ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ରୁପ୍ରା ମଣ୍ଡଳ ପକ୍ଷରୁ ପଣ୍ଡିତ ଦୀନଦୟାଳ ଉପାଧ୍ୟାୟଙ୍କ ପୂଣ୍ୟତିଥି ଅବସରରେ ସମର୍ପଣ ଦିବସ ପାଳିତ  

ରୁପ୍ରା ମଣ୍ଡଳ ପକ୍ଷରୁ ପଣ୍ଡିତ ଦୀନଦୟାଳ ଉପାଧ୍ୟାୟଙ୍କ ପୂଣ୍ୟତିଥି ଅବସରରେ ସମର୍ପଣ ଦିବସ ପାଳିତ  

ରୁପ୍ରା, ୧୨/୨ (ଅଜୟ ସେନାପତି ) : ନର୍ଲାବ୍ଲକ୍ ଅଧିନ ବିଜେପି ରୁପ୍ରା ମଣ୍ଡଳ ପକ୍ଷରୁ ପଣ୍ଡିତ ଦୀନଦୟାଳ ଉପାଧ୍ୟାୟଙ୍କ ପୂଣ୍ୟତିଥି ଅବସରରେ ସମର୍ପଣ ଦିବସ ରୁପ୍ରା ଖମ୍ୱପଡା ସ୍ଥିତ ବିଶେଶ୍ୱର ଶିବ ମନ୍ଦିର ପରିସରରେ ବୁଧବାର ଅପରାହ୍ନରେ ମଣ୍ଡଳ ସଭାପତି ଗୁଣନିଧି ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମ ପ୍ରାରମ୍ଭରେ ନବନିଯୁକ୍ତ ରୁପ୍ରା ମଣ୍ଡଳ ସଭାପତି ଗୁଣନିଧି ସାହୁ ଓ ଜିଲ୍ଲା ପ୍ରତିନିଧି ଧନୁର୍ଜୟ ବାରିକଙ୍କୁ ବିଜେପି କର୍ମୀମାନେ ଉପଢୌକନ ଓ ଫୁଲତୋଡା ଦେଇ ସମ୍ବର୍ଦ୍ଧିତ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ବିଷ୍ଣୁଚରଣ ବଡପଣ୍ଡା, ବରିଷ୍ଠ ସଦସ୍ୟ ଲୋକନାଥ ଭୋଇ, ଓବିସି ମୋର୍ଚ୍ଚା ଜିଲ୍ଲା ସମ୍ପାଦକ ହିରୋ ମହଲା, ରୁପ୍ରା ମଣ୍ଡଳ ସମ୍ପାଦକ ନବୀନ ପଧାନ, ସକ୍ରିୟ ସଦସ୍ୟ ବଳରାମ ଭୋଇ, ତପନ ପଧାନ, ଅନାଦି ପଧାନ, ଡାକଋଷି ସାହୁ, ସୁରେଶ ବଗର୍ତ୍ତୀ, ମନୋଜ ସେନାପତି, ଜାନକୀ ବଲ୍ଲଭ ସାହୁ, ଧନେଶ୍ଵର ମାହାର, ବଳଦେବ ସାହୁ, ଦିନେଶ ସାହୁ, ମୋହନଚାନ୍ଦ ସାହୁ, କିଶୋର ସାହୁ ଓ ସୁଶାନ୍ତ ପଟ୍ଟନାୟକଙ୍କ ସମେତ ଅନ୍ୟାନ୍ୟ ଦଳୀୟ କର୍ମୀ ଉପସ୍ଥିତ ଥିଲେ। ଶେଷରେ ମଣ୍ଡଳ ସଭାପତି ଗୁଣନିଧି ସାହୁ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ।

Related posts

ଭାରତୀୟ ଜନତା ପାର୍ଟି ତରଫ ରୁ ସେବା ପକ୍ଷ ପାଳନ ପାଇଁ ଜିଲ୍ଲାସ୍ତରୀୟ କର୍ମଶାଳା ଅନୁଷ୍ଠିତ

Sunil Chandra Nayak

ବିଜେଡିର ପରାଜୟ ପାଇଁ ପାଣ୍ଡିଆନ ଦାୟୀ – ସାଧାରଣରେ ଚର୍ଚ୍ଚା

masiha

ବିଜାତଳା ବ୍ଳକ କାର୍ଯ୍ୟାଳୟ ସମ୍ମୁଖରେ ୯ ଦଫା ସମ୍ବଳିତ ଦୁର୍ନୀତି ଦାବି ନେଇ ବିଜାତଳା ବ୍ଳକ କଂଗ୍ରେସ କମିଟି ପକ୍ଷରୁ ପ୍ରତିବାଦ ସଭା

masiha

Leave a Comment

error: Content is protected !!