ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଇପିଏ ୱିକ୍ଲି ସମ୍ପାଦକଙ୍କ ବିୟୋଗରେ ଓଡ଼ିଶା ରାଜ୍ୟ କ୍ଷୁଦ୍ର ଓ ମଧ୍ୟମ ସମ୍ୱାଦପତ୍ର ମହାସଂଘର ଶୋକ  

ଇପିଏ ୱିକ୍ଲି ସମ୍ପାଦକଙ୍କ ବିୟୋଗରେ ଓଡ଼ିଶା ରାଜ୍ୟ କ୍ଷୁଦ୍ର ଓ ମଧ୍ୟମ ସମ୍ୱାଦପତ୍ର ମହାସଂଘର ଶୋକ  

ବ୍ରହ୍ମପୁର,21/8 : ଇଷ୍ଟର୍ଣ୍ଣ ପ୍ରେସ୍‌‍ ଏଜେନ୍ସିର ପ୍ରତିଷ୍ଠାତା ତଥା ଭୁବନେଶ୍ଵରରୁ ପ୍ରକାଶ ପାଉଥିବା ଇପିଏ ୱିକ୍ଲିର ମୁଖ୍ୟ ସମ୍ପାଦକ ଅନୀଲ ପ୍ରସାଦ ମିଶ୍ରଙ୍କ ବିୟୋଗରେ ଓଡ଼ିଶା ରାଜ୍ୟ କ୍ଷୁଦ୍ର ଓ ମଧ୍ୟମ ସମ୍ୱାଦପତ୍ର ମହାସଂଘ ସଭାପତି ରବି ରଥ ଗଭୀର ଶୋକ ପ୍ରକାଶ କରିବା ସହ ଓଡ଼ିଶା ରାଜ୍ୟ ଜଣେ ବରିଷ୍ଠ ସମ୍ପାଦକଙ୍କୁ ହରାଇଲା ବୋଲି କହିଛନ୍ତି । ଇପିଏ ୱିକ୍ଲିର ସମ୍ପାଦକ ଭାବେ ସମଗ୍ର ଓଡ଼ିଶାରେ ପରିଚିତ ଥିଲେ। ନିର୍ଭୀକ କଲମ ଚାଳନା ପାଇଁ ସେ ସ୍ଵତନ୍ତ୍ର ସ୍ଥାନ ଛାଡ଼ି ଯାଇଛନ୍ତି। ଜଣେ ଫଟୋ ସାମ୍ୱାଦିକ ଭାବେ ମଧ୍ୟ ତାଙ୍କର ସ୍ଵତନ୍ତ୍ର ଦୃଷ୍ଟିକୋଣ ଅନ୍ୟମାନଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା। ଅମର ଆତ୍ମାର ସଦଗତି ପାଇଁ କ୍ଷୁଦ୍ର ଓ ମଧ୍ୟମ ସମ୍ୱାଦପତ୍ର ମହାସଂଘ ପକ୍ଷରୁ ଶୋକସନ୍ତପ୍ତ ପରିବାର ବର୍ଗ ପ୍ରତି ସମବେଦନା ଜ୍ଞାପନ କରାଯାଇଛି ।

ରବି ରଥ

ସଭାପତି ,
ଓଡ଼ିଶା ରାଜ୍ୟ କ୍ଷୁଦ୍ର ଓ ମଧ୍ୟମ ସମ୍ୱାଦପତ୍ର ମହାସଂଘ

Related posts

ନଗରିକ ବିକାଶ ସଂଗଠନ ତରଫରୁ ବିଭିନ୍ନ ସମସ୍ୟାନେଇ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

Sunil Chandra Nayak

ବାତ୍ୟା “ମୋନ୍ଥା”ର ସତର୍କ ବୈଠକ

Sunil Chandra Nayak

ଫୁପଗାଁ ପଞ୍ଚାୟତରେ ଯୁଗ୍ମ ଜନଶୁଣାଣୀ ଶିବିର ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!