ପରିବେଶ ସୁରକ୍ଷା ଓ ସୁସ୍ଥ ଜୀବନଶୈଳୀ ପାଇଁ ସାଇକେଲ ଶୋଭାଯାତ୍ରା
ରାଉରକେଲା: ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ରାଉରକେଲା ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ଜିଲ୍ଲା ଆର୍ଥଲେଟିକ ଆସୋସିଏସ, ସାଇକିଲିଙ୍ଗ ର ମିଳିତ ଆନୁକୂଲ୍ୟରେ ଆଜି ଏକ ସାଇକେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି l ଗ୍ଲୋବାଲ ୱାର୍ମିଙ୍ଗ ଓ ଅଙ୍ଗାରକାମ୍ଳ
ନିର୍ଗମନ ହ୍ରାସ ନେଇ ଅନୁଷ୍ଠିତ ଶୋଭାଯାତ୍ରା ରେ ଶତାଧିକ ଯୁବ ବର୍ଗ ଭାଗ ନେଇଥିଲେ l ଏସ.ପି.ସି.ବି ର ଉପ ପରିବେଶ ଯନ୍ତ୍ରୀ ବିଜୟ କୁମାର ଭୋଇ ସବୁଜ ପତାକା ଦେଖାଇ ଶୋଭାଯାତ୍ରା ର ଶୁଭାରମ୍ଭ କରିଥିଲେ l ଉଦିତ ନଗର ଷ୍ଟାଡିଅମ ସମ୍ମୁଖରୁ ସାଇକେଲ ଶୋଭାଯାତ୍ରା ବାହାରି ଡି ଏ ଭି ଛକ, ଛେଣ୍ଡ, ଏରୋଡ୍ରମ ଛକ, ସେକ୍ଟର – ୯ ଛକ ହୋଇ ସେକ୍ଟର – ୭ ଛକ ନିକଟ ରାଏମା କ୍ଲବ ଠାରେ ସମାପ୍ତ ହୋଇଥିଲା l ଏହି ଅବସରରେ ମିଶନ ଲାଇଫ ର ପରିବେଶ ଆଧାରିତ ଜୀବନଶୈଳୀ ଆପଣାଇବା ପାଇଁ ବିଶ୍ୱ ବାଇସାଇକେଲ ଦିବସ ଅବସରରେ ଶପଥ ପାଠ କରାଯାଇଥିଲା l ଏଥିରେ ଜଣେ ନଅ ବର୍ଷ ର ବାଳକ ତାଙ୍କ ପିତାଙ୍କ ସହ ଯୋଗ ଦେଇ ଅନ୍ୟ ମାନଙ୍କ ପାଇଁ ପ୍ରେରଣା ର ଉତ୍ସ ହୋଇଥିଲେ l ଏହି କାର୍ଯ୍ୟକ୍ରମ ପାଳନ ଅବସରରେ ଡି
ଏ ଏ ର ଉପ ସଭାପତି ରାଧା ମୋହନ ନାୟକ, ରାଏମା ର ସଭାପତି ତଥା ଆର.ଏସ.ପି ର (ଜି.ଏମ) ଏସ. କେ. ଭୂୟାଁ, ଏସପିସିବି ର ଉପ ପରିବେଶ ଯନ୍ତ୍ରୀ ରମଣୀ ରଞ୍ଜନ ଦାସ, ଚନ୍ଦ୍ରଶେଖର ଚୈ।ହ୍ୱାନ, ରଜତ କୁମାର ସେଠି, ସହକାରୀ ପାଇବେଶ ଯନ୍ତ୍ରୀ ସୌମ୍ୟ ରଞ୍ଜନଙ୍କ ସମେତ ଅନ୍ୟ କର୍ମଚାରୀବୃନ୍ଦ, ଜିଲ୍ଲା ସାଇକିଲିଙ୍ଗ ଆସୋସିଏସନ ର ସାଧାରଣ ସମ୍ପାଦକ ଗୋପୀନାଥ ପଣ୍ଡା, ଆରତୀ ଚୌଧୁରୀ, ୱାଇ ଏମ ଏଫ ଆଇ ର ସାଧାରଣ ସମ୍ପାଦକ ବିବେକାନନ୍ଦ ଦାସ, ସେକ୍ରେଟାରୀ ବକ୍ସଙ୍ଗି ଅରବିନ୍ଦ ପାତ୍ର, ଭାର ଉତ୍ତୋଳନ ର ଜିଲ୍ଲା ସମ୍ପାଦକ ବାସୁଦେବ ବାନାର୍ଜୀ, ରବୀନ୍ଦ୍ର ଗଣ୍ଡ, ସୁରେନ୍ଦ୍ର ପାଲ, ଗୀତା ବାନାର୍ଜୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ସହ ପିଲାଙ୍କୁ ଉତ୍ସାହିତ କରିଥିଲେ l ଶୋଭାଯାତ୍ରା ସମୟରେ ପୋଲିସ ଉପସ୍ଥିତ ରହି ସୁଚାରୁ ଭାବେ ଟ୍ରାଫିକ ପରିଚାଳନା କରିଥିଲେ l ଏଥି ପାଇଁ ଜିଲ୍ଲାପାଳ ଓ ରାଉରକେଲା ଏସ.ପି ଙ୍କୁ ଧନ୍ୟବାଦ ଜ୍ଞାପନ କରାଯାଇଛି l
ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍


