ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସହିଦ ଲକ୍ଷ୍ମଣ ନାୟକଙ୍କ ୮୩ ତମ ଫାସୀ ଦିବସ ପାଳନ କଲେ ଚାଷୀ ମୁଲିଆ ଆଦିବାସୀ ସଙ୍ଘ 

ସହିଦ ଲକ୍ଷ୍ମଣ ନାୟକଙ୍କ ୮୩ ତମ ଫାସୀ ଦିବସ ପାଳନ କଲେ ଚାଷୀ ମୁଲିଆ ଆଦିବାସୀ ସଙ୍ଘ 

ବନ୍ଧୁଗାଁ ତା,୨୯/୦୩/୨୬, କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକରେ ସ୍ୱାଧୀନତା ସଂଗ୍ରାମୀ ସହିଦ ଲକ୍ଷ୍ମଣ ନାୟକଙ୍କ ୮୩ ତମ ଫାସୀ ଦିଵସ ପାଳିତ ହୋଇଯାଇଛି।ଏନେଇ ଚାଷୀ ମୂଲିଆ ଆଦିବାସୀ ସଂଘ ଓଡ଼ିଶା ସହ ଅନୁବନ୍ଧିତ ଅଲ ଇଣ୍ଡିଆ କ୍ଷେତ ମଜଦୂର କିଷାନ ସଙ୍ଘ ଓ ବନ୍ଧୁଗାଁ ବ୍ଲକ ସହିଦ ଲକ୍ଷ୍ମଣ ନାୟକ ସ୍ମୁତି କମିଟି ତରଫରୁ ଏକ ସାଧାରଣ ସଭା ଓ ଶୋଭା ଯାତ୍ରା ଅନୁଷ୍ଠିତ ହୋଇଥିଲା,।ଆୟୋଜିତ ଏହି କାର୍ଯ୍ୟକ୍ରମରେ ଚାଷୀ ମୂଲିଆ ଆଦିବାସୀ ସଂଘର ଜିଲ୍ଲା ସଭାନେତ୍ରୀ କଣ୍ଡାଗୋରୀ ପାଇଡାମାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଜ୍ୟ ସମ୍ପାଦକ ଶ୍ରୀକାନ୍ତ ଜେନା, ବନ୍ଧୁଗାଁ ସରପଞ୍ଚ ଲୋଷ୍ମୀ କାଡ୍ରାକା,ବନ୍ଧୁଗାଁ ବ୍ଲକ ସଭାନେତ୍ରୀ ପିଡ଼ିକା ସୁରିଆମା,ଗଞ୍ଜାମ ଜିଲ୍ଲାର ଏଆଇଏମକେଏସ ସଭାପତି ନିରାକାର ନାୟକ,ଆନ୍ଧ୍ର ପ୍ରଦେଶ ର ରୟିତ କୁଲି ସଙ୍ଘ ସଭାପତି ଏମ.ଭାସ୍କର ରାଓ,ବନ୍ଧୁଗାଁ ଅଞ୍ଚଳର ମାଲି କେଣ୍ଡରୁକା,ଆଦାନା କାଡ୍ରାକା,ସୀତାନା ହିମିରିକା,ସୁବାରାଓ କେଣ୍ଡରୁକା,ଶ୍ରୀନୁ ମାଣ୍ଡିଙ୍ଗ,ପ୍ରମୁଖ ଯୋଗ ଦେଇଥିଲେ।ଏଇ କ୍ଷେତ୍ରରେ ଅତିଥି ବୃନ୍ଦ ମାନେ ସାନ ସରପଲି ଛକ ଠାରେ ଥିବା ସଂଗ୍ରାମୀ ସହିଦ ଲକ୍ଷ୍ମଣ ନାୟକଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପ ମାଲ୍ୟ ଅର୍ପଣ କରିଥିଲେ।ଏହା ପରେ ସଂଗ୍ରାମୀ ସହିଦ ଲକ୍ଷ୍ମଣ ନାୟକଙ୍କ ବଳିଦାନ,ଦେଶପ୍ରେମ ଏବଂ ସ୍ୱାଧୀନତା ଆନ୍ଦୋଳନରେ ତାଙ୍କ ପ୍ରମୁଖ ଭୂମିକା ସଂପର୍କ ରେ ଅତିଥି ମାନେ ଅଭିଭାଷଣ ପ୍ରଦାନ କରିବା ସହ ଏକ ଶୋଭା ଯାତ୍ରାରେ ବାହାରିଥିଲେ।ପାରମ୍ପାରିକ ବାଦ୍ୟ ବଜାଇ ସଂଗ୍ରାମୀ ଗୀତରେ ତାଳେ ତାଳେ ଯୁବକ ଯୁବତୀ ମନେ ଢେମସା ନାଚ ନାଚି ସହର ପରିକ୍ରମା କରିଥିଲେ।ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଏସଡ଼ିପିଓ ମନୋଜ ବେହେରାଙ୍କ ସମେତ ବନ୍ଧୁଗାଁ ପୋଲିସ କର୍ମୀ ଉପସ୍ଥିତ ଥିଲେ।

ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ୍ 

Related posts

ଜିରାଳ ବିବେକାନନ୍ଦ ଶିକ୍ଷାକେନ୍ଦ୍ର ର ବାର୍ଷିକ ଉତ୍ସବ ଅନୁଷ୍ଠିତ 

Sunil Chandra Nayak

ସରକାରୀ ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବୃକ୍ଷ ରୋପଣ

ଡ଼ ନାରାୟଣ ମହାପାତ୍ର ଙ୍କୁ ୟୁକେ ବୁକ ଅଫ ୱାର୍ଲଡ ରେକର୍ଡ ପକ୍ଷରୁ ଡକ୍ଟରେଟ ଉପାଧିରେ ସମ୍ଭର୍ଦ୍ଧିତ 

Sunil Chandra Nayak

Leave a Comment

error: Content is protected !!