ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାସ୍ତା କଡ଼ରେ ବିଦ୍ୟୁତ ତାର ଉପରେ ମାଡ଼ି ବସିଛି ବିଶାଳ ବୃକ୍ଷ୍

ରାସ୍ତା କଡ଼ରେ ବିଦ୍ୟୁତ ତାର ଉପରେ ମାଡ଼ି ବସିଛି ବିଶାଳ ବୃକ୍ଷ୍

କାମାକ୍ଷାନଗର (ମନିସ)24/10/25 — ଢେଙ୍କାନାଳ ଜିଲ୍ଲା ଭୁବନ ଏନ.ଏ.ସି ନିକଟ ବିଦ୍ୟୁତ ଅଫିସ ପାଖ ରାସ୍ତା କଡ଼ରେ ଅତି ବିପଦ ସଂକୁଳ ଅବସ୍ଥାରେ ଏକ ବୃକ୍ଷ୍ୟ ଶୁଖିଯାଇ ବିଦ୍ୟୁତ ତାର ଉପରେ ଢାଙ୍କି ପଡ଼ିଛି | କେତେବେଳେ ଯେ ଏ ଗଛଟି ଭାଙ୍ଗିଯିବ ତାହା କେହି କହି ପାରିବେ ନାହିଁ | କିନ୍ତୁ ଚିନ୍ତାର ବିଷୟ କେମିତି ଭୁବନ ବନ ବିଭାଗ ଓ ସ୍ଥାନୀୟ ପ୍ରଶାସନର ଦୃଷ୍ଟି ଏହା ଉପରେ ପଡ଼ୁନାହିଁ ତାହା ଏବେ ସାଧାରଣରେ ଚର୍ଚ୍ଚା ବଢ଼ିବାରେ ଲାଗିଛି | ଜନ ଗହଳି ସହ ରାସ୍ତା କଡ଼ରେ ଏହି ଗଛଟି ଥିବା ଯାହା ଆଗାମୀ ଦିନରେ ଯଦି ଏ ଗଛଟିର ଥଇଥାନ ନକରାଯାଏ ତେବେ ଏହି ଗଛଟି ବଡ଼ ବିପଦ ସୃଷ୍ଟି କରିପାରେ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି | ଏସିଆ ମହାଦେଶର ସର୍ବ ବୃହତ ଗ୍ରାମ, ବ୍ଲକ ଓ ଏନ.ଏ.ସି ଏହା ସହ ଆଗାମୀ ଦିନରେ ଏ ଭୁବନ ସବଡ଼ିଭିଜନ ମଧ୍ୟ ହେଇପାରେ | ଏନ.ଏ.ସି ଓ ୧୮ଟି ପଞ୍ଚାୟତର ଜନ ସାଧାରଣ ଏଇ ଭୁବନ ଉପରେ ନିର୍ଭର କରିଥାନ୍ତି | ଯେପରି କୌଣସି ସରକାରୀ କାମ ହେଉ କି ବଜାର ହାଟ ହେଉ ସବୁବେଳେ ଲୋକମାନେ ଏଇ ଭୁବନକୁ ନିର୍ଭର କରିଥାନ୍ତି | କିନ୍ତୁ ଏଠାରେ ଅନେକ ଗୁଡ଼ିଏ ଉର୍ନତିମୂଳକ କାର୍ଯ୍ୟ ହୋଇଥିବା ସହ ଏମିତି ଅନେକ କିଛି ବିପଦ ସଂକୁଳ ଅବସ୍ଥାରେ ପଡ଼ି ରହିଛି | ତ ସେଥିପାଇଁ ଭୁବନ ବନ ବିଭାଗ ଓ ସ୍ଥାନୀୟ ପ୍ରଶାସନ ବିଦ୍ୟୁତ ତାର ଉପରେ ଢାଙ୍କି ହୋଇ ପଡ଼ିଥିବା ଶୁଖିଲା ଗଛକୁ ଯଦି ଥଇଥାନ କରାଯାଇ ପାରନ୍ତା ତେବେ ବିପଦ ଥିବା ସ୍ଥାନଟି ଟଳି ପାରନ୍ତା ବୋଲି ସାଧାରଣରେ ଆଲୋଚନା ହେଉଛି |

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ଉତ୍କଳ ସମ୍ମିଳନୀ ଆନୁକୂଲ୍ୟରେ ଉତ୍କଳ ଦିବସ ପାଳିତ

masiha

ଇନ୍ଦ୍ରାଗାନ୍ଧିଙ୍କ ପୁଣ୍ୟ ତିଥି ରେ ଶ୍ରଦ୍ଧାଞ୍ଜଳି ଅର୍ପଣ 

Sunil Chandra Nayak

ପଞ୍ଚମ ବାର୍ଷିକ ଉତ୍ସବ ନିମନ୍ତେ ପ୍ରସ୍ତୁତ ହେଉଛି ବରିଷ୍ଠ ନାଗରିକ 

masiha

Leave a Comment

error: Content is protected !!