ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଯାଦବ ମହାସଭା ପକ୍ଷରୁ ସାହାଯ୍ୟ ପ୍ରଦାନ 

ଯାଦବ ମହାସଭା ପକ୍ଷରୁ ସାହାଯ୍ୟ ପ୍ରଦାନ 

କଟକ : ଗତ ବର୍ଷ ମଧୁପାଟଣା ଥାନା ଅନ୍ତର୍ଗତ କଲ୍ୟାଣନଗର ସ୍ଥିତ ଜୈନିକ ଡାକ୍ତରଙ୍କ ପାଇଖାନା ଟାଙ୍କି କାର୍ଯ୍ୟ କରୁଥିବା ବେଳେ ଶ୍ୱାସରୁଦ୍ଧ ହୋଇ ପ୍ରାଣତ୍ୟାଗ କରିଥିବା କଦମପଡା ଖରିପଡିଆ ନିବାସୀ ରାଜେଶ ପଲେଇଙ୍କ ଧର୍ମପତ୍ନୀ ଶାନ୍ତିଲତା ପଲେଇ ଓ ଛୋଟ ଛୋଟ ପିଲାମାନେ ବେସାହାରା ହୋଇଯାଇଛନ୍ତି। ଚଳିବା ପାଇଁ ମାତ୍ର ଏକ ବଖରା ଝାଟି ମାଟି ଘର ଉପରେ ପଡ଼ିଥିବା ପୁରୁଣା ଜରି ପାଲ ଗତ ବର୍ଷା ପବନରେ ନଷ୍ଟ ହୋଇ ଘରେ ପାଣି ପଶୁଛି । ସର୍ବ ଭାରତୀୟ ଯାଦବ ମହାସଭାର ରାଷ୍ଟ୍ରୀୟ ଯୁବ ଅଧ୍ୟକ୍ଷ ଇ° ପ୍ରଦୀପ ବେହେରାଙ୍କ ନିର୍ଦ୍ଦେଶ କ୍ରମେ ୪୨ମୌଜା ଯାଦବ ମହାସଭା ପକ୍ଷରୁ ଏକ ସିନ୍ଥେଟିକ୍ ବଡ଼ ପାଲ ସ୍ବର୍ଗତ ରାଜେଶ୍ ପଲେଇଙ୍କ ପରିବାରକୁ ପ୍ରଦାନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ୪୨ ମୌଜା ଯାଦବ ମହାସଭା ସଭାପତି ସାରସ୍ଵତ ସାଧକ ବୁଲେଇ ବେହେରା,ସମ୍ପାଦକ ପ୍ରସନ୍ନ କୁମାର ବେହେରା,ସଦସ୍ୟ କିଶୋର ପଲେଇ, ଶଙ୍କର ବେହେରା,ଅକ୍ଷୟ ବେହେରା, ମୁକେଶ ବେହେରା ଓ ଆଶିଷ ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ଏହି ପରିବାରକୁ ଏକ ଇନ୍ଦିରା ଆବାସ କିମ୍ବା ବିଜୁ ପକ୍କାଘର ଯୋଗାଇ ଦେବା ପାଇଁ ଦଧିବାମନପୁର ଗ୍ରାମ ପଞ୍ଚାୟତ ସରପଞ୍ଚ ତଥା କଟକ ସଦର ବିଡିଓଙ୍କୁ ୪୨ମୌଜା ଯାଦବ ମହାସଭା ପକ୍ଷରୁ ଅନୁରୋଧ କରାଯାଇଛି ।

କଟକ ସଦର ରୁ ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ରାୟଗଡ଼ା ଜିଲ୍ଲାରେ ବ୍ଲକ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ

Sunil Chandra Nayak

ଜୁନାପାଣି ଧାନ ମଣ୍ଡିରୁ ଉଠିଲାନି ଧାନ, ଖୋଲା ଆକାଶ ତଳେ ପଡି ରହିଛି ଚାଷୀ ଙ୍କ ଧାନ 

masiha

ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନାର ନୂଆ ଏକକ କାର୍ଡ ବିତରଣ ଏବଂ ଆୟୁଷ୍ମାନ ଵୟୋ ଯୋଜନା ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ

masiha

Leave a Comment

error: Content is protected !!