ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ବୈଜୟନ୍ତ ପଣ୍ଡା ଓ ଦୁର୍ଗା ପ୍ରସନ ନାୟକ ଙ୍କ ରୋଡ ଶୋ ଓ ପ୍ରଚାର ଆରମ୍ଭ 

ବୈଜୟନ୍ତ ପଣ୍ଡା ଓ ଦୁର୍ଗା ପ୍ରସନ ନାୟକ ଙ୍କ ରୋଡ ଶୋ ଓ ପ୍ରଚାର ଆରମ୍ଭ 

ସାଧାରଣ ନିର୍ବାଚନ୨୦୨୪ ପୂର୍ବରୁ ବିଭିନ୍ନ ଦଳର ପ୍ରାର୍ଥୀ ପ୍ରଚାରକୁ ଜୋରଦାର କରିଛନ୍ତି। ଏହି ଅବସରରେ କେନ୍ଦ୍ରାପଡ଼ା ଲୋକ ସଭା ଭାଜପା ପ୍ରାର୍ଥୀ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଓ ମହାକାଳପଡା ବିଧାନସଭା ନିର୍ବାଚନମଣ୍ଡଳୀ ଭାଜପା ବିଧାୟକ ପ୍ରାର୍ଥୀ ଦୁର୍ଗା ପ୍ରସନ୍ନ ନାୟକ ଏକ ବିଶାଳ ରୋଡ ଶୋ ମଙ୍ଗଳବାର କରିଛନ୍ତି। ମାର୍ଶାଘାଇ ବ୍ଲକ ଅଙ୍ଗୁଳାଇ ଛକଠାରୁ ଶୋଭାଯାତ୍ରା ବାହାରି କୁହୁଡ଼ି, ରାଜଗଡ, ଓଳିଆ, କୁମାରୁଣି, ଆଳାଇଲୋ, ଓର ଦେଉଳି ପଡ଼ା, ମେରଦା, ରାମକଣି, ଓରତ, ବିଜୟନଗର, ମାଳିଅଞ୍ଚ, କାନପୁର, ଏକଲପୁର, ରଡ଼ିଆ, କଂସାର, ତରପଦ ବଗଗହଣଠାରେ ପହଞ୍ଚି ଥିଲ ପରେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ଆଗାମୀ ସାଧାରଣ ନିର୍ବାଚନରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଗ୍ୟାରେଣ୍ଟିକୁ ନେଇ ଘରେ ଘରେ ପହଞ୍ଚାଇବାକୁ ଦଳୀୟ କର୍ମୀଙ୍କୁ ପରାମର୍ଶ ଦେଇଥିଲେ। ଦେଶରେ ପରିବର୍ତ୍ତନ ହାୱାରେ ଦଳୀୟ ସଙ୍ଗଠନକୁ ପ୍ରତି ବୁଥ୍ ସ୍ତରରେ ଅଧିକ ମଜଭୁତ କରିବା ସହ ଭାଜପା ଭେ ଭୋଟ ବୃଦ୍ଧି କରିବା ଉପରେ ବୈଜୟନ୍ତ ପଣ୍ଡା ଗୁରୁତ୍ଵ ଦେଇଥିଲେ। ଏହି ରୋଡ ଶୋ’ରେ ଶହ ସହ ଦଳୀୟ କାର୍ଯ୍ୟକର୍ତ୍ତାମାନେ କେନ୍ଦ୍ର ସରକାରଙ୍କ ମୋଦିଙ୍କ ଗ୍ୟାରେଣ୍ଟି ନାରା ଦେଇଥିଲେ। ବିଭିନ୍ନ ସ୍ଥାନରେ ପ୍ରାର୍ଥୀଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥୁଲା ଥିଲା। ଏହି ରୋଡ ଶୋ’ରେ ଭାଜପାର ଜିଲା ସଭାପତି କିଶୋର ପଣ୍ଡା, ଉପସଭାପତି ପତି ସଞ୍ଜୟ କୁମାର ରଥ, ଯୁବ ନେତା ସୌଭାଗ୍ୟ ପରିଡ଼ା, ପରିଡ଼ା, ନାରୀନେତ୍ରୀ ଜାନକୀ ପ୍ରଧାନ, ସରୋଜ କୁମାର ସାହୁ, ବିକ୍ରମାଦିତ୍ୟ ସାହୁ, ପ୍ରଶାନ୍ତ ସେଠୀ, ସୁକାନ୍ତ କୁମାର ଦାଶଙ୍କ ସମେତ ବହୁ ସଂଖ୍ୟାରେ ଦଳୀୟ କର୍ମୀ ସାମିଲ ହୋଇଥିଲେ, ଏବଂ କି ପରି ବିଜେପି ଏଥର ୪୦୦ ପାର କରିବ ସେ ବିଷୟରେ ରେ ଦଳୀୟ କର୍ମୀ ମାନଙ୍କୁ ଗୁରୁ ମନ୍ତ୍ର ଦେଇଥିଲେ।

କେନ୍ଦ୍ରାପଡ଼ା ରୁ ଜିଲ୍ଲା ପ୍ରତିନିଧି ସମୀର କୁମାର ପ୍ରଧାନ ଙ୍କ ରିପୋର୍ଟ ମସିହା ନିୟୁଜ!!

Related posts

କାମାକ୍ଷାନଗର ବିଜେଡି ପକ୍ଷରୁ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଚାଉଳ କାଟ କୁ ନେଇ ପ୍ରତିବାଦ ସଭା

Sunil Chandra Nayak

ଜିଲ୍ଲା କଂଗ୍ରେସ ପକ୍ଷରୁ ଜୟ ଭାରତ ସତ୍ୟାଗ୍ରହ ବିକ୍ଷୋଭ ସମାବେଶ 

Sunil Chandra Nayak

ବିଜୁ ମହିଳା ଜନତା ଦଳର ବ୍ଲକ ସଭାପତି ଭାବରେ ପ୍ରମିଳା ପଧାନଙ୍କ ନାମ ବିଧିବଦ୍ଧ ଭାବରେ ଘୋଷଣା 

Sunil Chandra Nayak

Leave a Comment

error: Content is protected !!