ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁର ବ୍ଳକ ସ୍ତରୀୟ ବିକାଶଧାରା, ଓଡ଼ିଶା ସାରା କାର୍ଯ୍ୟକ୍ରମ ର ପ୍ରଥମ ଦିନର ଜାତି ଓ ଜନଜାତି ସମ୍ବାଦ କାର୍ଯ୍ଯକ୍ରମ

ରାଇରଙ୍ଗପୁର ବ୍ଳକ ସ୍ତରୀୟ ବିକାଶଧାରା, ଓଡ଼ିଶା ସାରା କାର୍ଯ୍ୟକ୍ରମ ର ପ୍ରଥମ ଦିନର ଜାତି ଓ ଜନଜାତି ସମ୍ବାଦ କାର୍ଯ୍ଯକ୍ରମ

ରାଇରଙ୍ଗପୁର – ୨୪/୦୬  ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ବ୍ଳକ ପରିସରରେ ବ୍ଳକ ସ୍ତରୀୟ ‘ ବିକାଶ ଧାରା, ଓଡ଼ିଶା ସାରା କାର୍ଯ୍ୟକ୍ରମର ପ୍ରଥମ ଦିନରେ ଅନୁସୂଚିତଜାତି , ଅନୁସୂଚିତ ଜନଜାତି ଏବଂ ସଂଖ୍ଯାଲଘୁ ଓ ପଛୁଆ ବର୍ଗ ସମ୍ବାଦ ଓ ଆକାଂକ୍ଷା କାର୍ଯ୍ୟକ୍ରମ ଭିଡିଓ ଶ୍ରୀମତୀ ନାରାୟଣୀ ପ୍ରିୟଦର୍ଶିନୀ ପଣ୍ଡାଙ୍କ ପୌରହିତ୍ୟରେ ଆଜି ବୁଧବାର ଦିନ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ମୁଖ୍ୟ ଅତିଥି ଭାବେ ମୟୂରଭଂଜ ସାଂସଦ ନବ ଚରଣ ମାଝୀ ଏବଂ ସମ୍ମାନିତ ଅତିଥି ଭାବେ ରାଇରଙ୍ଗପୁର ବିଧାୟକ ଜଲେନ ନାଏକ ,ରାଇରଙ୍ଗପୁର ବ୍ଳକ ଅଧ୍ୟକ୍ଷ ଜ୍ଞାନ ରଞ୍ଜନ ହେମ୍ବ୍ରମ,ସାଂସଦ ପ୍ରତିନିଧି ଅଶୋକ ମହାନ୍ତ ପ୍ରମୁଖ ଯୋଗ ଦେଇଥିଲେ ।ଅତିଥିଗଣ ସେମାନଙ୍କ ବକ୍ତବ୍ୟରେ କହିଥିଲେ ଗତ ୨ ବର୍ଷରେ ଶିକ୍ଷା, ସ୍ବାସ୍ଥ୍ୟ , ପୋଷଣ, ଜନଜାତି କଲ୍ୟାଣ, ଗମନାଗମନ,, ଭିତ୍ତିଭୂମି, ଆଦିବାସୀଙ୍କ ଜୀବନ ଜୀବିକା, ପୋଖରୀ, ପଶୁପାଳନ, ଆଦିବାସୀଙ୍କ ଆର୍ଥିକ ଉନ୍ନତି ଓ ବ୍ୟବସାୟ ପାଇଁ ତାଲିମ ସହ ଋଣ ସହାୟତା, ସାମଗ୍ରୀ ସହାୟତା ଭଳି ବହୁ ଉନ୍ନତିମୂଳକ କାର୍ଯ୍ୟକ୍ରମ ସମ୍ପର୍କରେ କହିଥିଲେ ।ଆଦିବାସୀ ଛାତ୍ରଛାତ୍ରୀଙ୍କୁ ଅନ୍ୱେଷା, ଆକାଂକ୍ଷା ଯୋଜନା, ଆବାସିକ ରେ ରହଣି ମାଧୋଛାତ୍ରଵୃତ୍ତି ପ୍ରଦାନ ଭଳି ବହୁବିଧ କାର୍ଯ୍ୟକ୍ରମ ସରକାର ନେଇଛନ୍ତି ।ଆଦିବାସୀମାନେ ବିଭିନ୍ନ ବିଭାଗରେ ଆତ୍ମ ନିର୍ଭରଶୀଳ ହେବା ସହ ନିଜ ଗୋଡ଼ରେ ଛିଡ଼ାହୋଇ ସମାଜକୁ ଭଲ ବାର୍ତା ଦେଇଥିବା କିଛି ବ୍ୟକ୍ତି ଓ ଗୋଷ୍ଠୀଙ୍କୁ ଅତିଥିଗଣ ମାନପତ୍ର ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ ।ପରେ ଆଇଟିଡିଏ ତରଫରୁ ଏକ ଆକର୍ଷଣୀୟ ଆଦିବାସୀ ନୃତ୍ୟ ପରିବେଷଣ କରାଯାଇଥିଲା ।କାର୍ଯ୍ୟକ୍ରମରେ ୭୦୦ ରୁ ଉର୍ଦ୍ଧ୍ବ ଅନୁସୂଚିତ, ଜାତି, ଜନଜାତି, ସଂଖ୍ୟାଲଘୁ ଓ ପଛୁଆ ବର୍ଗର ମହିଳା, ସ୍ଥାନୀୟ ଜନସାଧାରଣ ଯୋଗ ଦେଇଥିଲେ ।

କାର୍ଯ୍ୟକ୍ରମ ପରିଚାଳନାରେ ଆସିଷ୍ଟାଣ୍ଟ ଏକଜିଉଟିଭ ଇଞ୍ଜିନିୟର ଅଂଶୁମାନ ଦାସ, ବ୍ଳକ ମଙ୍ଗଳ ଅଧିକାରୀ ଶୁଭେନ୍ଦୁ ମୋହନ ଵଳ , ଆସିଷ୍ଟାଣ୍ଟ ଇଞ୍ଜିନିୟର ଇଂ ଅମିତା ମାଝୀ,ବିଏସଏସଓ ସୋମବାରି ମୁର୍ମୁ, କନିଷ୍ଠ ଯନ୍ତ୍ରୀ ଇଂ ରାମଚନ୍ଦ୍ର ଦାସ, ଇଂ ରାମ ମାଝୀ, ଆଇଟିଡିଏର ରାଜେନ୍ଦ୍ର ପାଢ଼ୀ ଏଵଂ କର୍ମଚାରୀବୃନ୍ଦ,ବ୍ଲକ କୃଷି ଅଧିକାରୀ ଅଭିଷେକ ପ୍ରଧାନ ,ସହକାରୀ ବ୍ଳକ କୃଷି ଅଧିକାରୀଣୀ ଧରିତ୍ରୀ ଟୁଡୁ, ଆଇଆରଡିଏମଏସ ର ବ୍ଳକ ସଂଯୋଜକ ଅଜୟ ପାତ୍ର, ସିଆରପି, ଏମବିକେ, ଆଶା କର୍ମୀ, ଅଙ୍ଗନବାଡ଼ି କର୍ମୀ,, ସ୍ଵାସ୍ଥ୍ୟ ବିଭାଗ କର୍ମଚାରୀ ପ୍ରମୁଖ ସହଯୋଗ କରିଥିଲେ ।

ରାଇରଙ୍ଗପୁର ରୁ ଅକ୍ଷୟ ବିଶ୍ବାଳ

Related posts

କନ୍ଧମାଳ ର ବିଚାରାଧୀନ କଏଦୀ ଚିକିତ୍ସାଧୀନ ଅବସ୍ଥାରେ ବ୍ରହ୍ମପୁର ବଡ ମେଡିକାଲରେ ମୃତ୍ୟୁ

Sunil Chandra Nayak

କାଟେ,ରେଙ୍ଗାଲି ଓ ବିଯୁବନ୍ଧ ବସ୍ତି ବାସିନ୍ଦାଙ୍କୁ ମୌଳିକ ସୁବିଧା ଯୋଗାଇଦେବା ନେଇ ମୁଖ୍ୟମନ୍ତ୍ରୀ ଓ ପଂଚାୟତ ରାଜ ମନ୍ତ୍ରୀଙ୍କୁ ସାକ୍ଷାତ କଲେ ବିଧାୟଜ ଦୁର୍ଗା ଚରଣ ତନ୍ତୀ

masiha

ଜିଲ୍ଲା ଓକିଲ ସଂଘ ର କଥାରେ ସାବାଡ ହେଲେ ବିଭାଗୀୟ ଅଧିକାରୀ ?

Sunil Chandra Nayak

Leave a Comment

error: Content is protected !!