ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବରିଷ୍ଠ କଳାକାର ଙ୍କୁ ଅନ୍ତିମ ବିଦାୟ

ବରିଷ୍ଠ କଳାକାର ଙ୍କୁ ଅନ୍ତିମ ବିଦାୟ

ନବରଙ୍ଗପୁର-(୨୬|୧୨)ନବରଙ୍ଗପୁର ସୌରା ସାହିରେ ବାସ କରୁଥିବା ବରିଷ୍ଠ କଳାକାର ଟିକିବାବୁ ପ୍ରଧାନଙ୍କ ବିୟୋଗ ଘଟିଛି। ଡିସେମ୍ବର ୨୫ ତାରିଖ ସକାଳ ୯ ଘଟିକା ସମୟରେ ବିଶିଷ୍ଟ କଳାକାର ଟିକିବାବୁ ପ୍ରଧାନ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ତାଙ୍କ ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ହୋଇଥିଲା l ସେ ବାର୍ଦ୍ଧକ୍ୟ ସମସ୍ୟା ପାଇଁ ମୃତ୍ୟୁ ବରଣ କରିଥିଲେ। ତାଙ୍କ ଅନ୍ତିମ ସମୟରେ ତିନି ପୁଅ ସହିତ ଦୁଇ ଝିଅ ଉପସ୍ଥିତ ଥିଲେ। ଟିକିବାବୁ ପ୍ରଧାନ ବର୍ତ୍ତମାନ ପର୍ଯ୍ୟନ୍ତ ସରକାର ଦ୍ଵାରା ଦିଆଯାଉଥିବା କଳାକାର ପେନସନ ପାଉଥିଲେ। ସେ ପୌରାଣିକ ନାଟକ ଲେଖିବା ସହିତ ଗୀତ ରଚନା କରି ନିଜ ସୁଲଳିତ କଣ୍ଠରେ ଗାନ କରୁଥିଲେ। ସୁନ୍ଦର କଣ୍ଠ ସହିତ ଗୀତ କୁ ସଙ୍ଗୀତ ଦେବାରେ ସେ ସିଦ୍ଧହସ୍ତ ଥିଲେ। ତାଙ୍କ ନିର୍ଦ୍ଦେଶନା ରେ ଅନେକ ପୌରାଣିକ ନାଟକ ନବରଙ୍ଗପୁର ରେ ମଞ୍ଚ ହେଉଥିଲା । ବିଶେଷ କରି ସେହି ସମୟରେ ନଳ ଦୈମୟନ୍ତି,ସତୀ ଅନୁସୂୟା, ପିତୁ ଭକ୍ତ ପର୍ଶୁରାମ ପରି ବିଭିନ୍ନ ନାଟକ ମଞ୍ଚସ୍ଥ କରି ସମସ୍ତ ଙ୍କ ପ୍ରିୟପାତ୍ର ହୋଇ ପାରିଥିଲେ। ବିଭିନ୍ନ କଳା ସଂସ୍ଥା ସହିତ ଜଡ଼ିତ ଥିବା ସଙ୍ଗେ ସଙ୍ଗେ ଜଣେ ଧର୍ମ ପରାୟଣ,ସଂଗଠକ,ସମାଜ ସେବା ଭାବେ ତାଙ୍କର ପରିଚୟ ଥିଲା ।ତାଙ୍କ ମୃତ୍ୟୁ ଖବର ପ୍ରଚାର ହେବା ପରେ ଦୀନବନ୍ଧୁ ପରିଡ଼ା, ମନୁ ପରିଛା,ଦେବେନ୍ଦ୍ର ପ୍ରଧାନ,କୁକୁ ପ୍ରଧାନ ସହିତ ଅନେକ କଳାକାର ତାଙ୍କର ଶେଷ ଦର୍ଶନ କରିଥିବା ବେଳେ ନାଟ୍ୟକାର ଜଗନ୍ନାଥ ବେହେରା, ଟେଲି ଫିଲ୍ମ୍ ନିର୍ଦ୍ଦେଶକ ମନୋଜ ପଟ୍ଟନାୟକ, ସି ଏଚ ଉଷା,ପ୍ରଦୀପ କୁମାର ମିଶ୍ର,ଅଶୋକ ପଣ୍ଡା,ଈଶ୍ୱର ପାତ୍ର,ଗୋପାଳକୃଷ୍ଣ ପାଣିଗ୍ରାହୀ,ଏବଂ ଓଡ଼ିଶା ରାଜସ୍ବ ଅମଲା ସଂଘ ସଭାପତି ତଥା କଳାକାର ଟ୍ରିପତି ବାଲାଜୀ ସାହୁ ସହିତ ଅନେକ କଳାକାର ତାଙ୍କ ମୃତ୍ୟୁରେଶୋକ ବ୍ୟକ୍ତ କରି ଅମର ଆତ୍ମାର ସଦଗତି କାମନା କରିଥିଲେ ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଜିଲ୍ଲାପାଳଙ୍କ ସହିତ ପ୍ରଭାବିତ ଅଞ୍ଚଳ ବୁଲିଲେ ବିଧାୟକ ଦୁର୍ଗାଚରଣ ତନ୍ତୀ

Sunil Chandra Nayak

ପରିଣତ ବୟସ ରେ ହାର ମାନୁନାହାନ୍ତି ବୃଦ୍ଧା ରୁକୁଣୀ

ତେଲିଙ୍ଗିବାଜା ପତ୍ରିକାର ନୂଆବର୍ଷ ସଂଖ୍ୟା ଲୋକାର୍ପିତ 

masiha

Leave a Comment

error: Content is protected !!