ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଯାଦବ ମହାସଭା ପକ୍ଷରୁ ସାହାଯ୍ୟ ପ୍ରଦାନ 

ଯାଦବ ମହାସଭା ପକ୍ଷରୁ ସାହାଯ୍ୟ ପ୍ରଦାନ 

କଟକ : ଗତ ବର୍ଷ ମଧୁପାଟଣା ଥାନା ଅନ୍ତର୍ଗତ କଲ୍ୟାଣନଗର ସ୍ଥିତ ଜୈନିକ ଡାକ୍ତରଙ୍କ ପାଇଖାନା ଟାଙ୍କି କାର୍ଯ୍ୟ କରୁଥିବା ବେଳେ ଶ୍ୱାସରୁଦ୍ଧ ହୋଇ ପ୍ରାଣତ୍ୟାଗ କରିଥିବା କଦମପଡା ଖରିପଡିଆ ନିବାସୀ ରାଜେଶ ପଲେଇଙ୍କ ଧର୍ମପତ୍ନୀ ଶାନ୍ତିଲତା ପଲେଇ ଓ ଛୋଟ ଛୋଟ ପିଲାମାନେ ବେସାହାରା ହୋଇଯାଇଛନ୍ତି। ଚଳିବା ପାଇଁ ମାତ୍ର ଏକ ବଖରା ଝାଟି ମାଟି ଘର ଉପରେ ପଡ଼ିଥିବା ପୁରୁଣା ଜରି ପାଲ ଗତ ବର୍ଷା ପବନରେ ନଷ୍ଟ ହୋଇ ଘରେ ପାଣି ପଶୁଛି । ସର୍ବ ଭାରତୀୟ ଯାଦବ ମହାସଭାର ରାଷ୍ଟ୍ରୀୟ ଯୁବ ଅଧ୍ୟକ୍ଷ ଇ° ପ୍ରଦୀପ ବେହେରାଙ୍କ ନିର୍ଦ୍ଦେଶ କ୍ରମେ ୪୨ମୌଜା ଯାଦବ ମହାସଭା ପକ୍ଷରୁ ଏକ ସିନ୍ଥେଟିକ୍ ବଡ଼ ପାଲ ସ୍ବର୍ଗତ ରାଜେଶ୍ ପଲେଇଙ୍କ ପରିବାରକୁ ପ୍ରଦାନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ୪୨ ମୌଜା ଯାଦବ ମହାସଭା ସଭାପତି ସାରସ୍ଵତ ସାଧକ ବୁଲେଇ ବେହେରା,ସମ୍ପାଦକ ପ୍ରସନ୍ନ କୁମାର ବେହେରା,ସଦସ୍ୟ କିଶୋର ପଲେଇ, ଶଙ୍କର ବେହେରା,ଅକ୍ଷୟ ବେହେରା, ମୁକେଶ ବେହେରା ଓ ଆଶିଷ ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ଏହି ପରିବାରକୁ ଏକ ଇନ୍ଦିରା ଆବାସ କିମ୍ବା ବିଜୁ ପକ୍କାଘର ଯୋଗାଇ ଦେବା ପାଇଁ ଦଧିବାମନପୁର ଗ୍ରାମ ପଞ୍ଚାୟତ ସରପଞ୍ଚ ତଥା କଟକ ସଦର ବିଡିଓଙ୍କୁ ୪୨ମୌଜା ଯାଦବ ମହାସଭା ପକ୍ଷରୁ ଅନୁରୋଧ କରାଯାଇଛି ।

କଟକ ସଦର ରୁ ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ସିନି ଟାଟା ଟ୍ରଷ୍ଟ ତରଫରୁ ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶସ୍ତା ଓ ସୁଲଭ ମୂଲ୍ୟରେ ତରଭୁଜ ବିକ୍ରୟ କେନ୍ଦ୍ର ଉଦଘାଟିତ 

masiha

ଗରିମା ପରିବାରର ଉତ୍କଳ ଦିବସ ଆସନ୍ତା ଏପ୍ରିଲ ୨ ରେ

Sunil Chandra Nayak

ନୂତନ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଯୋଗଦାନ

masiha

Leave a Comment

error: Content is protected !!