ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧରାକୋଟ ବ୍ଲକରେ ପଲସ ପୋଲିଓ କାର୍ଯ୍ୟକ୍ରମ

ଧରାକୋଟ ବ୍ଲକରେ ପଲସ ପୋଲିଓ କାର୍ଯ୍ୟକ୍ରମ

ଆସିକା, ୧୨/୧୦/୨୫ — ଧରାକୋଟ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ତରଫରୁ ସମଗ୍ର ବ୍ଲକ ଅଞ୍ଚଳର 52 ଗୋଟି କେନ୍ଦ୍ରରେ ପଲସ ପୋଲିଓ ଟୀକାକରଣ କାର୍ଯ୍ୟକ୍ରମ ର ଶୁଭାରମ୍ଭ ହୋଇଛି । ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ଡାକ୍ତର ଏମ ଭି କେ ଅଶୋକ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ତିନି ଦିନ ଧରି ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମକୁ ଭାରପ୍ରାପ୍ତ ଥାନା ଅଧିକାରୀ ଚନ୍ଦ୍ରିକା ସ୍ବାଇଁ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଶୁଭାରମ୍ଭ କରିଥିଲେ । ଧରାକୋଟ ବ୍ଲକର ସ୍ତରର ଏଗାର ହଜାର ବାବନ ଜନ ଶିଶୁଙ୍କୁ ପୋଲିଓ ଟୀକା କରଣ କରାଯାଇ ପୋଲିଓ ମୁକ୍ତ ସମାଜ ଗଠନ କରାଯିବାର ଲକ୍ଷ ରଖା ଯାଇଛି। ଆଜିର କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଡାକ୍ତର ଶଙ୍କର ନାରାୟଣ ବେହେରା,ଡାକ୍ତର ସଚିଦାନନ୍ଦ ବିଶୋଇ, ବି ପି ଏମ ଗୋଲକ ନାରାୟଣ ଗରିଆଗଡୁ,ବହୁମୁଖି ମହିଳା ସ୍ଵାସ୍ଥ୍ୟକର୍ମୀ ବିଷ୍ଣୁ ପ୍ରିୟା ରେଡ୍ଡୀ, ସଙ୍ଗିତାଞ୍ଜଳି ପ୍ରଧାନ, ଆଶା କର୍ମୀ ଉର୍ମିଳା ବେହେରା, ରିତାଞ୍ଜଳି ପ୍ରଧାନ ପ୍ରମୁଖ ଉପସ୍ଥିତ ରହିଥିଲେ।

ଆସିକା ରୁ ଶିବ ଶଙ୍କର ମିଶ୍ର ଙ୍କ ରିପୋର୍ଟ ମସିହା ନ୍ୟୁଜ

Related posts

ଵହଳଦା ବ୍ଲକ ! କାଦୁଆଣି ରେ ବଜ୍ରପାତରେ ଚାଷି ମୃତ

Sunil Chandra Nayak

ସରଗି ଫୁଲ କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

ଶ୍ରଦ୍ଧା ରେ ଇର୍ଣ୍ଟନସିଭ୍ ବିଦ୍ୟାର୍ଥୀ ଙ୍କୁ ସାର୍ଟିଫିକେଟ ପ୍ରଦାନ ସମାରୋହ

Sunil Chandra Nayak

Leave a Comment

error: Content is protected !!