ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗୋଲାମୁଣ୍ଡା ବ୍ଲକ ରେ ଜଳ ଜୀଵନ ମିଶନ ଫେଲ  ମେଗା ପ୍ରୋଜେକ୍ଟ ରେ ଟଙ୍କା ପ୍ରବଳ ହେଲେ କାମ ଦୁର୍ବଳ  ଏପଟେ ନା ଚାଲୁଛି ବାସୁଧା, ନା ଶୋଷ ମେଣ୍ଟାଉଛି ମେଗା ପ୍ରୋଜେକ୍ଟ 

ଗୋଲାମୁଣ୍ଡା ବ୍ଲକ ରେ ଜଳ ଜୀଵନ ମିଶନ ଫେଲ 

ମେଗା ପ୍ରୋଜେକ୍ଟ ରେ ଟଙ୍କା ପ୍ରବଳ ହେଲେ କାମ ଦୁର୍ବଳ 
ଏପଟେ ନା ଚାଲୁଛି ବାସୁଧା, ନା ଶୋଷ ମେଣ୍ଟାଉଛି ମେଗା ପ୍ରୋଜେକ୍ଟ 

ଜୁନାଗଡ଼(ମନିସ)-୨୧/୦୩ // କଳାହାଣ୍ଡି ଜିଲ୍ଲାର ଗୋଲାମୁଣ୍ଡା ବ୍ଲକରେ ଗ୍ରୀଷ୍ମପ୍ରବାହ ଆରମ୍ଭରୁ ଲୋକ ପାଣି ପାଇଁ ତ୍ରାହି ତ୍ରାହି ଡାକିଲେଣି । ବର୍ତ୍ତମାନ ନଈ ନାଳ ଶୁଖିବା ଆରମ୍ଭ ହୋଇଥିବା ବେଳେ ଭୂତଳ ଜଳ ମଧ୍ୟ କମିବାରେ ଲାଗିଲାଣି । ଗୋଟିଏ ପଟେ ବାସୁଧା ଚାଲୁନଥିବା ବେଳେ ଅନ୍ୟପଟେ ମେଗା ପ୍ରୋଜେକ୍ଟ ଟଙ୍କା ପ୍ରବଳ କୁ କାମ ଦୁର୍ବଳ ହେଉଛି । ବର୍ତ୍ତମାନ ପାଣି ପାଇଁ ଲୋକେ ଏକ ପ୍ରକାର ପ୍ରତିଯୋଗିତା ଆରମ୍ଭ କରୁଛନ୍ତି । କିଡନୀ ରୋଗ ଜୀବନ ନେଉଥିଲେ ସୁଦ୍ଧା ନଳକୂପର ଫ୍ଲୋରାଇଡ଼ ପାଣି ପିଇ ଶୋଷ ମେଣ୍ଟାଇବା ପାଇଁ ମହିଳାଙ୍କ ଲମ୍ବା ଲାଇନ ଦେଖିବାକି ମିଳୁଛି । ଗୋଲାମୁଣ୍ଡା ବ୍ଲକର ଫରଙ୍ଗ ପଞ୍ଚାୟତ ଅନ୍ତର୍ଗତ ଅମଠା ଗ୍ରାମର ୪ ନମ୍ବର ୱାର୍ଡ ରେ ମହିଳାମାନେ ପ୍ରତିଦିନ ପାଣି ପାଇଁ ସଂଘର୍ଷ କରୁଛନ୍ତି । ବାସୁଧା ଅଛି,ଘରକୁ ଘର ପାଣି ସପ୍ଲାଇ ହୋଇଛି, ଷ୍ଟାଣ୍ଡପୋଷ୍ଟ ନିର୍ମାଣ ହୋଇକି ଭାଙ୍ଗି ମଧ୍ୟ ଗଲାଣି ହେଲେ ଦିନେ ବି ପାଣି ଟୋପେ ପାଇ ନାହାଁନ୍ତି । ସେହିଭଳି ମେଗା ପ୍ରୋଜେକ୍ଟ ପକ୍ଷରୁ ପ୍ରତିଘରେ ପାଇପ ବିଛାଇ ପାଣି ସଂଯୋଗ କରାଯାଇଛି, କିନ୍ତୁ କେବେ ବି ପାଣି ଟୋପେ ପାଇ ନାହାଁନ୍ତି । ଫ୍ଲୋରାଇଡ଼ ପାଣି ପିଇଲେ କିଡନୀ ରୋଗ ହୋଇ ଜୀବନ ଯିବା ସୁନିଶ୍ଚିତ ବୋଲି ଜାଣିଛନ୍ତି । ହେଲେ ଅନ୍ୟ ଉପାୟ ନ ପାଇ ବାଧ୍ୟ ହୋଇ ଶୋଷ ମେଣ୍ଟାଇବା ପାଇଁ ମହିଳା ମାନେ ନଲ କୂପରେ ଲାଇନ୍ ଲାଗି ପାଣି ନେଇ ଥାନ୍ତି ।ଗୋଲାମୁଣ୍ଡା ବ୍ଲକରେ ନିର୍ମାଣ ହେଉଥିବା ମେଗା ପ୍ରୋଜେକ୍ଟ କଥା ନ କହିଲେ ଭଲ । ଏହି ମେଗା ପ୍ରୋଜେକ୍ଟରେ ଟଙ୍କା ପ୍ରବଳ କିନ୍ତୁ କାମ ସମ୍ପୁର୍ଣ୍ଣ ଭାବେ ଦୁର୍ବଳ । ବ୍ଲକର ୨୮ ଟି ପଞ୍ଚାୟତର ୧୨୧ ଗାଁ କୁ ବିଶୁଦ୍ଧ ପାନୀୟ ଜଳଯୋଗାଣ ପାଇଁ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ପକ୍ଷରୁ ୧୬୮ କୋଟି ଟଙ୍କା ବିନିମୟରେ ବନ୍ଧାଗାଁ ନିକଟସ୍ଥ ତେଲନଦୀ କୂଳରେ ମେଗା ଜଳ ଯୋଗାଣ ପ୍ରକଳ୍ପ ଆରମ୍ଭ କରାଯାଇଥିଲା । ଏହି କାମକୁ ହାଇଦ୍ରାବାଦର ମେଘା ଇଂଜିନିୟରିଂ ଆଣ୍ଡ ଇନଫ୍ରାକ୍ଟଶ୍ଚର ଲିମିଟେଡ଼କୁ ପ୍ରଦାନ କରାଯାଇଥିଲା । ଏହି କାମ ଗତ ୨୦୨୧ ମସିହା ମାର୍ଚ୍ଚ ୧୦ ତାରିଖରେ ଆରମ୍ଭ ହୋଇଥିବା ବେଳେ ଚଳିତ ମାର୍ଚ୍ଚ ମାସ ୯ ତାରିଖରେ ଶେଷ ହୋଇଥିବା ନେଇ ସୂଚନା ବୋର୍ଡରେ ଉଲ୍ଲେଖ ହୋଇଛି । ହେଲେ ୧୨୧ ଗାଁ ବଦଳରେ ୧୨ଟି ଗାଁ କୁ ପାଣି ଯୋଗାଇ ଦିଆଯାଇଛି । ଗୋଲାମୁଣ୍ଡା ବ୍ଲକର ବୃନ୍ଦାବାହାଲ, ବୈଜଳପୁର, ଡୁମେରବାହାଲ, ଲିମସେର, ଚପ୍ରିୟା, ଟିଙ୍ଗିପଦର, ଗ୍ରୀଣ୍ଡୋଲ,ଅମୁର୍ଲାପଦର,ଅନ୍ତର୍ଲା, ବାଗମୁଣ୍ଡା,ଗଣ୍ଡାମେର, କାର୍ଲି,ସୁକନିମୁଣ୍ଡା,କୁରେଇସୁନି ,ତୁରେଛଡା, ଧାମନପୁର, ପ୍ରଭୁତି ଗ୍ରାମରେ ଫ୍ଲୋରାଇଡ ପାଣି ଯୋଗୁଁ ଭୂତଳ ଜଳ ପାନୀୟ ଉପଯୋଗୀ ହୋଇ ପାରୁନାହିଁ । ପାଣିରେ ଫ୍ଲୋରାଇଡ୍ ମାତ୍ରା ଅଧିକ ରହିବା କାରଣରୁ ଏହି ଗ୍ରାମ ମାନଙ୍କରେ ଥିବା ଶତାଧିକ ଲୋକ କିଡ୍‌ନି ରୋଗରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଲେଣି । ବର୍ତ୍ତମାନ ଗୋଲାମୁଣ୍ଡା ବ୍ଲକବାସୀଙ୍କ ପାଇଁ ବିଶୁଦ୍ଧ ପାନୀୟଜଳ ପାଇଁ ଏଯାବତ କିଛି ଠୋସ ପଦକ୍ଷେପ ନିଆଯାଉ ନଥିବାରୁ ଲୋକେ ଆତଙ୍କିତ ହୋଇ ପଡ଼ିଛନ୍ତି।ପାଇପ ଜଳଯୋଗାଣ ପ୍ରକଳ୍ପ କାର୍ଯ୍ୟକାରୀ ହୋଇଥିଲେ ମଧ୍ୟ ବହୁ ପ୍ରକଳ୍ପ ଅସମ୍ପୂର୍ଣ୍ଣ ଅବସ୍ଥାରେ ପଡ଼ିରହିଛି। ଫ୍ଲୋରାଇଡ ଥବା ଅଞ୍ଚଳର ସମସ୍ତ ଲୋକଙ୍କ ପାଖରେ ପାନୀୟ ଜଳଯୋଗାଣ ପାଇଁ ବ୍ୟବସ୍ଥା ନ ହେବା ଯୋଗୁଁ ଫ୍ଲୋରାଇଡ୍ ପାଣି ପିଇ ଅକାଳରେ ଜୀବନ ଯାଉଛି। କିଡନୀ ରୋଗରେ ଆଉ କେତେ ମୁଣ୍ଡ ଗଡ଼ିଲେ ଲୋକଙ୍କ ପାଖକୁ ବିଶୁଦ୍ଧ ପାନୀୟ ଜଳ ମିଳିବ ବୋଲି ଲୋକଙ୍କ ମଧ୍ୟରେ ଉଦବେଗ ପ୍ରକାଶ ପାଇଛି ।

ଜୁନାଗଡ଼ ନିର୍ବାଚନ ମଣ୍ଡଳୀରୁ ଜଗଜ୍ଜିବନ ସାଙ୍କ ରିପୋର୍ଟ

Related posts

କରୁଣାଶାନ୍ତି ବିଜ୍ଞାନ ମହାବିଦ୍ୟାଳୟରେ ଗଣତନ୍ତ୍ର ଦିବସ ପାଳିତ 

masiha

ମତ୍ସ୍ୟଚାଷୀଙ୍କୁ ଦକ୍ଷତା ବୃଦ୍ଧି, ତାଲିମ ଓ ସଚେତନତା ଶିବିର 

masiha

ଶେଷ ହେଲା ରାହଗିରି ପଥ ପାଲଟିଲା ଉତ୍ସବମୟ 

masiha

Leave a Comment

error: Content is protected !!