chandra Nayak

ରାଇରଙ୍ଗପୁର ପୂର୍ଣେଶ୍ବର ଶୈବପୀଠରେ ଗଜାନନ ବିଗ୍ରହ ପ୍ରତିଷ୍ଠାରେ ମହାମହିମ ରାଷ୍ଟ୍ରପତିଙ୍କ ପୂଜାର୍ଚ୍ଚନା 

masiha

Leave a Comment

error: Content is protected !!