ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓଡିଶା ରେ ଖରିଫ ଧାନ କିଣା ସମସ୍ୟା କୁ ନେଇ ରାଜ୍ୟସଭା ରେ ଗର୍ଜିଲେ ସାଂସଦ ନିରଞ୍ଜନ ବିଶି

ଓଡିଶା ରେ ଖରିଫ ଧାନ କିଣା ସମସ୍ୟା କୁ ନେଇ ରାଜ୍ୟସଭା ରେ ଗର୍ଜିଲେ ସାଂସଦ ନିରଞ୍ଜନ ବିଶି

ଦିଲ୍ଲୀ ୨୯. ୧ ସଂସଦ ର ବଜେଟ ଅଧିବେଶନ ଦ୍ଵିତୀୟ ଦିବସରେ ରାଜ୍ୟସଭା ରେ ସାଂସଦ ନିରଞ୍ଜନ ବିଶି ଓଡିଶା ର କୃଷକ ମାନଙ୍କ ଖରିଫ ଧାନ ବିକ୍ରୟ କରିବାରେ ସରକାରୀ ଅବହେଳା, ମଣ୍ଡି ଅବ୍ୟବସ୍ଥା, ଟୋକନ ସମସ୍ୟା, କଟନୀଛଟନୀ, ସର୍ବନିମ୍ନ ସହାୟକ ମୂଲ୍ୟ ( ଏମ.ଏସ.ପି ) ରେ ଧାନ କିଣିବା କଟକଣା, ଭାରତ ସରକାର ଦ୍ୱାରା ନିର୍ଦ୍ଧାରିତ ଉଚିତ ହାରାହାରି ଗୁଣବତ୍ତା (ଏଫଏକ୍ଯୁ ) ର ଉଲଂଘନ ପ୍ରସଙ୍ଗ ଉପସ୍ଥାପନା କରିଥିଲେ l ସାଂସଦ ଶ୍ରୀ ବିଶି ଭାରତ ସରକାର ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ଯେ ଓଡିଶା ର କିସାନ ବହୁତ ପରେଶlନ ଅଛନ୍ତି l ଚାଷୀ ମାନଙ୍କୁ ଟୋକନ ଦିଆଯାଉ ନାହିଁ l ଟୋକନ ଥିବା ଚାଷୀ ଧାନ ମଣ୍ଡି କୁ ନେଲେ, ମିଲର ଧାନ ଉଠାଉ ନ ଥିବାରୁ ଚାଷୀ ମଣ୍ଡିରେ ହଇରାଣ ହେଉଛନ୍ତି l ଚାଷୀମାନେ ଏଫଏକ୍ଯୁ ଶତକଡା ୨0 ରୁ ୨୨ ପ୍ରତିଶତ ଦାବୀ କରୁଥିବା ବେଳେ ଭାରତ ସରକାର ସମସ୍ତ ରାଜ୍ୟ ପାଇଁ ଶତକଡା ୧୭ ପ୍ରତିଶତ ଏଫଏକ୍ଯୁ ଧର୍ଯ୍ୟ କରିଛନ୍ତି l କିନ୍ତୁ ଓଡିଶା ସରକାର ୧୫ ପ୍ରତିଶତ ଏଫଏକ୍ଯୁ ଧର୍ଯ୍ୟ କରି କ୍ଯୁଇଣ୍ଟାଲ ପିଛା ୮ କେଜି ଧାନ ଚାଷୀ ଠାରୁ କାଟୁଛନ୍ତି ବୋଲି ସାଂସଦ ଶ୍ରୀ ବିଶି ସର୍ବୋଚ୍ଚ ସଦନ ମାଧ୍ୟମ ରେ ଭାରତ ସରକାର ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ l ସାଂସଦ ଶ୍ରୀ ବିଶି ଆହୁରି ଗୁରୁତ୍ୱପୁର୍ଣ ପ୍ରସଙ୍ଗରେ ପ୍ରକାଶ କରିଥିଲେ ଯେ ଓଡିଶା କୃଷି ପ୍ରଧାନ ରାଜ୍ୟ l ଆଧୁନିକ ଯୁଗ ରେ ଚାଷୀ ମାନେ ବୈଜ୍ଞାନିକ ପ୍ରଣାଳୀ ରେ ଚାଷ କରୁଛନ୍ତି l ଧାନ ଉତ୍ପାଦନ ବଢ଼ୁଛି l ଏକର ପିଛା ୩0 /୩୫ କ୍ଯୁଇଣ୍ଟାଲ ଧାନ ଉତ୍ପାଦନ ହେଉଛି l ବଡ଼ ଚାଷୀ ୫00 କ୍ଯୁଇଣ୍ଟାଲ ଧାନ ଅମଳ କରୁଛନ୍ତି l ସରକାର ବର୍ତ୍ତମାନ ବଡ଼ ଚାଷୀ ପିଛା ମାତ୍ର ୧୫0 କ୍ଯୁଇଣ୍ଟାଲ ଧାନ ୩୧00 ଟଙ୍କା ଏମଏସପି ରେ କିଣିବାକୁ ଘୋଷଣା କରିଛନ୍ତି l ବଡ଼ ଚାଷୀଙ୍କ ବଳକାଧାନ ଅଭାବୀ ବିକ୍ରି ର ଶିକାର ହେବେ l ଅର୍ଥାତ ଏମ.ଏସ.ପି ରୁ କମ ଦରରେ କ୍ଯୁଇଣ୍ଟାଲ ପିଛା ୧୫00 ଟଙ୍କା ରେ ମିଲର କିଣିବେ ବଳକା ଧାନ l ଚାଷୀ ଶୋଷଣ ର ଶିକାର ହେବେ l ଓଡିଶା ପାଇଁ ୭୩ ମିଲିୟନ ଟନ ଧାନ ସଂଗ୍ରହ କରିବା ଲକ୍ଷ୍ୟ ଧର୍ଯ୍ୟ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ୨୩ ମେଟ୍ରିକ ଟନ ଧାନ ଉଠିଛି, ତେବେ ମାର୍ଚ୍ଚ ସୁଦ୍ଧା ସରକାର ଚାଷୀ ଙ୍କ ଧାନ କ୍ରୟ କରିବା ଅସମ୍ଭବ ବୋଲି ସାଂସଦ ଶ୍ରୀ ବିଶି ଉଦବେଗ ପ୍ରକାଶ କରିଥିଲେ l ତେଣୁ ଭାରତ ସରକାର କୃଷକ ସମସ୍ୟା ସମାଧାନ କରିବାକୁ ସାଂସଦ ଶ୍ରୀ ବିଶି ଦାବୀ କରିଥିଲେ l 

ଦୁର୍ଯୋଧନ ବର୍ଗେ ଙ୍କ ରିପୋର୍ଟ୍ 

Related posts

ଧର୍ମଗଡ ଉପଖଣ୍ଡ କୁ ଜିଲ୍ଲା ଦାବୀ ୩୭ ଦିନରେ , ଆସନ୍ତା କାଲି ଧର୍ମଗଡ ଉପଖଣ୍ଡ ସଂପୂର୍ଣ୍ଣ ବନ୍ଦ 

masiha

ମାନ୍ୟବର ମନ୍ତ୍ରୀ, ଆଇନ, ପୂର୍ତ୍ତ, ଅବକାରି ଶ୍ରୀ ପୃଥ୍ଵୀରାଜ ହରିଚନ୍ଦନଙ୍କ ମୟୂରଭଞ୍ଜ ଗସ୍ତ  ଉନ୍ନୟନ ମୂଳକ ପ୍ରକଳ୍ପ କାର୍ଯ୍ୟର ସ୍ଥିତି ଓ ଅଗ୍ରଗତି ସମ୍ପର୍କରେ କଲେ ସମୀକ୍ଷା

masiha

ମାତୃଶକ୍ତିର ସମାହାର ମିଶନ ସକ୍ତି ହିଁ ସମାଜକୁ ଅଗ୍ରଗତି କରିପାରିବ , ବ୍ଲକ ସ୍ତରୀୟ ମିଶନ ଶକ୍ତି ଫେଡରେସନ୍ ସମାବେଶ

masiha

Leave a Comment

error: Content is protected !!