ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡି ଦ୍ଵାରା କାରଗିଲ ବିଜୟ ଦିବସ ପାଳିତ

ଭବାନୀ ପାଟଣା// ତା- ୨୬-୦୭-୨୦୨୩//ଭାରତ ସରକାରଙ୍କ ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରଣାଳୟ ଅଧିନସ୍ଥ ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡି ଦ୍ଵାରା ରିଷିଗାଁ ଇକୋ ଟୁରିଜିମ୍ ପାର୍କ ସ୍ଥିତ ବିଜୟ ସ୍ତମ୍ବଠାରେ କାରଗିଲ ବିଜୟ ଦିବସ ପାଳିତ ହୋଇଯାଇ ଅଛି । ଏହି ଅବସରରେ ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡିର ଜିଲ୍ଲା ଯୁବ ଅଧିକାରୀ ଶ୍ରୀ ପ୍ରସନ୍ନ ମେହେର, ଲେଖାପାଲ ତଥା କାର୍ଯ୍ୟକ୍ରମ ସହାୟକ ଶ୍ରୀ ଦ୍ବିତୀୟା ବନଛୋର ଉପସ୍ଥିତ ରହି ବୀର ଯବାନ ମାନଙ୍କର ସୃତିଚାରଣ କରି ପୁଷ୍ପମାଲ୍ୟ ଓ ଦୀପ ପ୍ରଜ୍ଜ୍ଵଳନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ନେହେରୁ ଯୁବ କେନ୍ଦ୍ରର ସ୍ବେଛାସେବୀ ଶମ୍ଭୁ ବିଶି, ମମତା ପଧାନ, ବୁଲୁ ପଧାନ, ଭିଷ୍ମ କୁମାରୀ ବାଗ, ଚୁଲମଣି ମାଝୀ ପ୍ରମୁଖ ସହଯୋଗ କରିଥିଲେ । ଏହି ଅବସରରେ ସହୀଦ ସ୍ତମ୍ଭ ପ୍ରାଂଗଣରେ ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଯାଇଥିଲା।

ମସିହା ନିୟୁଜ ସର୍ଭିସ୍ 

Related posts

ବାହାଘର ପାଇଁ ବଇନା ଦେଇ ଫେରୁଥିବା ବେଳେ ଅଜଣାଗାଡି ଧକ୍କାରେ କନେଷ୍ଟବଳଙ୍କ ମୃତ୍ୟୁ 

Sunil Chandra Nayak

ବିଧାୟକଙ୍କ ଉନ୍ନୟନ କାର୍ଯ୍ୟର ସମୀକ୍ଷା ବୈଠକ 

masiha

ପେଶାଦାର ସାମ୍ବାଦିକ ସଙ୍ଘ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ  ଯୁବ ସାମ୍ବାଦିକ ଅଂଶୁମାନ ପାତ୍ରଙ୍କୁ ସାମ୍ବାଦିକ ସୌରଭ ସମ୍ମାନ

Sunil Chandra Nayak

Leave a Comment

error: Content is protected !!