ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତ୍ରିନାଥ ସିଂହଙ୍କୁ ଶବ୍ଦଶିଳ୍ପୀ ରୋହିତ ପଟେଲ ସମ୍ମାନ

ତ୍ରିନାଥ ସିଂହଙ୍କୁ ଶବ୍ଦଶିଳ୍ପୀ ରୋହିତ ପଟେଲ ସମ୍ମାନ

ରାଉରକେଲା/ରାଉରକେଲା ଭବିଷ୍ୟନିଧି କାର୍ଯ୍ୟାଳୟରେ ଅବସ୍ଥାପିତ ତଥା ଓଡ଼ିଶାର ଆଗଧାଡ଼ିର ସୁନାମଧନ୍ୟ କବି ତ୍ରିନାଥ ସିଂହଙ୍କୁ ୨୦୨୩ ବର୍ଷ ପାଇଁ ମର୍ଯ୍ୟାଦାଜନକ ଶବ୍ଦଶିଳ୍ପୀ ରୋହିତ ପଟେଲ ସମ୍ମାନ – ୨୦୨୩ ପ୍ରଦାନ କରାଯାଇଛି।ପବିତ୍ର ବ୍ୟାସକ୍ଷେତ୍ର ବେଦବ୍ୟାସ ଗୁରୁକୁଳ ଆଶ୍ରମ ସଭାଗୃହରେ ଶିଶୁକିଶୋର ପତ୍ରିକା ତେଲିଙ୍ଗିବାଜାର ଏକବିଂଶ ବାର୍ଷିକଉତ୍ସବ ତଥା ଶିଶୁସାହିତ୍ୟ ଆଲୋଚନାଚକ୍ର, ପ୍ରତିଭାପୂଜା ଏବଂ କବିତା ପାଠୋତ୍ସବର ଆୟୋଜନ କରାଯାଇଥିଲା। ଏହି ଅବସରରେ ସୁପ୍ରସିଦ୍ଧ ଔପନ୍ୟାସିକ, ଭାଷାବିତ ତଥା କବି ରୋହିତ କୁମାର ପଟେଲଙ୍କ ଅମ୍ଳାନ ସ୍ମୃତି ଉଦ୍ଦେଶ୍ୟରେ ସ୍ଥାପିତ ମର୍ଯ୍ୟାଦାଜନକ ପ୍ରଥମ ଶବ୍ଦଶିଳ୍ପୀ ରୋହିତ କୁମାର ପଟେଲ ସମ୍ମାନ- ୨୦୨୩ ଓଡ଼ିଶାର ସୁପରିଚିତ କବି ତ୍ରିନାଥ ସିଂହଙ୍କୁ ପ୍ରଦାନ କରାଯାଇଥିଲା। ଏହି ଉତ୍ସବରେ ସଭାସୀନ ଗୁରୁକୁଳ ବୈଦିକ ଆଶ୍ରମର ମୁଖ୍ୟ ଅଧିଷ୍ଠାତା ଆଚାର୍ଯ୍ୟ ଡଃ ଦେବବ୍ରତ, ପ୍ରାକ୍ତନ ପ୍ରଶାସକ ମହେନ୍ଦ୍ର ପଟ୍ଟନାୟକ ତଥା ବିଶିଷ୍ଟ ସାହିତ୍ୟିକ ବଙ୍କିମ ଚନ୍ଦ୍ର ନାୟକ କବି ଶ୍ରୀ ସିଂହଙ୍କୁ ପୁଷ୍ପଗୁଚ୍ଛ, ଅଙ୍ଗବସ୍ତ୍ର, ସ୍ମୃତିଫଳକ ଓ ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। ପ୍ରକାଶଥାଉ କି, ଗତ ଚାରିଦଶନ୍ଧି ଧରି ସାହିତ୍ୟକର୍ମରେ ନିୟୋଜିତ ଶ୍ରୀ ସିଂହ ତୀରତରଙ୍ଗ ସମ୍ମାନ, ମିଳନୀ ସମ୍ମାନ, ଦିଗବଳୟ ସମ୍ମାନ, ପ୍ରଭାସର୍ଜନା ସମ୍ମାନ, କାଦମ୍ବିନୀ ସମ୍ବର୍ଦ୍ଧନା ପରି ବହୁ ରାଜ୍ୟସ୍ତରୀୟ ସମ୍ମାନରେ ସମ୍ମାନିତ ଓ ପାଞ୍ଚୋଟି କବିତା ପୁସ୍ତକର ରଚୟିତା। ଏହି ଉତ୍ସବରେ ସମ୍ପାଦକ ବିଶିଷ୍ଟ ଶିଶୁସାହିତ୍ୟିକ ପ୍ରଫୁଲ୍ଲ କୁମାର ବାରିକ ସଭାକାର୍ଯ୍ୟ ପରିଚାଳନା କରିଥିବା ବେଳେ ବିଶିଷ୍ଟ ସାହିତ୍ୟିକ ପ୍ରଫେସର ଉମାକାନ୍ତ ପଣ୍ଡା, ଅଧ୍ୟାପିକା ପ୍ରଣତି ବେହେରା, ପୀତବାସ ମିଶ୍ର, ସୁଧାଂଶୁ ଅଶୋକ, ତ୍ରିଲୋଚନ ମଥାନ, ପ୍ରତାପ ପଣ୍ଡା, ରଶ୍ମି ସାହୁ, ପଣ୍ଡିତ ନିଶିକାନ୍ତ ମିଶ୍ର, କୁଞ୍ଜବିହାରୀ ରାଉତ, ଉପେନ୍ଦ୍ର ବସ୍ତିଆ, ଶ୍ରୀକାନ୍ତ ମହାଳିକ, ପ୍ରକାଶ ସେଠୀ, କଳ୍ପନା ସାହୁ, ବିଜୟଲକ୍ଷ୍ମୀ ପଟ୍ଟନାୟକ ପ୍ରମୁଖ ଶତାଧିକ ସାହିତ୍ୟିକ ଉପସ୍ଥିତ ଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ରାୟଗଡ ଜିଲ୍ଲା ସଦର ମହକୁମା ଠାରେ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ 

masiha

ଢେଙ୍କାନାଳରେ ଜିଲ୍ଲା ସ୍ତରୀୟ “ବନ୍ଦେ ମାତରମ @୧୫୦” କାର୍ଯ୍ୟକ୍ରମ ଅନୁଷ୍ଠିତ 

Sunil Chandra Nayak

ଜଲଦା ଏ ବ୍ଲକ ଅଞ୍ଚଳରେ ସ୍ଵଛ ଭାରତ ଏବଂ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!