ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ହାତୀଗାଁ ରୁ କମକାଧଡ଼ଗି ରାସ୍ତା ଅତି ଶୋଚନୀୟ

ବର୍ଷା ଦିନରେ ରାସ୍ତା ର ଅବସ୍ଥା ଅତି ଶୋଚନୀୟ ହୋଇ ଥୁବାରୁ ଲୋକେ ଯିବା ଆସିବା ପାଇଁ ବହୁତ ହଇରାଣ ରେ ପଡୁଥିବାର ଦେଖିବାକୁ ମିଳିଛି, ସୂଚନା ଅନୁଯାଇ ନବରଙ୍ଗପୁର ଜିଲ୍ଲାର ରାଇଘର ବ୍ଲକ ର ହାତୀଗାଁ ପଂଚାୟତ ର ହାତୀଗାଁ ଠାରୁ କମକାଧଡ଼ଗି,ନୂଆପାରା,ଗଞ୍ଜାବରୀ, ଲାଥିବେଡା, ଆଦି ଗ୍ରାମ କୁ ସଂଯୋଗ କରିଥିବା ରାସ୍ତା ଅତି ଶୋଚନୀୟ ହୋଇ ପଡିଛି, ଫଳରେ ଗୋଟେ ମଟରସାଇକେଲ ଅଟୋ କିମ୍ଵା ଆମ୍ବୁଲାନ୍ସ ଆସିପାରୁନି ଗ୍ରାମ ଭିତରେ ଗର୍ଭବତୀ ମହିଳା ମାନେ ମେଡିକାଲ ଯିବାକୁ ବହୁତ ଅସୁବିଧା ଭୋଗୁଛନ୍ତି,ଏହି ୪ ଗୋଟି ଗ୍ରାମ ର ପ୍ରାୟ ହଜାର ହଜାର ଲୋକ ମାନେ ବହୁତ ଅସୁବିଧା ର ସମ୍ମୁଖୀନ ରେ ପଡ଼ୁଛନ୍ତି ଆଣ୍ଠୁଏ କାଦୁଅ ରେ ହାଇସ୍କୁଲ କୁ ପାଠ ପଢିବାକୁ ଯାଉଛନ୍ତି ପିଲାମାନେ, କୌଣସି କାମ ରେ ଲୋକେ ପଂଚାୟତ କୁ ଯାଇ ପାରୁନାହାନ୍ତି କାରଣ ବର୍ଷା ଦିନେ ରାସ୍ତା ରେ ଆଣ୍ଠୁଏ କାଦୁଅ, ସିମେଣ୍ଟ କଂକ୍ରିଟ ରାସ୍ତା ତିଆରି କରିବାକୁ ଏହି ୪ ଗୋଟି ଗ୍ରାମ ଲୋକେ ଦାବି କରିଛନ୍ତି।

ରାଇଘର ରୁ କିରଣ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ରାଇରଙ୍ଗପୁର କୃଷି କାର୍ଯ୍ୟାଳୟ ପରିସରରେ ବ୍ଳକ ସ୍ତରୀୟ ଓଡ଼ିଶାର ଶ୍ରୀ ଅନ୍ନ ଓ ପାରମ୍ପାରିକ କୃଷି ଐତିହ୍ୟ ନେଇ ଶ୍ରୀ ଅନ୍ନ ଅଭିଯାନ କାର୍ଯ୍ୟକ୍ରମ ଓ ଖାଦ୍ୟ ମେଳା

masiha

ଦିଲ୍ଲୀରେ ପୁଣିଥରେ ଚମକିଲା ଗଞ୍ଜାମ ଗଞ୍ଜାମ ଜିଲ୍ଲାକୁ ତିନି ପ୍ରତିଷ୍ଠିତ ଜାତୀୟ ପୁରସ୍କାର

ଏସ୍.ଆଇ.ଆର୍. ପ୍ରକ୍ରିୟାର ଅଗ୍ରଗତିର ସମୀକ୍ଷା କଲେ ଆର୍ଥିକ ପରାମର୍ଶଦାତା ତଥା ଅତିରିକ୍ତ ସଚିବ

Sunil Chandra Nayak

Leave a Comment

error: Content is protected !!