ଶଙ୍ଖ ଭବନରେ ବନ୍ଧୁଗାଁ ବ୍ଲକର ସରପଞ୍ଚ, ସମିତି ମେମ୍ବର ଓ ଶତାଧିକ ସମର୍ଥକଙ୍କ ସହ କଂଗ୍ରେସ ଦଳର ଆଶାୟୀ ପ୍ରାର୍ଥୀ ଓ ବ୍ଲକ ଉପାଧ୍ୟକ୍ଷାଙ୍କ ବିଜେଡିରେ ସାମିଲ
ବନ୍ଧୁଗାଁ ତା ୧୫/୪/୨୪ କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀ ବନ୍ଧୁଗାଁ ବ୍ଲକ ଉପାଧ୍ୟକ୍ଷା ଓ କଂଗ୍ରେସ ଦଳର ଆଶାୟୀ ପ୍ରାର୍ଥୀନୀ ଶ୍ରୀମତୀ ଗୀତାଞ୍ଜଳୀ ପିଡିକା ଓ ଶତାଧିକ ସମର୍ଥକଙ୍କ ସହିତ ଶଙ୍ଖ ଭବନକୁ ଯାଇ ବିଜେଡ଼ି ଦଳରେ ସାମିଲ ହୋଇଛନ୍ତି । ଆଜି ଶଙ୍ଖ ଭବନରେ ରାଜ୍ୟସଭା ସାଂସଦ ଡ଼ା ସସ୍ମିତ୍ ପାତ୍ର, କୋରାପୁଟ ଜିଲ୍ଲା ସଭାପତି ଝିନ ହିକକା, ବିଧାୟକ ପ୍ରଭୁ ଜାନି, ଈଶ୍ୱର ଚନ୍ଦ୍ର ପାଣିଗ୍ରାହୀ, ବିଜେଡ଼ି ଦଳର ମିଡ଼ିଆ ସଂଯୋଜକ ଓ ପ୍ରବକ୍ତା ଡ଼ା ପ୍ରିୟ ବ୍ରତ ମାଝି, ଓ ନବରଙ୍ଗପୁର ଜିଲ୍ଲାର ପର୍ଯ୍ୟବେକ୍ଷକଙ୍କ ଉପସ୍ଥିତିରେ ରାଜ୍ୟସଭା ସାଂସଦ ଡ଼ା ସସ୍ମିତ ପାତ୍ର ତାଙ୍କୁ ଦଳରେ ସମସ୍ତଙ୍କୁ ଉତ୍ତରୀୟ ଦେଇ ସ୍ଵାଗତ କରିଛନ୍ତି । ତାଙ୍କ ଯୋଗଦାନ ଫଳରେ ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀ ଓ କୋରାପୁଟ ଜିଲ୍ଲାରେ ବିଜେଡ଼ି ସଂଗଠନ ଅଧିକ ସୁଦୃଢ଼ ହେବ ବୋଲି ଦଳର ନେତା ମାନେ ପ୍ରକାଶ କରିଛନ୍ତି । ଉପାଧ୍ୟକ୍ଷା ଶ୍ରୀମତୀ ଗୀତାଞ୍ଜଳୀ ପିଡ଼ିକା କଂଗ୍ରେସରେ ଆଶାୟୀ ପ୍ରାର୍ଥୀ ଭାବେ ରହି ବହୁ ପରିଶ୍ରମ କରି ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀର ଅନେକ ଗାଁ କୁ ଯାଇ ଲୋକଙ୍କ ନିକଟତର ହୋଇ ପାରି ଥିଲି କିନ୍ତୁ ସେମାନେ ମୋତେ ବିଶ୍ୱାସଘାତ କରିଥିଲେ । ବିଜେଡ଼ି ଦଳରେ ଆମ ପରି ମହିଳା ମାନଙ୍କୁ ଅଧିକ ସମ୍ମାନ ଦେବା ସହ ନିର୍ବାଚନରେ ମହିଳା ମାନଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ଦେଉଥିବାରୁ ମୁଁ ଦଳକୁ ଆକୃଷ୍ଟ ହୋଇ ସାମିଲ ହୋଇଛି । ମୋତେ ଓ ମୋର ଶତାଧିକ ସମର୍ଥକଙ୍କୁ ଦଳ ଅତି ସ୍ଵାଦରେ ଗ୍ରହଣ କରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଅନେକ ଦିନରୁ ଏମାଙ୍କ ମିଶ୍ରଣକୁ ନେଇ ବ୍ଲକ ସଭାପତି ବାଲା ନାଗ ସମ୍ପର୍କରେ ଥିବା ବେଳେ ଆଜି ବିଜେଡ଼ି ଦଳର ଦେବାଶିଷ ବିଭର, ଗୋପୀନାଥ ବିଡ଼ିକା, ବିଶମ୍ୱର ବିଡ଼ିକା, କମନ ନାୟକ, ଜୋନ ୧ ସଂଯୋଜକ ଦଶମତି ପ୍ରସ୍କା, ଟୁନିଆ, ପାଣ୍ଡୁ ହାରାକା , ଛାତ୍ର ସଭାପତି ରୀଙ୍କୁ ମିଣିଆକା ଉପସ୍ଥିତ ରହି ଥିଲେ । ସେହି ପରି ଉପାଧ୍ୟକ୍ଷାଙ୍କ ମାଆ ବନ୍ଧୁଗାଁ ପଞ୍ଚାୟତରେ ତିନି ଥର ରହି ଥିବା ସରପଞ୍ଚ ଓ ବର୍ତ୍ତମାନ କୁମ୍ଭାରିପୁଟ ପଞ୍ଚାୟତର ସମିତି ମେମ୍ବର ଶ୍ରୀମତୀ ନିଦ୍ରାବତି ପିଡ଼ିକା, ନିଲାବାଡି ପଞ୍ଚାୟତ ସମିତି ମେମ୍ବର ପ୍ରଦୀପ ପେଣ୍ଟା, ଜି ବିବେକ କୁମାର,ରାମଜୀପୁଟ ଦେର୍କୁ ମେଲେକା, ଭରତ ମେଲେକା, ରିଙ୍କୁ ଗରଡ଼ା, ପାଣ୍ଡୁ ୱାଟାକା, ନାଗେଶ କାଡ୍ରାକା ସମେତ ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀ ଶତାଧିକ କର୍ମୀ ପ୍ରମୁଖ ବିଜେଡ଼ି ଦଳରେ ସାମିଲ ହୋଇ ଥିଲେ ।
ବନ୍ଧୁଗାଁ ରୁ ସଂଜୀବ କୁମାର ବାଂଗାରି ଙ୍କ ରିପୋର୍ଟ୍


