ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଂବେଦକରବାଦ ଏକ ଉଚ୍ଚତମ ଆଦର୍ଶ: ବିକାଶ ଓ ପୂଜ୍ୟ ପୂଜା ସମିତି ସମ୍ବିଧାନର ସୁରକ୍ଷା ପାଇଁ ଏକ ହେବାକୁ ଆହ୍ଵାନ 

ଆଂବେଦକରବାଦ ଏକ ଉଚ୍ଚତମ ଆଦର୍ଶ: ବିକାଶ ଓ ପୂଜ୍ୟ ପୂଜା ସମିତି

ସମ୍ବିଧାନର ସୁରକ୍ଷା ପାଇଁ ଏକ ହେବାକୁ ଆହ୍ଵାନ 

ବ୍ରହ୍ମପୁର, ତା. ୧୪.୦୪.୨୦୨୬: ସାଂସ୍କୃତିକ ଅନୁଷ୍ଠାନ ପୂଜ୍ୟ ପୂଜା ସମିତି ଓ ବିକାଶ ‘ ସ୍ବେଚ୍ଛାସେବୀ ସଂଗଠନ ପକ୍ଷରୁ ମାନବବାଦୀ, ବିଜ୍ଞାନବାଦୀ ଏବଂ ମହାନ ସମାଜ ସଂସ୍କାରକ ତଥା ବିଶ୍ଵରତ୍ନ ଡ. ଭୀମରାଓ ଆମ୍ବେଦକର ଙ୍କ ୧୩୫ତମ ଜୟନ୍ତୀ ଯଥାମର୍ଯ୍ୟାଦାର ସହ ପାଳନ କରାଯାଇଛି। ସ୍ଥାନୀୟ ଇଞ୍ଜିନିୟରିଙ୍ଗ ସ୍କୁଲ ଛକ ଠାରେ ଥିବା ଆଂବେଦକରଙ୍କ ପ୍ରତିମୂର୍ତ୍ତିରେ ଉଭୟ ଅନୁଷ୍ଠାନ ପକ୍ଷରୁ ମାଲ୍ୟାର୍ପଣ କରାଯାଇଥିଲା। ପରେ ସେଠାରେ ଏକ ସ୍ମରଣ ସଭା ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ସହରର ବହୁ ବିଶିଷ୍ଟ ବ୍ୟକ୍ତିମାନେ ଯୋଗଦେଇ ଆଂବେଦକରଙ୍କ ଜୀବନ, ସଂଘର୍ଷ ଓ ତାଙ୍କ ଅମୂଲ୍ୟ ଅବଦାନ ସମ୍ପର୍କରେ ଆଲୋଚନା କରିଥିଲେ। ବକ୍ତାମାନେ କହିଥିଲେ ଯେ, ବହୁ ଘାତ-ପ୍ରତିଘାତ ମଧ୍ୟରେ ଆଂବେଦକର ଶିକ୍ଷା କ୍ଷେତ୍ରରେ ସୁପ୍ରତିଷ୍ଠିତ ହୋଇପାରିଥିଲେ। ସେ ସମୟର ଅସ୍ପୃଶ୍ୟତା ଓ ଛୁଆଁ-ଅଛୁଆଁ ଭେଦଭାବ ତାଙ୍କୁ କେବେ ଅଟକାଇପାରିନଥିଲା। ସେ କଲମ୍ବିଆ ବିଶ୍ୱବିଦ୍ୟାଳୟ ଓ ଲଣ୍ଡନ ସ୍କୁଲ୍ ଅଫ୍ ଇକନମିକ୍ସ୍ ରେ ଶିକ୍ଷା ଅର୍ଜନ କରି ଜ୍ଞାନର ପ୍ରତୀକ ଭାବେ ସମଗ୍ର ବିଶ୍ୱରେ ପରିଚିତ ହୋଇଥିଲେ। ଭାରତର ସମ୍ବିଧାନ ପ୍ରଣେତା ଭାବେ ସେ ସମସ୍ତ ବର୍ଗ ଓ ସମ୍ପ୍ରଦାୟଙ୍କ ଅଧିକାରକୁ ସମ୍ବିଧାନରେ ସୁନିଶ୍ଚିତ କରିଥିଲେ। ହିନ୍ଦୁ କୋଡ୍ ବିଲ୍ ମାଧ୍ୟମରେ ମହିଳାଙ୍କ ସମ୍ପତ୍ତି ଅଧିକାର ଓ ଶ୍ରମିକମାନଙ୍କ ପାଇଁ ସମାନ ପାରିଶ୍ରମିକ ଭଳି ଅନେକ ଐତିହାସିକ ଆଇନ ସେ ଦେଶକୁ ଦେଇଛନ୍ତି। ବକ୍ତାମାନେ ଏହା ମଧ୍ୟ କହିଥିଲେ ଯେ, ବର୍ତ୍ତମାନ ସମୟରେ ଆମ ଦେଶର ସମ୍ବିଧାନ ଅନେକ ସମସ୍ୟାର ସମ୍ମୁଖୀନ ହେଉଛି ଓ ଏହି ପରିସ୍ଥିତିରେ ଆଂବେଦକରବାଦ ହିଁ ଜନସାଧାରଣଙ୍କୁ ସଠିକ୍ ମାର୍ଗ ଦେଖାଇପାରିବ। ଏହି କାର୍ଯ୍ୟକ୍ରମରେ ସୁରେନ୍ଦ୍ର ନାଥ ପଣ୍ଡା, ଆର୍. ସତ୍ୟନାରାୟଣ ରାଓ, ଗଗନ ଚନ୍ଦ୍ର ମଲ୍ଲିକ, ବରିଷ୍ଠ ସାମ୍ବାଦିକ ରବି ରଥ, ବିକାଶ ର ସଭାପତି ଗୋକୁଳ ବେହେରା,ସମ୍ପାଦକ ରବି ନାରାୟଣ ବେହେରା,ରଜନୀକାନ୍ତ ମଣ୍ଡଳ, କେ. ନନ୍ଦେଶୁ ସେନାପତି, ବିଜୟ କୁମାର ବେହେରା, ଆଦିତ୍ୟ ନାରାୟଣ ରଥ, ଏସ୍. ସାମ୍ବସିବା ରାଓ, ଅଶୋକ ଦଲାଇ, ଟୁଟୁ ବେହେରା,ସଚୀ ମାଝୀ, ଶରତ ରଞ୍ଜନ ପଟ୍ଟନାୟକ,ଜ୍ୟୋତି କ୍ରିଷ୍ଣା ବେହେରା,ରବି ନାରାୟଣ ବେହେରା, ଗୁଣନିଧି ବେହେରା, ତ୍ରିବେଣୀ ବେହେରା, ମେଘନାଦ ବେହେରା, ସତ୍ୟବାନ ବେହେରା , ପ୍ରଶାନ୍ତ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

Related posts

ଶ୍ରୀ ଶ୍ରୀ ଶ୍ରୀ ଭକ୍ତରତ୍ନ ହନୁମାନ ମନ୍ଦିରର ନୂତନ କମିଟି ଗଠନ ପ୍ରସ୍ତୁତି ବୈଠକ 

Sunil Chandra Nayak

କଳାକାର ସଂହତି ଓ ମହାସଂଘ ମହାସଚିବଙ୍କ ସ୍ବନକ୍ଷତ୍ର ଦିବସ ପାଳିତ

masiha

ଜନ୍ମଦାତ୍ରୀ ମାଆ ପାଇଁ ଦିନ ଟିଏ….

Leave a Comment

error: Content is protected !!