ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନୂଆଗାଁର ହୁଟୁବସାହି ରାସ୍ତା କାଦୁଅ ପଚ ପଚ

ନୂଆଗାଁର ହୁଟୁବସାହି ରାସ୍ତା କାଦୁଅ ପଚ ପଚ

  ମୟୂରଭଞ୍ଜ -30/9 ( ମସିହା )ମୟୂରଭଞ୍ଜ ଜିଲ୍ଲାର ବିଜାତଳା ବ୍ଲକ ମାଣିକପୁର ପଞ୍ଚାୟତର ନୂଆଗାଁର ହୁଟୁବ ସାହି l ମାତ୍ର ଆଦିବାସୀ ବହୁଳ ଏହି ସାହି ଟି ଏବେ ମଧ୍ୟ ବିକାଶଠାରୁ ଅନେକ ଦୂରରେ ରହିଅଛି l ବର୍ତ୍ତମାନର ବର୍ଷା ଦିନରେ ଗାଁ ଲୋକମାନେ ଯିବା ଆସିବା ପାଇଁ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ବିଶେଷ କରି ନୂଆଗାଁର ହୁଟୁବସାହି ଗାଁ ମୁଣ୍ଡ ବର୍ଷା ଯୋଗୁଁ ରାସ୍ତାଟି କାଦୁଆ ପଚ ପଚ ଓ ଖାଲି ଗାଲରେ ପାଣି ଭର୍ତ୍ତି l ଯାହାଫଳରେ ସାଧାରଣ ଲୋକମାନଙ୍କ ଯିବା ଆସିବାରେ ନାହିଁ ନ ଥିବା ଅସୁବିଧା ହେଉଛି । ବିଶେଷ କରି ସ୍କୁଲ, କଲେଜରମାନେ ଛାତ୍ରଛାତ୍ରୀମାନେ ଦୈନିକ ଯିବାଆସିବା ପାଇଁ ହଇରାଣ ହରକତ ହେଉଛନ୍ତି। ବର୍ଷା ଯୋଗୁଁ ରାସ୍ତା ସଂପୂର୍ଣ୍ଣ ଖରାପ୍ ହୋଇଯାଇଛି। ରୋଗୀ ଏବଂ ଗର୍ଭବତୀ ମହିଳାମାନେ ଡ଼ାକ୍ତର ଖାନା ଯିବା ପାଇଁ ନାହିଁ ନଥିବା ହଇରାଣ ହରକତ ହେଉଛନ୍ତି। ଏହି ରାସ୍ତାରେ ସ୍ଥାନୀୟ ଲୋକମାନେ ଯେପରି ସୁରୁଖୁରୁରେ ଯିବା ଆସିବା କରି ପାରିବେ, ସେଥିପାଇଁ ବ୍ଳକ ଓ ପଂଚାୟତ ପ୍ରଶାସନ ତରଫରୁ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି l

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ

Related posts

ସେବା ପର୍ବ- ୨୦୨୫ ଅବସରରେ ଜିଲ୍ଲା ସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତା 

Sunil Chandra Nayak

ଗ୍ରାମ୍ୟ ଜଳ ଓ ପରିମଳ କମିଟିର ଭୂମିକା ସମ୍ପର୍କିତ କର୍ମଶାଳା ଅନୁଷ୍ଠିତ 

masiha

ସାପ କାମୁଡାରେ ସାପ ଧରାଳି ଗୁରୁତର

Sunil Chandra Nayak

Leave a Comment

error: Content is protected !!