ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପୁରୀ ଚନ୍ଦ୍ରଭାଗା ରେ ଆନ୍ତର୍ଜାତିକ ବାଲୁକା କଳା ପଦର୍ଶନ କରି ଢେଙ୍କାନାଳ ପାଇଁ ଗର୍ବ ଆଣିଲେ ସରୋଜ

ପୁରୀ ଚନ୍ଦ୍ରଭାଗା ରେ ଆନ୍ତର୍ଜାତିକ ବାଲୁକା କଳା ପଦର୍ଶନ କରି ଢେଙ୍କାନାଳ ପାଇଁ ଗର୍ବ ଆଣିଲେ ସରୋଜ 

କାମାକ୍ଷାନଗର (ମନିସ )16/12/24 // ଆନ୍ତର୍ଜାତିକ ବାଲୁକାକଳା ପ୍ରଦର୍ଶନୀରେ ଢେଙ୍କାନାଳ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି କାମାକ୍ଷାନଗର ଉପଖଣ୍ଡ ଜିରାଳ ମାଟିର ପୁଅ ସରୋଜ କୁମାର ପ୍ରଧାନ |ଗତ ଡିସେମ୍ବର ୧ରୁ ୫ ପର୍ଯ୍ୟନ୍ତ ଚନ୍ଦ୍ରଭାଗାଠାରେ ଆୟୋଜିତ ବାଲୁକା କଳା ପ୍ରଦର୍ଶନୀରେ ଉତ୍କୃଷ୍ଟ ବାଲୁକା କଳାକରି ବେଶ ପ୍ରଶଂସନୀୟ ହେବା ସହ ପୁରସ୍କୃତ ହୋଇଛନ୍ତି ସରୋଜ l ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ସରୋଜଙ୍କ ବାଲୁକା କଳାକୃତି ଦେଖି ଆନନ୍ଦିତ ହୋଇଥ‌ିବା ବେଳେ ସରୋଜଙ୍କୁ ଶୁଭେଚ୍ଛା ମଧ୍ୟ ଜଣାଇଥିଲେ । ଜିରାଳ ଗ୍ରାମର ନିରଞ୍ଜନ ପ୍ରଧାନ ଓ ଗୋଲାପ ପ୍ରଧାନଙ୍କ ପୁଅ ସରୋଜ ଆଗାମୀ ଦିନରେ ଜଣେ ପ୍ରତିଭାବାନ ବାଲୁକାକଳା ଶିଳ୍ପୀ ହୋଇ ଦେଶ, ବିଦେଶରେ ନିଜ ରାଜ୍ୟ ତଥା ଦେଶ ପାଇଁ ସୁନାମ ଆଣିବା ପାଇଁ ଚେଷ୍ଟିତ ଅଛନ୍ତି। ସେ ଚନ୍ଦ୍ରଭାଗ ରେ ଆୟୋଜିତ ଆନ୍ତର୍ଜାତିକ ବାଲୁକା କଳା ପଦର୍ଶନ କରି ମାନପତ୍ର ଓ ଟ୍ରଫି ହାସଲ କରିଛନ୍ତି lଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟିଦେବା ପାଇଁ ଗ୍ରାମ ବାସୀମାନେ ଅନୁରୋଧ କରିଛନ୍ତି l

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

କପାଡାଙ୍ଗ ଗ୍ରାମରେ ଜଳ କଷ୍ଟ ଚୁଆ ପାଣିରେ ଶୋଷ ମେଣ୍ଟୁଛି 

masiha

ରାୟଗଡ଼ ପୌରପରିଷଦ ପକ୍ଷରୁ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ସଫଳତାର ସହ ଅନୁଷ୍ଠିତ

Sunil Chandra Nayak

ଗଦ୍ୟ ସାହିତ୍ୟର ବିକାଶ ନିମନ୍ତେ ସଂଗ୍ରାମ ଜାରି ରଖିଛି ମୋ ଅନୁଷ୍ଠାନ

Sunil Chandra Nayak

Leave a Comment

error: Content is protected !!