ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଗୁଣପୁର ବିଧାନସଭା : ବିଜେଡିର ରଘୁନାଥ ଗମାଙ୍ଗ ଏବଂ ବିଜେପିରୁ ତ୍ରିନାଥ ଗମାଙ୍ଗଙ୍କ ନାମାଙ୍କନ ପତ୍ର ଦାଖଲ

ଗୁଣପୁର ବିଧାନସଭା : ବିଜେଡିର ରଘୁନାଥ ଗମାଙ୍ଗ ଏବଂ ବିଜେପିରୁ ତ୍ରିନାଥ ଗମାଙ୍ଗଙ୍କ ନାମାଙ୍କନ ପତ୍ର ଦାଖଲ

ରାୟଗଡା /ଗୁଣୁପୁର :- ଗତ ତିନି ଦିନ ଧରି ଦେଶର ଚତୁର୍ଥ ଏବଂ ଓଡ଼ିଶାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ନିମନ୍ତେ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି । ପ୍ରମୁଖ ରାଜନୈତିକ ଦଳ ବିଜେଡ଼ି,କଂଗ୍ରେସ,ବିଜେପି,ବିଏସପି ,ସିପିଆଇଏମଏଲ(ଲିବରେସନ) ଓ ସ୍ୱାଧୀନ ପ୍ରାର୍ଥୀ ମାନେ ନିଜ ନିଜ ନାମାଙ୍କନ ପତ୍ର ଭରିଛନ୍ତି । ପ୍ରାର୍ଥୀ ମାନେ ବିଭିନ୍ନ ମନ୍ଦିରରେ ପୂଜା ଅଚ୍ଚର୍ନା କରି ନିଜ ସମର୍ଥକ ଓ କର୍ମୀ ମାନଙ୍କ ଗ୍ରହଣରେ ବାଦ୍ୟ ବାଜଣାରେ ଗୁଣପୁର ଉପ-ଜିଲ୍ଲାପାଳ କୁଲ୍‍ଦୀପ କୈାର ସାହାତଙ୍କ ନିକଟକୁ ଯାଇ ପ୍ରାର୍ଥୀ ପତ୍ର ଦାଖଲ କରୁଛନ୍ତି। ଆଜି ବିଜେଡି ଦଳ ପକ୍ଷରୁ ବିଧାୟକ ରଘୁନାଥ ଗାମାଙ୍ଗ ଓ ବିଜେପି ତରଫରୁ ତ୍ରିନାଥ ଗାମାଙ୍ଗ ନାମାଙ୍କନ ପତ୍ର ଦାଖଲ କରିଥିଲେ। ସ୍ଥାନୀୟ ନୂଆ ବସଷ୍ଟାଣ୍ଡ ନିକଟରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ବିଜେଡିର ରଘୁନାଥ ଗାମାଙ୍ଗ ମାଲ୍ୟାର୍ପଣ କରି ଆଶ୍ରିବାଦ ଭିକ୍ଷା କରିଥିଲେ। ଏହାପରେ ବିଜେଡି କର୍ମୀ ଏବଂ ସମର୍ଥକଙ୍କ ସହ ଏକ ବିଶାଳ ଶୋଭାଯାତ୍ରାରେ ବିଧାୟକ ଶ୍ରୀ ଗାମାଙ୍ଗ, ଜିଲ୍ଲା ବିଜେଡି ସଭାପତି ଏନ ଭାସ୍କର ରାଓ, ରାଜ୍ୟ ବିଜେଡି ସାଧାରଣ ସମ୍ପାଦକ ସୁଧୀର କୁମାର ଦାଶ ପ୍ରମୁଖ ଏକ ଖୋଲା ପ୍ରଚାର ଗାଡ଼ିରେ ସହରର ମୁଖ୍ୟ ରାସ୍ତା ଦେଇ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ପହଞ୍ଚିଥିଲେ। ବିଜେଡିର ରଘୁନାଥ ଗାମାଙ୍ଗ ନିଜ ପ୍ରାର୍ଥୀ ପତ୍ରକୁ ଉପ ଜିଲ୍ଲାପାଳ କିରଣ ଦୀପ କୌର ସାହାତଙ୍କ ନିକଟରେ ଦାଖଲ କରିଥିଲେ। ଅନୁରୂପ ଭାବେ ବିଜେପି ପ୍ରାର୍ଥୀ ପୂର୍ବତନ ବିଧାୟକ ତ୍ରିନାଥ ଗାମାଙ୍ଗ ମଧ୍ୟ ନିଜର ନାମାଙ୍କନ ପତ୍ର ନିର୍ବାଚନ ଅଧିକାରୀଙ୍କୁ ହସ୍ତାନ୍ତର କରିଥିଲେ। ଅନ୍ୟ ପକ୍ଷରେ ବିଏସପି ଦଳର ଶିବରାମ ମାମ୍ବାଲାକା,ସ୍ବାଧିନ ପ୍ରାର୍ଥୀ ପୂର୍ଣ୍ଣ ଚନ୍ଦ୍ର ଶବର ପ୍ରମୁଖ ପ୍ରାର୍ଥୀ ପତ୍ର ଦାଖଲ କରିଥିଲେ। ଆଜି ଏହି କାର୍ଯ୍ୟକ୍ରମରେ ବିଜେଡି ପକ୍ଷରୁ ବରିଷ୍ଠ ବିଜେଡି ନେତା ରାଜେନ୍ଦ୍ର ପ୍ରସାଦ ସାହୁ, ଦେବୀ ଆଚାର୍ଯ୍ୟ, ରାଜ୍ୟ ଛାତ୍ର ବିଜେଡି ସଭାପତି ବିଷ୍ଣୁ ପ୍ରସାଦ ପଣ୍ଡା, ବ୍ଲକ ବିଜେଡି ସଭାପତି ଶ୍ରୀନିବାସ ଶତପଥୀ, ନଗର ସଭାପତି ରାମଚନ୍ଦ୍ର ପଣ୍ଡା, ଅଶୋକ ଧୂଳି,ରମେଶ ଚନ୍ଦ୍ର ଲିମା,କୃଷ୍ଣଚନ୍ଦ୍ର ସେନାପତି, ଗଣେଶ ପଣ୍ଡା, ବିଶ୍ଵନାଥ ସାହୁ, ସୁଧା ଶତପଥୀ,ଏସ ବାବା ପ୍ରସାଦ, ମୁନା ପାଣି, ସୁଜିତ କୁମାର ଶତପଥୀ,ସାନ ବାଉରୀ,ଶାନ୍ତୁନୁ ରଥ, ପୂର୍ଣ୍ଣ ଚନ୍ଦ୍ର ବାଉରୀ, କାଉନିସିଲର ଭାଗୀରଥି ବିଷୋୟୀ, ଶିବ ପ୍ରସାଦ ପାଢୀ, ଟୁକୁନା ରଥ,ଦୁର୍ଗା ସାହୁ, ଗୋଦାବରୀ ରାଉତରାୟ, ଗଗନ ଆଚାର୍ଯ୍ୟ, ମନୋଜ କୁମାର ପଣ୍ଡା, ସନ୍ତୋଷ କୁମାର ଗୁରୁ ପ୍ରମୁଖ ଉପସ୍ଥିତ ଥିଲେ। ସେହିପରି ବିଜେପି ପକ୍ଷରୁ ନିର୍ବାଚନ ମଣ୍ଡଳୀ ପ୍ରଭାରୀ ଶିବାଜୀ ଦାଶ,ସଂଯୋଜକ ପ୍ରମୋଦ କୁମାର ସାହୁ,ସତ୍ୟ ସୁନ୍ଦର କର,ୟାଇ ଗଣପତି ପ୍ରମୁଖ ଉପସ୍ଥିତ ଥିଲେ। ସେହିପରି ଗତକାଲି କଂଗ୍ରେସ ଦଳର ପ୍ରାର୍ଥୀ ସତ୍ୟଜିତ ଗମାଂଗ ଏକ ବିରାଟ ପଟୁଆରରେ ଆସି ନାମାଙ୍କନ ପତ୍ର ଦାଖଲ କରିଥିଲେ। କଂଗ୍ରେସ ଦଳ ପକ୍ଷରୁ ରାଜ୍ୟ କଂଗ୍ରେସ ଦଳର ସାଧାରଣ ସମ୍ପାଦକ ଦୁର୍ଗା ପ୍ରସାଦ ପଣ୍ଡା, ଗୁଣପୁର ପୈାରାଧ୍ୟକ୍ଷ ଶିବ ପ୍ରସାଦ ଗୈାଡ଼,ତରଣୀ ଶତପଥୀ ପ୍ରମୁଖ ଉପସ୍ଥିତ ଥିବା ବେଳେ ଜିଲ୍ଲା କଂଗ୍ରେସ ସଭାପତି ବିଜୟ କୁମାର ଗାମାଙ୍ଗ ଏବଂ କଂଗ୍ରେସ ଦଳର ପ୍ରଭାବଶାଳୀ ନେତା ରଘୁନାଥ ପାତ୍ରଙ୍କ ଅନୁପସ୍ଥିତି ଚର୍ଚ୍ଚାର ବିଷୟ ପାଲଟିଛି । ସୂଚନାଯୋଗ୍ୟ ଗତକାଲି ଗୁଣପୁର ବିଧାନସଭା ଆସନ ପାଇଁ ସ୍ୱାଧୀନ ପ୍ରାର୍ଥୀ ଫାଲଗୁନି ଶବର , ସିପିଆଇଏମଏଲ)(ଲିବରେସନ)ର ପ୍ରାର୍ଥୀ ଅନାସିମ ଶବର ଓ ପଦ୍ମିନୀ ଗମାଂଗ ପ୍ରାର୍ଥୀ ପତ୍ର ଦାଖଲ କରିଥିବା ବେଳେ ଦଳର ଜିଲ୍ଲା ସମ୍ପାଦକ ତିରୁପତି ଗମାଂଗ ଉପସ୍ଥିତ ଥିଲେ ।

ଗୌରୀ ଶଙ୍କର ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ବାଲିଗୁଡା ନିର୍ବାଚନ ମଣ୍ଡଳୀ : ବାଜିଲା ନିର୍ବାଚନ ବିଗୁଲ ସଂଖ୍ୟାଲଘୁ ଭୋଟରଙ୍କ ଉପରେ ବିଜେଡି ଓ କଂଗ୍ରେସର ନଜର 

masiha

ବଡପଳଶା ପଞ୍ଚାୟତରେ ବିକାଶର ବାର୍ତ୍ତା ନେଇ ବିଜେଡିର ଜନ ସଂପର୍କ ଯାତ୍ରା

masiha

ପୂର୍ବାକାଶ ହେଲା ଗେରୁଆମୟ; ପଶ୍ଚିମଵଙ୍ଗ, ଆସାମ, ପଡୁଚେରୀରେ ପଦ୍ମର ଲହରି;ବିରୋଧୀ ଆକାଶରେ କଳା ବାଦଲ

Leave a Comment

error: Content is protected !!