ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ହୃଷିକେଶ ରାୟ ମହାବିଦ୍ୟାଳୟ ରେ ଜାତୀୟ ସଡ଼କ ସୁରକ୍ଷା ସଚେତନତା ଶିବିର ଅନୁଷ୍ଠିତ

ରାଉରକେଲା, : ଜାତୀୟ ସଡକ ସୁରକ୍ଷା ସଚେତନତା ଶିବିର ଛେଣ୍ଡ ସ୍ଥିତ ହୃଷିକେଶ ରାୟ ମହାବିଦ୍ୟାଳୟ ରେ ଅନୁଷ୍ଠିତ ହୋଇଯାଇଛି । ଭାରତ ସରକାରଙ୍କ ସଡକ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ସହଯୋଗରେ ସ୍ୱଚ୍ଛାସେବୀ ଅନୁଷ୍ଠାନ ଆଦର୍ଶ ଓ କଲେଜର ରାଷ୍ଟ୍ରୀୟ ସେବା ଯୋଜନା ର ମିଳିତ ସହଯୋଗ ତଥା ରାଜ୍ୟ ପରିବହନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏହି ସଚେତନତା ଶିବିର ଆୟୋଜିତ ହୋଇଥିଲା ।

ଏଥିରେ କଲେଜ ର ଅଧକ୍ଷ ପ୍ରଫେସର ଭବେଶ ଚନ୍ଦ୍ର ସାହୁ ଅଧ୍ୟକ୍ଷତା କରିଥିଲେ । ଆଡ଼ଭୋକେଟ ଗାରିମା ପତ୍ରୀ ଢୋଲକିଆ ଓ ସାମ୍ବାଦିକ ବିବେକାନନ୍ଦ ଦାସ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ l କଲେଜର ଏନ.ଏସ.ଏସ ପ୍ରୋଗ୍ରାମିଂ ଅଫିସର ଅଧ୍ୟାପକ ହରିଶ ଚନ୍ଦ୍ର ମିଶ୍ର ଙ୍କ ତତ୍ୱାବଧାନ ରେ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା l

ଅତିଥିମାନେ ସଡକ ସୁରକ୍ଷା ସଂପର୍କରେ ବିଭିନ୍ନ ଦିଗରୁ ଆଲୋଚନା କରି ଯୁବ ବର୍ଗ ଓ ଛାତ୍ର ଛାତ୍ରୀ ମାନେ ଗାଡି ଚାଳନା ସମୟରେ ନିଶା ସେବନ ନକରିବା ଓ ସମସ୍ତ ସଡକ ସୁରକ୍ଷା ନିୟମ ପାଳନ କରିବାକୁ ପରାମର୍ଶ ଦେଇଥିଲେ । ବେପରୁଆ ଗାଡି ଚାଳନା ନ କରିବା ସହ ଗାଡି ଚାଳନା ସମ୍ପର୍କିତ ଲାଇସେନ୍ସ ହାସଲ କରିବା ନେଇ ଗୁରୁତ୍ୱ ଦେଇଥିଲେ l ଆଦର୍ଶ ଅନୁଷ୍ଠାନର କାର୍ଯ୍ୟକ୍ରମ ସଂଯୋଜକ ବିଦ୍ୟାଧର ତ୍ରିପାଠୀ ଏହି ଶିବିରର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସଂପର୍କରେ ଆଲେକପାତ କରି ସଡକ ଦୁର୍ଘଟଣାକୁ ହ୍ରାସ କରିବା ପାଇଁ ସଚେତନତା ଜରୁରୀ ବୋଲି କହିଥିଲେ । ସଡ଼କ ସୁରକ୍ଷା ନିୟମ ମାନିବା ନେଇ ସମସ୍ତେ ଶପଥ ପାଠ କରିଥିଲେ l

କାର୍ଯ୍ୟକ୍ରମ ପରିଚାଳନା ରେ କଲେଜର ସର୍ବଶ୍ରୀ ଅଜୟ ସୁନ୍ଦରରାୟ, ଜ୍ୟୋତିଷ କୁମାର ଦାସ ଓ ଅନ୍ୟମାନେ ସହଯୋଗ କରିଥିଲେ l ଏହି ଅବସରରେ କଲେଜ ର ଶତାଧିକ ଛାତ୍ର ଛାତ୍ରୀ ଯୋଗ ଦେଇଥିଲେ l

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ଶିଳ୍ପୋଦ୍ୟୋଗୀ ବିକାଶ ତାଲିମ କାର୍ଯ୍ୟକ୍ରମ       

Sunil Chandra Nayak

ଜାତୀୟ ଡାକ୍ତର ଦିବସ ରେ ମେଡିକାଲ ଇଣ୍ଡଷ୍ଟ୍ରିରେ ପ୍ରଗତିଶୀଳ ଟେକ୍ନୋଲୋଜି ଉପରେ ଇଣ୍ଟରାକ୍ଟିଭ୍ ଅଧିବେଶନ 

masiha

ଜମି ମାଫିଆଙ୍କ ବୃଦ୍ଧି ପାଉଛି ଉତ୍ପାତ   ସରକାରୀ ଜମି ଏବଂ ଜଙ୍ଗଲ ଜମିକୁ ପଟ୍ଟା ବନେଇ ବିକ୍ରୟ ଅଭିଯୋଗ ! 

masiha

Leave a Comment

error: Content is protected !!