ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

“ଆମେ ଓଡିଆ’ଅନୁଷ୍ଠାନ ତରଫରୁ ନିଆରା ଢଙ୍ଗରେ ରକ୍ଷା ବନ୍ଧନ ପାଳନ

“ଆମେ ଓଡିଆ’ଅନୁଷ୍ଠାନ ତରଫରୁ ନିଆରା ଢଙ୍ଗରେ ରକ୍ଷା ବନ୍ଧନ ପାଳନ

ରାଉରକେଲା: ରାକ୍ଷୀ ପୂର୍ଣ୍ଣିମା, ଏହି ଅବସରରେ ସାଧାରଣତଃ ଭାଇ ହାତରେ ରାଖି ବାନ୍ଧି ଭଉଣୀମାନେ ଶୁଭ ମନାସିବା ସହିତ ତା’ର ଜୀବନ କ୍ଷେତ୍ରରେ ରକ୍ଷା କବଚ ସଦୃଶ ବିଦ୍ୟମାନ ରହି ସମସ୍ତ ବିପଦ ଆପଦ ସମୟରେ ସାହା ହେବାରେ ମନରେ ଦୃଢ ଆଶା ପୋଷଣ କରିଥାଏ। ସାଂପ୍ରତିକ ପରିସ୍ଥିତିରେ ନାରୀଟିଏ ରାସ୍ତାରେ ଗଲାବେଳେ କିମ୍ବା ଶିକ୍ଷାନୁଷ୍ଠାନ ବା କାର୍ଯାନୁଷ୍ଠାନରେ ନିଜକୁ ସୁରକ୍ଷିତ ମଣୁନାହାନ୍ତି। ସମାଜରେ ବସବାସ କରୁଥିବା ସମସ୍ତ ନାଗରିକ ଏଥିନିମନ୍ତେ ସଚେତନ ହେବା ଏକାନ୍ତ ପ୍ରୟୋଜନ। ଏହି ପରିପ୍ରେକ୍ଷୀରେ ପରିସ୍ଥିତି ଓ ପରିବେଶକୁ ଦୃଷ୍ଟିରେ ରଖି ଶିକ୍ଷାନୁଷ୍ଠାନ ମାନଙ୍କରେ ଅଧ୍ୟୟନରତ ପୁଅ ଝିଅ ମାନଂକ ମନରେ ଭାଇ ଭଉଣୀର ସମ୍ପର୍କକୁ ଦୃଢିଭୂତ କରିବା ସହିତ ପ୍ରତ୍ୟେକ ପୁଅକୁ ଭାଇ ବୋଲି ବିବେଚନା କରି ସେମାନଙ୍କ ହାତରେ ଝିଅମାନେ ବନ୍ଦାପନା କରି ରାକ୍ଷୀ ବାନ୍ଧି ନିଜର ସୁରକ୍ଷା ନିମନ୍ତେ ପରିବେଶ ସୃଷ୍ଟି କରିବାର ଏକ ନିଆରା ଉଦାହରଣ ସୃଷ୍ଟି କରିଛି ରାଉରକେଲାର ‘ଆମେ ଓଡିଆ” ଅନୁଷ୍ଠାନ। ଆଜି ଉଦିତନଗର ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ଏପରି ଏକ ନିଆରା କାର୍ଯ୍ୟକ୍ରମ ଦେଖିବାକୁ ମିଳିଥିଲା। ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ଏକତ୍ରିତ କରି ରାକ୍ଷୀ ପୂର୍ଣ୍ଣିମାର ତାତ୍ପର୍ଯ୍ୟ ବୁଝେଇବା ସହିତ ଭାଇଭଉଣୀର ସମ୍ପର୍କ ସୃଷ୍ଟି କରିବା ନିମନ୍ତେ ରାକ୍ଷୀ ଏକ ଉତ୍କୃଷ୍ଟ ମାଧ୍ୟମ ବୋଲି ଦର୍ଶାଇବା ସହିତ ରକ୍ଷାବନ୍ଧନ କରି ପରସ୍ପରକୁ ମିଷ୍ଟାନ୍ନ ଖୁଆଇବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପୁଅମାନେ ଝିଅମାନଙ୍କୁ ଭଉଣୀ ଭାବରେ ଗ୍ରହଣ କରି ତାଙ୍କୁ ବିପଦ ଆପଦରୁ ରକ୍ଷା କରିବା ନିମନ୍ତେ ଶପଥ ପାଠ କରିବା ବେଳେ ଝିଅମାନେ ପୁଅମାନଙ୍କୁ ନିଜର ଭାଇ ବୋଲି ମାନି ସେମାନଙ୍କୁ ସ୍ନେହ ଶ୍ରଦ୍ଧା ପ୍ରଦାନ ସହିତ ପୁଅମାନଙ୍କର ଦୀର୍ଘାୟୁ କାମନା କରିଥିଲେ। ଆମେ ଓଡ଼ିଆ ର ସଭାପତି ଶମ୍ଭୁନାଥ ପରିଡ଼ାଙ୍କ ସଭାପତିତ୍ବ,ଆଶାଲତା ଦାସଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରଧାନ ଶିକ୍ଷୟିତ୍ରୀ ସୁଶ୍ରୀ ଗାୟତ୍ରୀ ସେଠି ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ । ସାଧାରଣ ସମ୍ପାଦକ ଜଗନ୍ନାଥ ରାଉତ ସ୍ବାଗତ ଭାଷଣ ରଖିଥିବା ବେଳେ ମୁଖ୍ୟ ଉପଦେଷ୍ଟା ପ୍ରଫେସର ଡ଼ଃ ସମର ମୁଦାଲି ଛାତ୍ରଛାତ୍ରୀମାନଙ୍କୁ ଉଦବୋଧନ ଦେଇଥିଲେ ଓ ଉପଦେଷ୍ଟା ଶଶଧର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ସରସ୍ବତୀ ପରିଡ଼ା ଓ ଝିଲିମା ମହାନ୍ତି ଛାତ୍ର ଛାତ୍ରୀ ମାନଙ୍କୁ ଶପଥ ପାଠ କରାଇଥିଲେ । ସର୍ବଶ୍ରୀ ସୁବ୍ରତ ମଲ୍ଲିକ, ଅନିଲ ଦାଶ, ଚାନ୍ଦମଣି ବେହୁରା, ଗଙ୍ଗାଧର ପୁହାଣ, ବିଜୟ ପାତ୍ର, ସୁଷମା ରାଣୀ ପଣ୍ଡା, ସ୍ନିଗ୍ଧା ପ୍ରଧାନ, ସସ୍ମିତା ଦଳବେହେରା, ଦେବାଶିଷ ପାତ୍ର, ଆଶୁତୋଷ ମହାନ୍ତି ଓ ମାନସ କୁମାର ବେହେରା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ରାୟଗଡ଼ ରେ ଜିଲ୍ଲାସ୍ତରୀୟ ବିଶ୍ବ ମତ୍ସ୍ୟ ଦିବସ, ୨୦୨୫, ପାଳନ 

Sunil Chandra Nayak

ଚାରବାହାଲ ଠାରେ ପଞ୍ଚାୟତ ସ୍ତରୀୟ ଆମ ଓଡ଼ିଶା ନବୀନ ଓଡିଶା ସଚେତନତା ସମାବେଶ 

masiha

ତିରିଂ ଠାରେ ଅନୁଷ୍ଠିତ ହେଲା ବାମନଘାଟି ଉପଖଣ୍ଡସ୍ତରୀୟ ଜିଲ୍ଲାପାଳଙ୍କ ଜନ ଶୁଣାଣି ଶିବିର

Sunil Chandra Nayak

Leave a Comment

error: Content is protected !!