ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଳାହାଣ୍ଡି ବେସରକାରୀ କଲେଜ ଶିକ୍ଷକ ସଂଘତରଫରୁ ପ୍ରଫେସର ଅବନୀ ବରାଳ ଜୟନ୍ତୀ ପାଳନ

କଳାହାଣ୍ଡି ବେସରକାରୀ କଲେଜ ଶିକ୍ଷକ ସଂଘତରଫରୁ ପ୍ରଫେସର ଅବନୀ ବରାଳ ଜୟନ୍ତୀ ପାଳନ

ଭବାନୀ ପାଟଣା: ଭବାନୀପାଟଣା ଜୟ ପ୍ରକାଶ ସାନ୍ଧ୍ୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଜିଲ୍ଲା ଉପସଭାପତି ପ୍ରଫେସର ବସନ୍ତ ପଣ୍ଡା ଙ୍କ ସଭାପତିତ୍ୱ ରେ କଳାହାଣ୍ଡି ବେସରକାରୀ କଲେଜ ଶିକ୍ଷକ ସଂଘ ଦ୍ୱାରା ପ୍ରଫେସର ଅବନୀ ବରାଳ ଙ୍କ 90ତମ ଜୟନ୍ତୀ ଅଦ୍ୟ ଜୁନ 03 ତାରିଖ ରେ ପାଳିତ ହୋଇଯାଇଛି lଏହି ଉତ୍ସବ ରେ ସଂଘ ର ରାଜ୍ୟ ସଂଗଠନ ସମ୍ପାଦକ ପ୍ରଫେସର ପ୍ରଣୟ ତ୍ରିପାଠୀ, ଜିଲ୍ଲା ସମ୍ପାଦକ ପ୍ରଫେସର ସୁଶାନ୍ତ ପାଢ଼ୀ, ଅନ୍ୟତମ ଉପସଭାପତି ପ୍ରଫେସର ଭୁବନ ଠାକୁର,ସଂଗଠନ ସମ୍ପାଦକ ପ୍ରଫେସର ବିନୋଦ ପଟ୍ଟନାୟକ, ପ୍ରଫେସର ଶିବପ୍ରସାଦ ବାରଣାସୀ, ପ୍ରଫେସର ସୁଧୀର ପଣ୍ଡା, ପ୍ରଫେସର ପୃଥ୍ଵୀରାଜ ପଧାନ, ପ୍ରଫେସର ଦୁର୍ଗାପ୍ରସାଦବେହେରା, ପ୍ରଫେସର ଘନଶ୍ୟାମ ଭାଟି ପ୍ରମୁଖ ଯୋଗଦେଇ ପ୍ରଫେସର ବରାଳ ଙ୍କ ବହୁମୁଖୀ ବ୍ୟକ୍ତିତ୍ୱ ତଥା ଶିକ୍ଷା -ଶିକ୍ଷକ -ଶିକ୍ଷାୟତନ ଓ ଶିକ୍ଷକ ଆନ୍ଦୋଳନ ପ୍ରତି ତାଙ୍କର ଅବଦାନ ଉପରେ ଆଲୋଚନା ପୂର୍ବକ ସମ୍ପ୍ରତି ଶିକ୍ଷକ ଏକତା ଉପରେ ଗୁରୁତ୍ୱାରୋପ କରିଥିଲେ ଏବଂ ଅବନୀ ବରାଳ ଙ୍କ ସଂଗ୍ରାମୀ ଚିନ୍ତାଧାରା ରେ ଅନୁପ୍ରାଣିତ ହୋଇ ସଂକଳ୍ପ ନେବା ପାଇଁ ଆହ୍ୱାନ ଦେଇଥିଲେ l ବରିଷ୍ଠ ସହାୟକ ପ୍ରଦୀପ ମିଶ୍ର ଓ କର୍ମଚାରୀ ଗୁଣନିଧି ସହାୟତା କରିଥିଲେ l କୋଷାଧକ୍ଷ ପ୍ରଫେସର ପ୍ରବୀଣ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ l

ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ୍ 

Related posts

ଦେଓଗାମ୍ ଜୁଲୁଙ୍ଗ ସେପେଡ଼ ଟ୍ରଷ୍ଟର ମେଧାବୀ ଛାତ୍ରଛାତ୍ରୀ ସମ୍ବର୍ଦ୍ଧନା 

Sunil Chandra Nayak

ଶିକ୍ଷକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

Sunil Chandra Nayak

ପୁସ୍ତକ ମେଳା ର ଅଷ୍ଟମ ସଂଧ୍ୟା

Sunil Chandra Nayak

Leave a Comment

error: Content is protected !!