ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଜାଧୀରାଜ ଦେବରାଜ ପାଠାଗାର ଓ ସାହିତ୍ୟ ଅନୁଷ୍ଠାନର ଅଷ୍ଟମ ବାର୍ଷିକ ଉତ୍ସବ 

ରାଜାଧୀରାଜ ଦେବରାଜ ପାଠାଗାର ଓ ସାହିତ୍ୟ ଅନୁଷ୍ଠାନର ଅଷ୍ଟମ ବାର୍ଷିକ ଉତ୍ସବ 

ରାଜାଧୀରାଜ ଦେବରାଜ ପାଠାଗାର ଓ ସାହିତ୍ୟ ଅନୁଷ୍ଠାନ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି ଅଷ୍ଟମ ବାର୍ଷିକ ଉତ୍ସବ. ପୁରୁଣା ବ୍ରହ୍ମପୁର ମାଲୁଆଣୀ ସାହି ନିକଟ ତ୍ରିପାଠୀ ନଗର ଠାରେ ଅନୁଷ୍ଠିତ ଏହି ସାହିତ୍ୟ କାର୍ଯ୍ୟକ୍ରମରେ ବିଶିଷ୍ଟ ଲେଖକ ତଥା ପ୍ରକାଶକ ଦେବରାଜ ତ୍ରିପାଠୀଙ୍କ ସ୍ମୃତି ଚାରଣ କରିବା ସହିତ ଜନ୍ମଜୟନ୍ତୀ ପାଳନ କରାଯାଇଥିଲା.ତତ ସଂଗେ ସଂଗେ ଶଙ୍କର ଚକ୍ଷୁ ଚିକିତ୍ସାଳୟ ପକ୍ଷରୁ ମାଗଣା ଚକ୍ଷୁ ଶିବିର ଅନୁଷ୍ଠିତ ହୋଇଥିଲା. ଦେବରାଜ ସାହିତ୍ୟ ଅନୁଷ୍ଠାନର ସଭାପତି ସୁରେଶୀ ତ୍ରିପାଠୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ କବିତା ଅସାର କାର୍ଯ୍ୟକ୍ରମକୁ ପ୍ରଦୀପ ପ୍ରଜ୍ଜଳନ ପୂର୍ବକ ଉଦଘାଟନ କରିଥିଲେ ବ୍ରହ୍ମପୁର ମହାନଗର ମେୟର ତଥା ବିଶିଷ୍ଟ ସାହିତ୍ୟିକା ସଂଘମିତ୍ରା ଦଳେଇ.ପ୍ରଥମ ଅଧିବେଶନରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ଶିକ୍ଷାବିତ ତଥା ଲେଖକ ସରୋଜକାନ୍ତ ରଥ ଯୋଗଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ଇଂ ଆଶୁତୋଷ ପାତ୍ର ଯୋଗଦେଇଥିଲେ. ସମ୍ମାନିତ ଅତିଥି ଭାବେ ବରିଷ୍ଠ ସାହିତ୍ୟିକ ତଥା ପ୍ରବଚକ ଶରତ ଚନ୍ଦ୍ର ପଣ୍ଡା ଯୋଗଦେଇଥିଲେ. ଦ୍ୱିତୀୟ ଅଧିବେଶନରେ ସଭାପତିତ୍ୱ କରିଥିଲେ ବରିଷ୍ଠ କବି ତଥା ଶିଶୁ ସାହିତ୍ୟିକ ନିରଞ୍ଜନ ତ୍ରିପାଠୀ. ମୁଖ୍ୟ ଅତିଥି ଭାବେ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟର କୁଳପତି କର୍ଣ୍ଣଲ ପ୍ରଫେସର ପ୍ରଫୁଲ୍ଲ ମହାନ୍ତି,ମୁଖ୍ୟ ବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ରବି ରଥ, ସମ୍ମାନିତ ଅତିଥି ଭାବେ ବିଶିଷ୍ଟ କବି ଓ ସାହିତ୍ୟ ସଂଗଠକ ସୁଶାନ୍ତ କୁମାର ଦାଶ, ବିଶିଷ୍ଟ ଚକ୍ଷୁ ବିଶେଷଜ୍ଞ ତଥା ଗାଳ୍ପିକ ଡାକ୍ତର ରାଜେନ୍ଦ୍ର କୁମାର ବେହେରା ପ୍ରମୁଖ ଯୋଗଦେଇଥିଲେ. ବରିଷ୍ଠ ଆଶୁକବି ତଥା ଶିକ୍ଷାବିତ କୃଷ୍ଣ ଚନ୍ଦ୍ର ତ୍ରିପାଠୀ, ବରିଷ୍ଠ ଲେଖକ ତଥା ଶିକ୍ଷା ପ୍ରଦୀପ ଦେବୀ ପ୍ରସାଦ ସାହୁ, ଅନୁବାଦିକ ତଥା ବରିଷ୍ଠ ଲେଖିକା ଡ଼ ସୂଚନା ପାଢ଼ୀଙ୍କୁ ଦେବରାଜ ତ୍ରିପାଠୀ ସ୍ମୃତି ସମ୍ମାନ 2023ରେ ସମ୍ବର୍ଦ୍ଧିତ କରାଯାଇଛି. ଏହି ଅବସରରେ “ଦେବସୁଦ୍ଧା”ପତ୍ରିକା ଉନ୍ମୋଚନ କରାଯାଇଛି. ରାଜାଧୀରାଜ ଦେବରାଜ ତ୍ରିପାଠୀଙ୍କ ସାହିତ୍ୟ ପ୍ରତି ଥିବା ଗଭୀର ନିଷ୍ଠା, ପ୍ରତିଶୃତିବଦ୍ଧତା ଓ ପ୍ରଚାର ପ୍ରସାର ପାଇଁ ଉଦ୍ୟମ ସମାଜ ପାଇଁ ଉଦାହରଣ ବୋଲି ଉପସ୍ଥିତ ଅତିଥି ମାନେ ମତବ୍ୟକ୍ତ କରିଥିଲେ.ବିଷ୍ଣୁ ପ୍ରସାଦ ତ୍ରିପାଠୀ , ମିହିର ତ୍ରିପାଠୀ ଓ ସୁଧାଞ୍ଜଳୀ ମିଶ୍ର ମାନପତ୍ର ପଠନ କରିଥିବା ବେଳେ ଯୁବ ଉପସ୍ଥାପକ ତଥା ସାହିତ୍ୟିକ ରତ୍ନାକର ଶିୟ କବିତା ସଂଯୋଜନା କରିଥିଲେ. ଅତିଥି ପରିଚୟ ଯୁବକବି ତଥା ଉପସ୍ଥାପକ ରାଇରଞ୍ଜନ ନନ୍ଦ ପ୍ରଦାନ କରିଥିଲେ. ବରିଷ୍ଠ ଲେଖିକା ତଥା ନାଟ୍ୟ ନିର୍ଦ୍ଦେଶିକା କିରଣବାଳା ମିଶ୍ର ଧନ୍ୟବାଦ ଅର୍ପଣ ସହିତ କୃତଜ୍ଞତା ଜ୍ଞାପନ କରିଥିଲେ.ସମସ୍ତ କାର୍ଯ୍ୟକ୍ରମକୁ ସୁଚାରୁରୂପେ ପରିଚାଳନା କରିଥିଲେ ଅନୁଷ୍ଠାନର ସମ୍ପାଦିକା ସୁଧାଞ୍ଜଳୀ ମିଶ୍ର ।

 ମସିହା ନିୟୂଜ୍ ସର୍ଭିସ୍ 

Related posts

ଅନୁସୂଚିତ ଜାତିର ଉନ୍ନୟନ ପାଇଁ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଦାବି , ପାଣ୍ଡିୟାନଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କଲା ଅଲ୍ ଓଡିଶା ସିଡ୍ୟୁଲ୍ଡ କାଷ୍ଟ ଫେଡେରେସନ୍‌

ବେଳପଡ଼ା ବ୍ଲକ ପ୍ରାଥମିକ ଶିକ୍ଷକ ନୂତନ କାର୍ଯ୍ୟକର୍ତ୍ତା ଚୟନ

masiha

ଡାବୁଗାଁ ଜନଜାତି ସୁରକ୍ଷା ମଞ୍ଚ ତରଫରୁ ନୁତନ ତହସିଲଦାରଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା 

masiha

Leave a Comment

error: Content is protected !!