ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡିଜିଟାଲ ଫସଲ ସର୍ଭେ ନେଇ ବ୍ଲକ ସ୍ତରୀୟ ତାଲିମ ଶିବିର

ଡିଜିଟାଲ ଫସଲ ସର୍ଭେ ନେଇ ବ୍ଲକ ସ୍ତରୀୟ ତାଲିମ ଶିବିର

ଡାବୁଗାଁ, ୨୧/୮ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦରମହକୁମାସ୍ଥିତ କୃଷି, ସୂଚନା ଓ ପରାମର୍ଶ କେନ୍ଦ୍ର ଠାରେ ଡିଜିଟାଲ ଫସଲ ସର୍ଭେ ନେଇ ବ୍ଲକ ସ୍ତରୀୟ ତାଲିମ ଶିବିର ବୁଧବାର ଅନୁଷ୍ଠିତ ହୋଇଯାଇଛି | ସରକାରଙ୍କ ପ୍ରଚଳିତ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ବିଭିନ୍ନ ଯୋଜନାରେ ସାମିଲ ହେବା ଆଗକୁ ସମସ୍ତ ସୁବିଧା କୃଷକ ମାନଙ୍କୁ ଉପଲବ୍ଧ କରାଇବା ପାଇଁ ସରକାର ଏକ ଅଭିନବ ପ୍ରୟାସ ସ୍ୱରୂପ ଡିଜିଟାଲ ଫସଲ ସର୍ଭେ ଆରମ୍ଭ କରିଛନ୍ତି । ସହକାରୀ କୃଷି ଅଧିକାରୀ ସୋମେନ୍ଦ୍ର ବିଶ୍ଵାସ ତାଲିମ ପ୍ରଦାନ କରି ସର୍ଭେ ସମୟରେ ଚାଷୀ ମାନଙ୍କ ଠାରୁ ନିର୍ଭୁଲ ଓ ସଠିକ ତଥ୍ୟ ସଂଗ୍ରହ ଉପରେ ଗୁରୁତ୍ୱାରୋପ କରିଥିଲେ । ଏହି ସର୍ବେକ୍ଷଣ ଡିଜିଟାଲ ଆପ ମାଧ୍ୟମରେ ଡାବୁଗାଁ ବ୍ଲକର ସମସ୍ତ ପଞ୍ଚାୟତର ସମସ୍ତ ଚାଷୀଙ୍କ ଚାଷ ଜମିରେ ସର୍ଭେ କାର୍ଯ୍ୟ ସେପ୍ଟେମ୍ବର ୧୫ ତାରିଖ ସୁଦ୍ଧା ଶେଷ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି । ଏଥିରେ ସହକାରୀ ଉଦ୍ୟାନ ଅଧିକାରୀ ରବିଶଙ୍କର ପଣ୍ଡା, ମୃତ୍ତିକା ସଂରକ୍ଷଣ ରେଞ୍ଜର ନିରୋଜ କୁମାର ମଲ୍ଲିକ, ରାଜସ୍ୱ ନିରିକ୍ଷକ ଚୈତନ୍ୟ ବେହେରା, ଗଙ୍ଗାଧର ମହାଙ୍କୁଡ, ଯୋଗେଶ ପ୍ରସାଦ ଦାସ ଓ କେ. ମଦାଲସା, ଷ୍ଟାଟିଷ୍ଟିକ କ୍ଷେତ୍ର ପରିଦର୍ଶକ ଗୁପ୍ତ ପ୍ରସାଦ ମଲ୍ଲିକ, କୃଷି ଅଧିଦର୍ଶକ ମମତା ସାହୁ, ନୀଳକଣ୍ଠ ପଣ୍ଡା, ସୁଶାନ୍ତ କୁମାର ରାଉତ , ଅଙ୍ଗନୱାଡି ସୁପରଭାଇଜର ରୋଜାଲିନ ପ୍ରଧାନ, ବିମଳା କୁମାରୀ ନାୟକ ଓ ସାଇରା ବାନୁ, ଏଟିଏମ କେ. ଉଦୟା କୁମାରୀ, ସମସ୍ତ ସୁପରଭାଇଜର ଓ ୬୦ ଜଣ ସର୍ଭେୟର ମାନେ ଉପସ୍ଥିତ ଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଫାଇଲେରିଆ ରୋଗର ନିରାକରଣ ନିମନ୍ତେ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ନେଇ ସଚେତନତା ଶିବିର  

Sunil Chandra Nayak

ମୋ ସ୍କୁଲ ଅଭିଯାନ ବିଦ୍ୟାଳୟମାନଙ୍କରେ ମୌଳିକ ସୁବିଧା ଦେଇଛି

Sunil Chandra Nayak

ବହୁପୁରାତନ କିଶୋର କ୍ଲବର ବାର୍ଷିକ ଉତ୍ସବ ଉପଲକ୍ଷେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!