ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବରିଷ୍ଠ ଆଇନଜୀବୀ ଗୈ।ରୀଶ୍ୟାମ ପଟ୍ଟନାୟକଙ୍କ ବିୟୋଗରେ ରାଉରକେଲା ଓକିଲ ସଂଘର ଶୋକସଭା

ବରିଷ୍ଠ ଆଇନଜୀବୀ ଗୈ।ରୀଶ୍ୟାମ ପଟ୍ଟନାୟକଙ୍କ ବିୟୋଗରେ ରାଉରକେଲା ଓକିଲ ସଂଘର ଶୋକସଭା

ରାଉରକେଲା: ରାଉରକେଲା ଓକିଲ ସଂଘର ବରିଷ୍ଠ ସଦସ୍ୟ ଆଇନଜୀବୀ ଗୈ।ରୀଶ୍ୟାମ ପଟ୍ଟନାୟକ ଙ୍କ ୬୭ ବର୍ଷ ବୟସରେ ଗତ କାଲି ହୃଦଘାତରେ ଦେହାନ୍ତ ହୋଇଯାଇଛି। ଏହି ଦୁଃଖଦ ଖବର ପ୍ରଚାରିତ ହେବା ପରେ ରାଉରକେଲା ଓକିଲ ସଂଘର ଅନେକ ବରିଷ୍ଠ ସଦସ୍ୟ ଆଇ ଜି ଏଚ ରେ ପହଞ୍ଚିଥିଲେ। ଆଜି ରାଉରକେଲା ଓକିଲ ସଂଘ କାର୍ଯ୍ୟାଳୟ ରେ ଏକ ଶୋକସଭା ସଂଘର ସଭାପତି ସଦାନନ୍ଦ ସାହୁ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଏହି ଶୋକ ସଭାରେ ସଂଘର ଉପ ସଭାପତି ରାଜ କିଶୋର ପ୍ରଧାନ, ସଂପାଦକ ଦେବାନନ୍ଦ ତନ୍ତୀ,ସହ ସଂପାଦିକା ଲାଇବ୍ରେରୀ ଅଞ୍ଜନା ଗହୀର, ଅରିନ୍ଦମ ଦତ୍ତ, ସରୋଜ ମହାପାତ୍ର,ଅକ୍ଷୟ ସାହୁ, ପବିତ୍ର ଜେନା ପ୍ରମୁଖ ଶୋକ ସଭାରେ ସ୍ବର୍ଗତ ଗୈାରୀଶ୍ୟାମ ପଟ୍ଟନାୟକ ଙ୍କ ସ୍ମୃତି ଚାରଣ କରିବା ସହିତ ତାଙ୍କର ଅକାଳ ବିୟୋଗ ଓକିଲ ସଂଘ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ମତ ବ୍ୟକ୍ତ କରିବା ସହିତ ଏକ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ସ୍ବର୍ଗତ ଗୈାରୀଶ୍ୟାମ ପଟ୍ଟନାୟକ ୧୯୮୨ ମସିହା ରେ ରାଉରକେଲା ଓକିଲ ସଂଘର ସଦସ୍ୟତା ଗ୍ରହଣ କରିଥିଲେ। ପରବର୍ତ୍ତୀ ସମୟରେ ବିଶେଷକରି ଫୈ।ଜଦାରୀ ମାମଲା ଗୁଡିକ ଅତି ନିପୁଣତା ସହକାରେ ପରିଚାଳନା କରି ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ। ସେ ସହକର୍ମୀ ମାନଙ୍କ ମଧ୍ୟରେ ଅତ୍ୟନ୍ତ ମିଷ୍ଟଭାଷୀ ଓ ମେଳାପି ଥିଲେ।ଗତ କାଲି ୬୭ ବର୍ଷ ବୟସରେ ତାଙ୍କର ଅକାଳ ବିୟୋଗ ରେ ସମସ୍ତ ଓକିଲ ସଂଘ ଶୋକ ପ୍ରକାଶ କରିବା ସହିତ ଶୋକ ସନ୍ତପ୍ତ ପରିବାର ପ୍ରତି ସଂଘ ପକ୍ଷରୁ ଗଭୀର ସମବେଦନା ପ୍ରକାଶ କରିଯାଇଛି। ଏହି ଶୋକ ସଭାରେ ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ସଦସ୍ୟ ଚତୁର୍ଭୁଜ ନାଏକ, ବସନ୍ତ ପାତ୍ର, ଅଶୋକ ପ୍ରଧାନ, ବିଶ୍ଵଜିତ ମହାନ୍ତି, ଅଜୟ ମହାନ୍ତି,ଉଦ୍ଧବ ପ୍ରତାପ ସିଂ,ପ୍ରଦୀପ ଜେନା,ଅବନୀ ପ୍ରଧାନ, ଚନ୍ଦ୍ରମଣି ଦାଶ, କୁନା ରାମ ମୁର୍ମୁ,ଜେ ପି ମୁର୍ମୁ, ସୁଷମା ସାହୁ, ଯୁଧିଷ୍ଠିର ଦ୍ବିବେଦୀ,ବୁଧୀରାମ ସ୍ବାଇଁ, ପ୍ରଶାନ୍ତ ସେନାପତି,ଅନନ୍ତ ସାହୁ,ଆନନ୍ଦ ଅଗ୍ରୱାଲ,ନାଗେଶ ଜଗଦଳା ପ୍ରମୁଖ ଙ୍କ ସମେତ ବହୁ ଆଇନଜୀବୀ ଶୋକସଭା ରେ ସାମିଲ୍ ହୋଇ ଶୋକ ପ୍ରକାଶ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଦେଶର ଏକ ନଂ ମୁଖ୍ୟମନ୍ତ୍ରୀ ଙ୍କ ଶାସନ ରେ ,ନିୟମ ବଦଲାଉଛି ତେନ୍ତୁଳିଖୁଣ୍ଟି ବ୍ଲକ୍ ପ୍ରଶାସନ

Sunil Chandra Nayak

ସାଂସ୍କୃତିକ ସଂଗଠନ ସରସ୍ଵତୀ କଳା ପରିଷଦର ବରେଣ୍ୟ ସଂପାଦକଙ୍କୁ ସମ୍ବର୍ଧନା ପ୍ରଦାନ 

masiha

ନବରଙ୍ଗପୁର ଜିଲ୍ଲା ଉତ୍କଳ ଯାଦବ ମହାସଭା କାର୍ଯ୍ୟ କାରିଣୀ ବୈଠକ ଅନୁଷ୍ଠିତ

Leave a Comment

error: Content is protected !!