ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଲାଞ୍ଜିଗଡ ନିର୍ବାଚନ ମଣ୍ଡଳୀର ଯୁବ କଂଗ୍ରେସ ର ନୂତନ ସଭାପତି ଭାବେ ଜଗାକାଳିଆ ମନୋନୀତ

ଥୁଆମୂଳ ରାମପୁର : ୨୭/୦୭ – (ମନିସ):- କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ନିର୍ବାଚନ ମଣ୍ତଳୀର ଯୁବ କଗ୍ରେସର ନିର୍ବାଚନ ପ୍ରକ୍ରିୟା ଶେଷ ହେବାପରେ ଏହାର ଫଳାଫଳ ମଧ୍ୟ ଘୋଷଣା ଶେଷ ହୋଇଯାଇଛି। ଏଥିରେ ଜିଲ୍ଲା ଯୁବ କଂଗ୍ରେସ ସଭାପତି ଭାବେ ମହମ୍ମଦ ସାହେବ୍ ଖାନ୍ ଥିବାବେଳେ ଲାଞ୍ଜିଗଡ ନିର୍ବାଚନ ମଣ୍ଡଳୀର ଯୁବ କଂଗ୍ରେସ ଦଳର ସଭାପତି ଭାବେ କଳାହାଣ୍ଡି ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଥୁଆମୂଳ ରାମପୁର ବ୍ଳକର ଶ୍ରୀଯୁକ୍ତ ଜଗାକାଳିଆ ମନୋନୀତ ହେବା ପରେ ତାଙ୍କୁ ଦାୟିତ୍ଵ ପ୍ରଦାନ କରାଯାଇଛି। ଶ୍ରୀ ନାଏକ ଥୁଆମୂଳ ରାମପୁର ବ୍ଲକର କଂଗ୍ରେସ ଦଳର ଶୃଙ୍ଖଳିତ ଜଣେ ସଦସ୍ୟ ଭାବରେ ବେଶ ପରିଚିତ। କଂଗ୍ରେସ ଦଳରେ ରହି ଦଳର ଆଦର୍ଶ ରେ ଅନୁପ୍ରାଣିତ ହୋଇ ସଂଗଠନକୁ ମଜଭୁତ କରିବା ପାଇଁ ଅହରହ ଚେଷ୍ଟା କରି ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ଶ୍ରୀ ନାଏକଙ୍କୁ ଦଳ ପକ୍ଷରୁ ଯାହାସବୁ ଦାୟିତ୍ୱ ଦେଇଛନ୍ତି ତାକୁ ସେ ସୂଚାରୁ ରୂପେ ସମ୍ପାଦନା କରୁଛନ୍ତି ତାଙ୍କର ଏଭଳି କାର୍ଯ୍ଯ ଦକ୍ଷତା ଉପରେ ବ୍ଳକ କଂଗ୍ରେସ କମିଟି ମଧ୍ୟ ସନ୍ତୋଷ ଅନୁଭବ କରିଛନ୍ତି। ଶ୍ରୀ ନାଏକ ବର୍ତ୍ତମାନ ଲାଞ୍ଜିଗଡ ନିର୍ବାଚନ ମଣ୍ଡଳୀର ଯୁବ କଂଗ୍ରେସ ସଭାପତି ଭାବରେ ଦାୟିତ୍ୱ ଗ୍ରହଣ କରିଥିବା ଜଣାପଡ଼ିଛି।

ଥୁଆମୂଳ ରାମପୁର ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ହିଞ୍ଜିଳି ବିଜେଡ଼ି ପକ୍ଷରୁ ମହିଳା ନାରୀ ଅଧିକାର ଅଭିଯାନ

ଗାଁ ଗାଁରେ ଅନିଲ ମେହେର ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

masiha

ରାଇରଙ୍ଗପୁର ରେ ପ୍ରାକ୍ତନ ଓଡିଶା କଂଗ୍ରେସ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ

Sunil Chandra Nayak

Leave a Comment

error: Content is protected !!