ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଲାଞ୍ଜିଗଡ ନିର୍ବାଚନ ମଣ୍ଡଳୀର ଯୁବ କଂଗ୍ରେସ ର ନୂତନ ସଭାପତି ଭାବେ ଜଗାକାଳିଆ ମନୋନୀତ

ଥୁଆମୂଳ ରାମପୁର : ୨୭/୦୭ – (ମନିସ):- କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ନିର୍ବାଚନ ମଣ୍ତଳୀର ଯୁବ କଗ୍ରେସର ନିର୍ବାଚନ ପ୍ରକ୍ରିୟା ଶେଷ ହେବାପରେ ଏହାର ଫଳାଫଳ ମଧ୍ୟ ଘୋଷଣା ଶେଷ ହୋଇଯାଇଛି। ଏଥିରେ ଜିଲ୍ଲା ଯୁବ କଂଗ୍ରେସ ସଭାପତି ଭାବେ ମହମ୍ମଦ ସାହେବ୍ ଖାନ୍ ଥିବାବେଳେ ଲାଞ୍ଜିଗଡ ନିର୍ବାଚନ ମଣ୍ଡଳୀର ଯୁବ କଂଗ୍ରେସ ଦଳର ସଭାପତି ଭାବେ କଳାହାଣ୍ଡି ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଥୁଆମୂଳ ରାମପୁର ବ୍ଳକର ଶ୍ରୀଯୁକ୍ତ ଜଗାକାଳିଆ ମନୋନୀତ ହେବା ପରେ ତାଙ୍କୁ ଦାୟିତ୍ଵ ପ୍ରଦାନ କରାଯାଇଛି। ଶ୍ରୀ ନାଏକ ଥୁଆମୂଳ ରାମପୁର ବ୍ଲକର କଂଗ୍ରେସ ଦଳର ଶୃଙ୍ଖଳିତ ଜଣେ ସଦସ୍ୟ ଭାବରେ ବେଶ ପରିଚିତ। କଂଗ୍ରେସ ଦଳରେ ରହି ଦଳର ଆଦର୍ଶ ରେ ଅନୁପ୍ରାଣିତ ହୋଇ ସଂଗଠନକୁ ମଜଭୁତ କରିବା ପାଇଁ ଅହରହ ଚେଷ୍ଟା କରି ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ଶ୍ରୀ ନାଏକଙ୍କୁ ଦଳ ପକ୍ଷରୁ ଯାହାସବୁ ଦାୟିତ୍ୱ ଦେଇଛନ୍ତି ତାକୁ ସେ ସୂଚାରୁ ରୂପେ ସମ୍ପାଦନା କରୁଛନ୍ତି ତାଙ୍କର ଏଭଳି କାର୍ଯ୍ଯ ଦକ୍ଷତା ଉପରେ ବ୍ଳକ କଂଗ୍ରେସ କମିଟି ମଧ୍ୟ ସନ୍ତୋଷ ଅନୁଭବ କରିଛନ୍ତି। ଶ୍ରୀ ନାଏକ ବର୍ତ୍ତମାନ ଲାଞ୍ଜିଗଡ ନିର୍ବାଚନ ମଣ୍ଡଳୀର ଯୁବ କଂଗ୍ରେସ ସଭାପତି ଭାବରେ ଦାୟିତ୍ୱ ଗ୍ରହଣ କରିଥିବା ଜଣାପଡ଼ିଛି।

ଥୁଆମୂଳ ରାମପୁର ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ବିଜେଡି ପ୍ରାର୍ଥୀ ଲମ୍ବୋଦର ଓ ପୁଷ୍ପେନ୍ଦ୍ର ଙ୍କ ପାଇଁ ପ୍ରଚାର କଲେ ରାଜ୍ୟ ସଭା ସାଂସଦ ମୁନ୍ନା ଖାଁ

masiha

ରାଜ୍ୟ ରାଜନୀତି ର ଏକଛତ୍ର ବାଦି ନେତା ଙ୍କ କୁଶ ପୁତ୍ତଳିକା ଦାହକଲା ଜିଲ୍ଲା କଂଗ୍ରେସ

masiha

ସାନଖେମୁଣ୍ଡି ବିଜେପି ତରଫରୁ ବଙ୍ଗ ବିଜୟ ଉତ୍ସବ ପାଳନ 

Leave a Comment

error: Content is protected !!