ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ହାତୀଗାଁ ରୁ କମକାଧଡ଼ଗି ରାସ୍ତା ଅତି ଶୋଚନୀୟ

ବର୍ଷା ଦିନରେ ରାସ୍ତା ର ଅବସ୍ଥା ଅତି ଶୋଚନୀୟ ହୋଇ ଥୁବାରୁ ଲୋକେ ଯିବା ଆସିବା ପାଇଁ ବହୁତ ହଇରାଣ ରେ ପଡୁଥିବାର ଦେଖିବାକୁ ମିଳିଛି, ସୂଚନା ଅନୁଯାଇ ନବରଙ୍ଗପୁର ଜିଲ୍ଲାର ରାଇଘର ବ୍ଲକ ର ହାତୀଗାଁ ପଂଚାୟତ ର ହାତୀଗାଁ ଠାରୁ କମକାଧଡ଼ଗି,ନୂଆପାରା,ଗଞ୍ଜାବରୀ, ଲାଥିବେଡା, ଆଦି ଗ୍ରାମ କୁ ସଂଯୋଗ କରିଥିବା ରାସ୍ତା ଅତି ଶୋଚନୀୟ ହୋଇ ପଡିଛି, ଫଳରେ ଗୋଟେ ମଟରସାଇକେଲ ଅଟୋ କିମ୍ଵା ଆମ୍ବୁଲାନ୍ସ ଆସିପାରୁନି ଗ୍ରାମ ଭିତରେ ଗର୍ଭବତୀ ମହିଳା ମାନେ ମେଡିକାଲ ଯିବାକୁ ବହୁତ ଅସୁବିଧା ଭୋଗୁଛନ୍ତି,ଏହି ୪ ଗୋଟି ଗ୍ରାମ ର ପ୍ରାୟ ହଜାର ହଜାର ଲୋକ ମାନେ ବହୁତ ଅସୁବିଧା ର ସମ୍ମୁଖୀନ ରେ ପଡ଼ୁଛନ୍ତି ଆଣ୍ଠୁଏ କାଦୁଅ ରେ ହାଇସ୍କୁଲ କୁ ପାଠ ପଢିବାକୁ ଯାଉଛନ୍ତି ପିଲାମାନେ, କୌଣସି କାମ ରେ ଲୋକେ ପଂଚାୟତ କୁ ଯାଇ ପାରୁନାହାନ୍ତି କାରଣ ବର୍ଷା ଦିନେ ରାସ୍ତା ରେ ଆଣ୍ଠୁଏ କାଦୁଅ, ସିମେଣ୍ଟ କଂକ୍ରିଟ ରାସ୍ତା ତିଆରି କରିବାକୁ ଏହି ୪ ଗୋଟି ଗ୍ରାମ ଲୋକେ ଦାବି କରିଛନ୍ତି।

ରାଇଘର ରୁ କିରଣ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ନବରଙ୍ଗପୁର ବିଧାୟକଙ୍କ ମାତୃ ବିୟୋଗ 

masiha

ରାଇରଙ୍ଗପୁରରେ ବାମନଘାଟୀ ପ୍ରେସ କ୍ଲବ ଆନୁକୁଲ୍ୟରେ ବିଶ୍ବ ଶ୍ରମିକ ଦିବସ ପାଳିତ

masiha

ମାରୱାଡି ୟୁବା ମଞ୍ଚ ପକ୍ଷରୁ ସର୍ବତ ବଣ୍ଟନ

masiha

Leave a Comment

error: Content is protected !!