ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସାଇକେଲ ରେ ଉମରକୋଟ ସହର ରୁ ରାଇଘର ଦେଇ କେଦାରନାଥ ଯାତ୍ରା ଆରମ୍ଭ କଲେ ୪ ଜଣ ଯୁବକ

ସାଇକେଲ ରେ ଉମରକୋଟ ସହର ରୁ ରାଇଘର ଦେଇ କେଦାରନାଥ ଯାତ୍ରା ଆରମ୍ଭ କଲେ ୪ ଜଣ ଯୁବକ

ରାଇଘର ୨୫/୫(କିରଣ ପଟ୍ଟନାୟକ )ନବରଙ୍ଗପୁର ଜିଲ୍ଲା ଉମରକୋଟ ସହର ଠାରୁ କେଦାରନାଥ ସାଇକଲ ଯାତ୍ରl କିଛି ଉତ୍ତମ ଉଦେଶ୍ୟନେଇ ବାହାରିଛନ୍ତି ୪ ଜଣ ଯୁବକ ପ୍ରଥମେ ଶ୍ରୀ କେଦାରନାଥ ବାବା ଙ୍କର ଦର୍ଶନ ସହ ସ୍ୱଚ୍ଛ ଭାରତ ଅଭିଯାନ, ପ୍ରକୃତି ସମ୍ପଦ ସଂରକ୍ଷଣ, ବିଶ୍ୱବାସୀ ଙ୍କର ମଙ୍ଗଳ କାମନା କରି ଯାତ୍ରା ଶୁଭାରମ୍ଭ କରଛନ୍ତି ଉମରକୋଟ ମା’ପେଣ୍ଡ୍ରାଣୀ ମନ୍ଦିର ଠାରୁ ଝଡ଼େଶ୍ୱର ମନ୍ଦିର ଦେଇ ଭାୟା ରାଇପୁର ପରେ ପ୍ରାୟ ୩/୪ ରୁ ଟି ରାଜ୍ୟ ସୀମା ପାର କରି କେଦାରନାଥ ଗମନ କରିବେ । ୧୬୦୦ କିଲୋମିଟର ଦୂରତା ସାଇକଲ ଯାତ୍ରା ର ଲକ୍ଷ୍ୟ ରଖି ବାହାରିଛନ୍ତି ୪ ଯୁବକ , ସନାତନୀ ବଜରଙ୍ଗବାଲି ଭକ୍ତ ମାନେ ହେଲେ ହରିବଲ ହରିଜନ(କେନାଲ ସାହି )ର ଗୋବିନ୍ଦ ନାୟକ( ଡଙ୍ଗରି ସାହି) ର ଛବି ହରିଜନ( କେନାଲ ସାହି) ଏବଂ ଖଗପତି ମାହାରା ଟିକିରା ସାହି ଏହି ଚାରି ଜଣ ଉମରକୋଟ ସହର ବାସିନ୍ଦା ସେହି ମାନଙ୍କୁ ଯିବା ଉପଯୋଗୀ ସମସ୍ତ ଜିନିଷପତ୍ର ଫାଷ୍ଟ ଆଇଡି କୀଟ ଜରୁରୀ ମେଡ଼ିସିନ ବିଶ୍ୱ ହିନ୍ଦୁ ପରିଷଦ ବଜରଙ୍ଗଦଳ କାର୍ଯ୍ୟକତା ଯୋଗାଇଦେବା ସହ ସାଇକଲ ରିପାଇର କୀଟ, ବସ୍ତ୍ର ଓ ଅନ୍ୟାନ ସରଞ୍ଜାମ ସହ ମେଡିକାଲ ସାର୍ଟିଫିକେଟ ବ୍ୟବସ୍ତା କରି , ପୁଲିସ ଙ୍କ ଠାରେ , ଜିଲ୍ଲାପାଳ ଙ୍କର ଠାରେ ସୂଚନା ପତ୍ର (ଇନ୍ଫୋର୍ମଏସନ ଲେଟର )ଦେଇ ଉମରକୋଟ ବାସି ସମସ୍ତ ହିନ୍ଦୁ ସଂଘଠନ ବଜରଙ୍ଗଦଳ, ବିଶ୍ୱହିନ୍ଦୁପରିଷଦ ଆୟେପା ମନ୍ଦିର ସମିତି,ଆଦିଶକ୍ତି କାଳୀ ମାଁ ମନ୍ଦିର ସମିତି ସମସ୍ତ ସଦସ୍ୟ ଙ୍କର ଉପସ୍ଥିତ ରେ ପୂଜା ପାଠକରି ଶୁଭାଯାତ୍ରା ପାଇଁ ଶୁଭେଚ୍ଛା ଶୁଭକାମନା ସମ୍ବର୍ଦ୍ଧନାଦେଇ ଶ୍ରୀ କେଦାରନାଥ ଯାତ୍ରା ଆରମ୍ଭ କରାଯାଇଥିଲା, ଶନିବାର ଅପରାହ୍ନ ଦୁଇଟା ବେଳେ ରାଇଘର ଜଗନ୍ନାଥ ମନ୍ଦିର ଠାରେ ପହଂଚିବା ପରେ ରାଇଘର ବିଶ୍ୱହିନ୍ଦୁ ପରିଷଦର କର୍ମକର୍ତା ମାନେ ଜଗନ୍ନାଥ ମନ୍ଦିର ଠାରୁ ହନୁମାନ ମନ୍ଦିର ଯାଏ ପାଛୋଟି ନେଇଥିଲେ ପରେ ଫଳମୂଳ, ପାନୀୟ ଜଳ ବ୍ୟବସ୍ଥା କରିବା ସହ ହାଟଭରଣ୍ଡି ଠାରେ ରାତ୍ରୀ ଯାପନ ର ବ୍ୟବସ୍ଥା କରାଯାଇଛି।୧୬ ରୁ ୨୦ ଦିନ ମଧ୍ୟରେ କେଦାରନାଥ ସାଇକଲ ଯାତ୍ରା କରି ପଁହଚିବା ଲକ୍ଷ୍ୟ ରଖିଥିବା ଯୁବକ ମାନେ ପ୍ରକାଶ କରିଛନ୍ତି l

ରାଇଘର ରୁ କିରଣ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଧରଣୀପୀଠ ର ଶୁଭ ପ୍ରତିଷ୍ଠା ଯାତ୍ରା ରେ ଯୋଗ ଦେଲେ ରାଜ୍ୟସଭା ସାଂସଦ

Sunil Chandra Nayak

ବିଦ୍ୟାଳୟ ପାଇଁ ଛାତ୍ର ଗଢିଲେ ଗଣେଶ ମୂର୍ତ୍ତି 

masiha

ଆଦର୍ଶ ପାଠାଗାରର ସାଧାରଣ ପରିଷଦର ବୈଠକରେ ଭଞ୍ଜଭଵନ ସ୍ଥିତି ନେଇ ସାହିତ୍ୟିକ ଓ ବୁଦ୍ଧିଜୀବୀ ମହଲରେ ଉଦବେଗ

masiha

Leave a Comment

error: Content is protected !!