ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରକାଶ ପାଇଲା ପ୍ରବନ୍ଧ ପ୍ରତିଯୋଗିତାର ଫଳାଫଳ

ପ୍ରକାଶ ପାଇଲା ପ୍ରବନ୍ଧ ପ୍ରତିଯୋଗିତାର ଫଳାଫଳ

ଖଇରା,୨୦/୮/୨୪- ସାହିତ୍ୟ ସାଧନାରେ ଭରି ରହିଥାଏ ସମାଜ ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା । ଏହା କେବଳ ସାଧକ ସାଧିକାଙ୍କୁ ଖୁସି ଆନନ୍ଦ ଦେଇନଥାଏ, ନିଜର ପରିଚୟ ସୃଷ୍ଟି ଓ ସମାଜ ପରିବର୍ତ୍ତନ ପାଇଁ ବାର୍ତ୍ତା ବହନ କରିଥାଏ । ଏଥିପାଇଁ ଏକ ପ୍ଲାଟଫର୍ମ ବା ଅନୁଷ୍ଠାନର ଆବଶ୍ୟକ ହୋଇଥାଏ । ସେଭଳି ଅନୁଷ୍ଠାନ ହେଉଛି ” ମୋ ଅନୁଷ୍ଠାନ ସାହିତ୍ୟ ସଂସଦ ” ଯାହା ଖଇରା ଠାରେ ଗଢି ଉଠିଛି । ପ୍ରତ୍ୟେକ ରବିବାର ସାହିତ୍ୟ ବନ୍ଧୁ ମାନଙ୍କ ହୃଦୟରେ କିଛି ନୂଆ ନୂଆ ବିଷୟବସ୍ତୁକୁ ନେଇ ସାହିତ୍ୟ ସୃଷ୍ଟିର ଆଗ୍ରହ ଭରି ଦେଇଥାଏ । ଯେଉଁଥିରୁ ସେମାନଙ୍କୁ କିଛି ଶିକ୍ଷା ମଧ୍ୟ ମିଳିଥାଏ । ପ୍ରସଙ୍ଗ ବା ଶୀର୍ଷକଟିଏ ପାଇଲେ ଆଗ୍ରହୀ ବନ୍ଧୁ ମାନେ ନିର୍ଦ୍ଧାରିତ ସମୟକୁ ଲକ୍ଷ କରି ଲେଖନୀ ଚାଳନା କରିଥାନ୍ତି କିଛି ଶିଖିବାର ଆଶାନେଇ । ଏଥିସହିତ ଶିଥିଳ ଲେଖନୀ ମୁନକୁ ଚଳଚଞ୍ଚଳ କରିଥାଏ ଅନୁଷ୍ଠାନ ଏହି ପ୍ରତିଯୋଗିତା ମିଧ୍ଯମରେ । ସେଥିପାଇଁ ମୋ ଅନୁଷ୍ଠାନ ହ୍ଵାଟ୍ସଆପ୍ ଗୃପ୍ ରେ ପ୍ରତ୍ୟେକ ରବିବାର ଗଦ୍ୟ ଏବଂ ପଦ୍ଯକୁ ନେଇ ପ୍ରତିଯୋଗିତା ରଖା ଯାଇଥାଏ । ଏହି ଅଵସରରେ ତା ୧୮/୮/୨୪ ରିଖ ଦିନ ପ୍ରତିଯୋଗୀଙ୍କ ନିମନ୍ତେ ପ୍ରବନ୍ଧକୁ ନେଇ ଏକ ସୁନ୍ଦର ବିଷୟବସ୍ତୁ ଥିଲା ” ନାରୀର ଭୁଲ୍ ରହିଲା କେଉଁଠି ?” । ଏହା ଏକ ଶିକ୍ଷଣୀୟ ବିଷୟବସ୍ତୁ ଥିଲା । ଏଥିରେ ରାଜ୍ୟର ବିଭିନ୍ନ ସ୍ଥାନରୁ ରଞ୍ଜୁଲତା ପାଢ଼ୀ, ରାଉରକେଲା, ସୁନ୍ଦରଗଡ, ରଶ୍ମିରେଖା ସାହୁ, ଭୁବନେଶ୍ୱର, ଖୋର୍ଦ୍ଧା, ଲିଳାମୟୀ ଦାଶ, କେନ୍ଦ୍ରାପଡା ଏବଂ ସୁକାନ୍ତି ସ୍ବାଇଁ, ରାଇପଲ୍ଲୀ, ଆସିକା, ଗଞ୍ଜାମ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । ସମସ୍ତଙ୍କ ଲେଖା ଗୁଡିକୁ ସମୀକ୍ଷା କରିଥିଲେ ଅନୁଷ୍ଠାନର ସଭାପତି ଡଃ ନାରାୟଣ ଚନ୍ଦ୍ର ସେନାପତି । ତାଙ୍କ ସମୀକ୍ଷାରୁ ରଞ୍ଜୁଲତା ପାଢ଼ୀ ପ୍ରଥମ ସ୍ଥାନ, ଲିଳାମୟୀ ଦାଶ ଦ୍ବିତୀୟ ସ୍ଥାନ ଓ ରଶ୍ମିରେଖା ସାହୁଙ୍କୁ ତୃତୀୟ ସ୍ଥାନ ମିଳିଛି । ଏହିଭଳି ସମାଜ ପରିବର୍ତ୍ତନ ଓ ଶିକ୍ଷଣୀୟ ଲେଖା ଲେଖିବା ପାଇଁ ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି ଅନୁଷ୍ଠାନର ସମ୍ପାଦକ ।।

ବାଲେଶ୍ଵର ଖଇରାରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ସମାଜ ସଂସ୍କାର ସମିତି ବଡ଼ପଡା ର ବାର୍ଷିକ ବନ୍ଧୁ ମିଳନ ରେ ସାମ୍ବାଦିକଙ୍କ ପିତା ଙ୍କ ସ୍ମୃତି ରେ ଉପଢୌକନ ପ୍ରଦାନ

Sunil Chandra Nayak

ରାଇରଙ୍ଗପୁରରେ ବାମନଘାଟୀ ଉପଖଣ୍ଡ ସ୍ତରୀୟ ୯୦ ତମ ଓଡ଼ିଶା ଦିବସ ସମାରୋହ ପାଳିତ 

masiha

ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ, ରାଉରକେଲା ପକ୍ଷରୁ ବିଶ୍ୱ ରକ୍ତ ଶିକୁଳି ବା ସିକିଲ୍‌ ସେଲ୍‌ ଦିବସ ପାଳନ

masiha

Leave a Comment

error: Content is protected !!