ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରଥମ ଶ୍ରେଣୀ ରୁ ଅଷ୍ଟମ ଶ୍ରେଣୀକୁ ଦୁଇଜଣ ଶିକ୍ଷକ: କିପରି ଚାଲିବ ଶିକ୍ଷାଦାନ ?

ପ୍ରଥମ ଶ୍ରେଣୀ ରୁ ଅଷ୍ଟମ ଶ୍ରେଣୀକୁ ଦୁଇଜଣ ଶିକ୍ଷକ: କିପରି ଚାଲିବ ଶିକ୍ଷାଦାନ ?

ନବରଙ୍ଗପୁର-(ମସିହା )ନବରଙ୍ଗପୁର ଜିଲ୍ଲା ଡ଼ାବୁଗାଁ ବ୍ଲକ ଅନ୍ତର୍ଗତ ସରାଗୁଡ଼ା ସରକାରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଛାତ୍ରଛାତ୍ରୀ ମାନଙ୍କ ଉନ୍ନତ ଶିକ୍ଷା ପ୍ରଦାନ କରିବା ପାଇଁ ସରକାର ବିଭିନ୍ନ ଯୋଜନା କରୁଛନ୍ତି। ସୂଚନାଯୋଗ୍ୟ ଏହି ବିଦ୍ୟାଳୟରେ କେବଳ ଦୁଇଟି ଶିକ୍ଷକ ରହିଛନ୍ତି। ଏହି ବିଦ୍ୟାଳୟରେ ପ୍ରଥମ ଶ୍ରେଣୀ ରୁ ଅଷ୍ଟମ ଶ୍ରେଣୀ ରେ ମୋଟ ୧୫୮ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ବେଳେ କେବଳ ୨ଜଣ ଶିକ୍ଷକ ଅଛନ୍ତି । ଏଭଳି ବିଦ୍ୟାଳୟ ରେ ଶିକ୍ଷାଦାନ କିପରି ହେଉଥିବ ଭାବିଲେ ଆଶ୍ଚର୍ଯ୍ୟ ଲାଗୁଛି। ତେବେ ୮ଟି ଶ୍ରେଣୀ ପାଇଁ ୨ ଜଣ ଶିକ୍ଷକ କିପରି ଭାବେ ପାଠପଢ଼ାଇବେ l ଜଣେ ଶିକ୍ଷକ ଅଫିସ୍ କାମ ରେ ବ୍ୟସ୍ତ ରହୁଛନ୍ତି । ଶିକ୍ଷକ କିପରି ଭାବେ ପାଠପଢ଼ାଇବେ ତାହା ହିଁ ଏକ ଚିନ୍ତାର କାରଣ ପାଲଟିଛି। ଲାଗୁଛି ଏହି ବିଦ୍ୟାଳୟ ପ୍ରତି ପ୍ରଶାସନର କୌଣସି ଦାୟିତ୍ୱ ନାହିଁ ନଚେତ ଏପରି ଦାୟିତ୍ଵ ହୀନ କାମ କରିନଥାନ୍ତେ । କାହିଁକି ଏହି ବିଦ୍ୟାଳୟ ପ୍ରତି ଶିକ୍ଷା ବିଭାଗର ଏପରି ଅବହେଳା ବାରମ୍ଵାର ଅଭିଯୋଗ ପରେ ମଧ୍ୟ ସରକାରଙ୍କ ଦ୍ଵାରା କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ । ପାଠ ପଢେଇବେ ତାହାହିଁ ଏକ ଚିନ୍ତାର ବିଷୟ ପାଲଟିଛି। ଏହି ଗ୍ରାମବାସୀ ମାନେ କପୁର ଚନ୍ଦ୍ର ମାଝୀ କହିଛନ୍ତି ଏହି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଜୁନ୍ ମାସ ରେ ଅବସର ଗ୍ରହଣ କରିବାର ୩ ମାସ ପରେ ଶିକ୍ଷକ ଦିବାକର ବାରିକ ସାର ଙ୍କୁ ବଦଳି କରାଗଲା l ଦୁଇ ଜଣ ଶିକ୍ଷକ ବଦଳି କରିଛନ୍ତି। ଆଉ ନୂତନ ଭାବରେ କାହାକୁ ଦେଇ ନାହାନ୍ତି ବୋଲି କହିଛନ୍ତି।କପୁର ଚନ୍ଦ୍ର ମାଝୀ, ଲାଇବାନ ଭତ୍ରା, ସୁକଦେବ ଭତ୍ରା, ଚୈତନ୍ୟ ଭତ୍ରା , ବଳରାମ ପନକା, ପୁରଣ ମାଝୀ,ଏକ ସପ୍ତାହ ଭିତରେ ଆଉ ନୂତନ ଶିକ୍ଷକ ନ ଦେଲେ ବିଦ୍ୟାଳୟରେ ତାଲା ପକେଇବୁ ବୋଲି ଗ୍ରାମବାସୀମାନେ ଚେତାବନୀ ଦେଇଛନ୍ତି l

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ପାଞ୍ଚଟି ଶ୍ରେଣୀ କୁ ଜଣେ ଶିକ୍ଷକ

masiha

‘ସିଏମ୍‌ କିଷାନ’ ଯୋଜନା: ନୂଆପଡ଼ାର ୯୮,୧୧୨ ହିତାଧିକାରୀଙ୍କୁ ମିଳିଲା ୧୯.୬୯ କୋଟି ଟଙ୍କାରୁ ଅଧିକ ସହାୟତା

Sunil Chandra Nayak

ତାଲବନ୍ଧ ପଡାରେ ଆଗକୁ ଦୀପାବଳି ପର୍ବ ସେନେଇ ପ୍ରସ୍ତୁତି ବୈଠକ , ଆସନ୍ତା ମାସ ୧୯,୨୦,୨୧ ତିନି ଦିନ ଧରି ପାଳିତ ହେବାକୁ ଯାଉଛି ଦୀପାବଳି ପର୍ବ 

Sunil Chandra Nayak

Leave a Comment

error: Content is protected !!