ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲାସ୍ତରୀୟ ଜନଗଣନା ଅଧିକାରୀଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ଜିଲ୍ଲାସ୍ତରୀୟ ଜନଗଣନା ଅଧିକାରୀଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ବ୍ରହ୍ମପୁର,୧/୭ ଜନଗଣନା ଉପଲକ୍ଷେ ଜିଲ୍ଲା ଜନଗଣନା ପୁସ୍ତିକା ପାଇଁ ଜିଲ୍ଲାପାଳ ତଥା ମୁଖ୍ୟ ଜନଗଣନା ଅଧିକାରୀ, ଗଞ୍ଜାମଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ବ୍ରହ୍ମପୁର ମହାନଗର ନିଗମର ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ଜନଗଣନା ଅଧିକାରୀଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ବ୍ରହ୍ମପୁର ଉପଖଣ୍ଡ ସ୍ତରୀୟ ଏହି କାର୍ଯ୍ୟକ୍ରମରେ ମହାନଗର ନିଗମର କମିଶନର ଶସ୍ୟା ରେଡ୍ଡି ଅଧ୍ୟକ୍ଷତା କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ଏ.ଡି.ଏମ୍ ସୁନୀଲ୍ କୁମାର କେର୍କେଟା, ଉପ ଜିଲ୍ଲାପାଳ ଅବିନାଶ କୁମାର, ଅତିରିକ୍ତ ଉପ ଜିଲ୍ଲାପାଳ ରୀନା କୁମାରୀ ନାଏକ, ଡ଼େପୁଟି କମିଶନର ଆଶୀର୍ବାଦ ପରିଡ଼ା, ଡେପୁଟି କଲେକ୍ଟର (ସେନ୍ସସ୍) ସିକିତା ଗୌଡ଼, କନ୍ସଲଟାଣ୍ଟ ଏମ୍. ଶ୍ରୀନିବାସ, ଡି.ସି.ଓ, ଓଡିଶା ସନ୍ତୋଷ କୁମାର ଆଚାର୍ଯ୍ୟ ପ୍ରମୁଖ ସମ୍ମିଳନୀରେ ଉପସ୍ଥିତ ଥିଲେ l ଜିଲ୍ଲାସ୍ତରୀୟ ଜନଗଣନା ପୁସ୍ତିକା ପ୍ରଣୟନରେ ଜିଲ୍ଲାର ତହସିଲଦାର, ଆର୍.ଆଇ., ଏ.ଆର୍.ଆଇ., ରେଭେନ୍ୟୁ ସୁପରଭାଇଜର ଏବଂ ଅମୀନଙ୍କ ସମେତ ସଂପୃକ୍ତ ସମସ୍ତ ଅଧିକାରୀଙ୍କ କାର୍ଯ୍ୟ ଖସଡ଼ା ଏବଂ ପରବର୍ତ୍ତୀ କ୍ଷେତ୍ରସ୍ତରୀୟ ଅନୁସନ୍ଧାନରେ ଅଧିକାରୀଙ୍କ ଭୂମିକା ସଂପର୍କରେ ବୈଠକରେ ସବିଶେଷ ଆଲୋଚନା ହୋଇଥିଲା l ପୁସ୍ତିକାର ଡିଜିଟାଲ ପ୍ରକରଣ ନିମନ୍ତେ ମୋବାଇଲ୍ ଆପ୍ ଇନ୍‌ଷ୍ଟଲ୍ ଏବଂ ଏହାର ପରିଚାଳନାର ଗୁରୁତ୍ୱ ସଂପର୍କରେ ପଦାଧିକାରୀ ତାଲିମ୍ ପ୍ରଦାନ କରିଥିଲେ l ଜିଲ୍ଲାର ଆର୍.ଆଇ. ଏବଂ ସଂପୃକ୍ତ ଅଧିକାରୀମାନଙ୍କ ସୁବିଧା ପାଇଁ ଜିଲ୍ଲାସ୍ତରୀୟ ହେଲ୍ପ ଡେସ୍କର ଶୁଭାରମ୍ଭ ସଂପର୍କରେ ମଧ୍ୟ ସୂଚ଼ନା ଦେଇଥିଲେ l ଗ୍ରାମ୍ୟ ଓ ସହରୀ ଜନଗଣନା ବେଳେ ଏହାର ଭୌଗଳିକ ସୀମା, ଅବସ୍ଥିତି ସହିତ ସାମାଜିକ ଓ ଅର୍ଥନୈତିକ ବିଷୟବସ୍ତୁ ସମ୍ବନ୍ଧିତ ସୂଚ଼ନା ଏବଂ ଶିକ୍ଷା, ସ୍ୱାସ୍ଥ୍ୟ, ଯୋଗାଯୋଗ, ଭିତ୍ତିଭୂମି ପରି ଉପଲବ୍ଧ ସୁବିଧା ସୁଯୋଗ ଗୁଡ଼ିକ ସଂପର୍କରେ ସୂଚ଼ନା ସଂଗ୍ରହରେ ସଠିକତା ବଜାୟ ରଖିବା ଦିଗରେ ଗୁରୁତ୍ଵାରୋପ କରାଯାଇଥିଲା l ନିର୍ଦ୍ଦିଷ୍ଟ କାର୍ଯ୍ୟ ସଂପାଦନରେ ସଂପୃକ୍ତ ବିଭାଗୀୟ ଅଧିକାରୀଙ୍କ ସହାୟତା ନେବାକୁ ଆର୍.ଆଇ. ମାନଙ୍କୁ ପରାମର୍ଶ ଦିଆଯାଇଥିଲା l କଲ୍ୟାଣକାରୀ ଯୋଜନାର କାର୍ଯ୍ୟକାରିତାରେ ମଧ୍ୟ ସହାୟକ ହେଉଥିବା ଜିଲ୍ଲାର ଏହି ଜନଗଣନା, ଗୃହ ଗଣନା, ଗ୍ରାମ ଓ ସହରର ତଥ୍ୟଗତ ବିବରଣୀ ସଂଗ୍ରହ, ଏହାର ସଠିକ୍ ମେଳ ଏବଂ ଉପସ୍ଥାପନା ନିମନ୍ତେ ଆବଶ୍ୟକ ପ୍ରଶିକ୍ଷଣ ପ୍ରଦାନକୁ ଆହୁରି ବ୍ୟାପକ କରିବା ନିମନ୍ତେ ଏକ ସେନ୍ସସ୍ ଗ୍ରୁପ୍ ଗଠନ କରାଯାଇଥିବାର ସୂଚନା ପ୍ରଦାନ କରାଯାଇଥିଲା l ରାଜ୍ୟସ୍ତରୀୟ ମାଷ୍ଟର ଟ୍ରେନର୍ସଙ୍କ ମାଧ୍ୟମରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ସରଳୀକରଣ କରାଯାଇପାରିବ ଏବଂ କାର୍ଯ୍ୟ କ୍ଷେତ୍ରରେ ସଂପୃକ୍ତ ଅଧିକାରୀଙ୍କ ପାଇଁ ଏହା ସହାୟ ହୋଇପାରିବ ବୋଲି ବୈଠକରେ ମତପ୍ରକାଶ ପାଇଥିଲା l

Related posts

୧- କସେଇ ବିଦ୍ୟାଳୟ ରେ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ ,୨- ଝରପାରି ବିଦ୍ୟାଳୟ ରେ 77 ତମ ବନ ମହୋତ୍ସବ ପାଳିତ, ୩- ମୁଣ୍ଡମରାଇ ଶିଶୁ ମନ୍ଦିରରେ ବନ ମହୋତ୍ସବ କାର୍ଯ୍ୟକ୍ରମ

ଧର୍ମଗଡ଼ ଓଷ୍ଟା ତରଫରୁ ବ୍ଲକ ସ୍ତରୀୟ ଶିଶୁମେଳା ଅନୁଷ୍ଠିତ

Sunil Chandra Nayak

48 Adivasi Students Felicitated for Academic Excellence in Sundargarh

masiha

Leave a Comment

error: Content is protected !!