ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜଙ୍ଗଲ ନିଆଁ ପ୍ରତିରୋଧ ଓ ପ୍ରତିକାର ସଚେତନତା କାର୍ଯ୍ୟକ୍ରମ

କୋଲନରା ବ୍ଲକ ଅନ୍ତର୍ଗତ ମୁକୁନ୍ଦପୁର ପଞ୍ଚାୟତର ହାତୀଖମ୍ବା ଗାଁ ନିକଟରେ ଥିବା କେନ୍ଦ୍ରୀୟ ଚାରା ଉଦ୍ୟାନ ପରିସରରେ ଗୁଣୁପୁର ବନାଞ୍ଚଳ ତରଫରୁ ସେକ୍ସନ ସ୍ତରୀୟ ଜଙ୍ଗଲ ନିଆଁର ପ୍ରତିରୋଧ ଓ ପ୍ରତିକାର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଫରେଷ୍ଟର ବରଖା ପାତ୍ରଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଡେପୁଟି ରେଞ୍ଜର ନରେନ୍ଦ୍ର କୁମାର ଗମାଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସ୍ଥାନୀୟ ସରପଞ୍ଚ ସନ୍ତୋସିନୀ ହୁଇକା, ବାଙ୍କିଲି ସରପଞ୍ଚ କୁନି ମାଣ୍ଡାଙ୍ଗି, ଝରଡି ସରପଞ୍ଚ ଅନନ୍ତ ମାଣ୍ଡାଙ୍ଗି, ସୁଣ୍ଡିଧାମୁଣୀ ସରପଞ୍ଚ ଭାସ୍କର କାଡ୍ରାକା ଓ ବାଙ୍କିଲି ସମିତି ସଭ୍ୟା ସୁଜାତା ତୁଳ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଏଥିରେ ହାତୀଖମ୍ବା, କାରୁବାଇ, ବଡ଼ଚମ୍ପିଆ ଓ ବାଙ୍କିଲି ଗ୍ରାମର ଗ୍ରାମବାସୀଙ୍କ ସମେତ ୮ଗୋଟି ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନେ ଯୋଗ ଦେଇଥିଲେ। ଜଙ୍ଗଲ ଓ ବନ୍ୟଜନ୍ତୁଙ୍କ ସୁରକ୍ଷା ଆମର କର୍ତ୍ତବ୍ୟ, ଜଙ୍ଗଲ ଆମ ମାଆ, ବୃକ୍ଷ ଆମ ଜୀବନ, ବୃକ୍ଷ ବଞ୍ଚିଲେ ଆମେ ବଞ୍ଚିବା, ଜଙ୍ଗଲରେ ନିଆଁ ନ ଲଗେଇବା, ଜଙ୍ଗଲଜାତ ମୂଲ୍ୟବାନ ଗଛ ନ କାଟିବା ଆଦି ବିଷୟରେ ଆଲୋଚନା କରାଯାଇଥିଲା। ଏଥିସହ ସାଧାରଣତଃ ଗ୍ରୀଷ୍ମ ଋତୁରେ ଜଙ୍ଗଲ ନିଆଁ ଲାଗୁଥିବାରୁ ଜଙ୍ଗଲକୁ ସୁରକ୍ଷିତ ରଖିବାକୁ ପଡିବ ନଚେତ ଅମାନିଆ ମାନଙ୍କୁ ଆଇନ ଅନୁଯାୟୀ ଦଣ୍ଡବିଧିର ବ୍ୟବସ୍ଥା ରହିଥିବା ଉପସ୍ଥିତ ଅତିଥି ମାନେ ଲୋକଙ୍କୁ ବୁଝାଇଥିଲେ। ଜଙ୍ଗଲକୁ ନିଆଁ ଦାଉରୁ ଏବଂ ଜଙ୍ଗଲକୁ କିପରି ରକ୍ଷା କରାଯାଇ ପାରିବ ସେ ସମ୍ପର୍କରେ ବନ ସୁରକ୍ଷା ସମିତି ଓ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ମାନଙ୍କୁ ଫରେଷ୍ଟର ଶ୍ରୀମତୀ ପାତ୍ର ବିଶୃତ ଭାବେ ବୁଝାଇଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ହାତୀଖମ୍ବା ବିଟର ବନରକ୍ଷୀ ପଦ୍ମନାଭ ନୀଳଗିରି ପରିଚାଳନା କରିଥିବା ବେଳେ କଣ୍ଡାଜାମୁ ବନରକ୍ଷୀ ରମେଶ ପରଜା, କାଙ୍କବାଡି ବନରକ୍ଷୀ ସବିତା ଗମାଙ୍ଗ, ରାମନାଗୁଡ଼ା ସେକ୍ସନ ଫରେଷ୍ଟ ଷ୍ଟାଫ ଇପିଲି ସୋମେଶ୍ୱର, ଜୟଦେବ ଶବର ଓ ସୁମିତ୍ରା ସାହୁ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।

ଗୌରୀ ପଟନାୟକ ଙ୍କ ରିପୋର୍ଟ 

Related posts

ସୃଜନୀ ପକ୍ଷରୁ ଜାତୀୟସ୍ତରୀୟ ସୃଜନ ମନ୍ଥନ କାର୍ଯ୍ୟକ୍ରମରେ ଡ଼.ବାସନ୍ତୀ ମହାନ୍ତିଙ୍କ କବିତା ସଙ୍କଳନ ” ଚନ୍ଦ୍ରମଲ୍ଲୀ “

ବିଶ୍ବ ଶ୍ରମିକ ଦିବସରେ ଜନମଙ୍ଗଳର ନିଆରା ପ୍ରୟାସ: ଶ୍ରମିକ ପରିବାର ମୁହଁରେ ଫୁଟାଇଲେ ହସ

ବିଡିଓ ଙ୍କୁ ଓଡିଶା ଜୀବିକା ମିଶନ ଇସି ସଂଘର ଦାବିପତ୍ର

masiha

Leave a Comment

error: Content is protected !!