ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁରେ ଶିଖ୍ ସଂପ୍ରଦାୟ ତରଫରୁ ବୀର ବାଲ୍ ଦିବସ ପାଳିତ

ରାଇରଙ୍ଗପୁରେ ଶିଖ୍ ସଂପ୍ରଦାୟ ତରଫରୁ ବୀର ବାଲ୍ ଦିବସ ପାଳିତ

 ମୟୂରଭଞ୍ଜ – ୨୬/୧୨ ( ମସିହା) ଶିଖ୍ ସଂପ୍ରଦାୟର ଶେଷ ଗୁରୁ ଗୁରୁ ଗୋବିନ୍ଦ ସିଂଙ୍କୁ ମୋଗଲ ସମ୍ରାଟ ଆଉରଙ୍ଗଜେବ ସମୟରେ ଧର୍ମାନ୍ତରୀକରଣ ପାଇଁ ବହୁ ପ୍ରଚେଷ୍ଟା କରିଥିଲେ ମଧ୍ୟ ସେ ହାର ମାନି ନ ଥିଲେ ।ମୋଗଲମାନେ ପ୍ରତିହିଂସା ପରାୟଣ ହୋଇ ୧୬୯୯ ମସିହା ଡିସେମ୍ବର ୨୬ ତାରିଖରେ ଗୁରୁ ଗୋବିନ୍ଦଙ୍କ ୪ ପୁତ୍ର ମଧ୍ୟରୁ ଦୁଇ ଶିଶୁପୁତ୍ର ଫତେ ସିଂ( ୪) ଏବଂ ଯୋରାବର ସିଂ( ୯)ଙ୍କୁ ଛଡ଼ାଇଏକ ନେଇ ଜୀବନ୍ତ ସମାଧି କରିଥିଲେ ।ହେଲେ ଗୁରୁ ଗୋବିନ୍ଦ ସିଂ ଧର୍ମାନ୍ତରୀକରଣ ନ ହୋଇ ନିଜ ଧର୍ମର ଗୁଣଗାନ କରିଥିଲେ ।ଶିଖ୍ ସମାଜର ସହୀଦ ହୋଇଥିବା ଦୁଇ ଶିଶୁପୁତ୍ରଙ୍କ ସମ୍ମାନାର୍ଥେ ଭାରତର ଯଶ୍ବଷୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଡିସେମ୍ବର ୨୬ କୁ ବୀର ବାଲ୍ ଦିବସ ରୂପେ ମାନ୍ୟତା ଦେଇଛନ୍ତି ।ଏହି ଅବସରରେ ସରା ବିଶ୍ଵରେ ଶିଖ୍ ସଂପ୍ରଦାୟର ଲୋକମାନେ ଗୁରୁଦ୍ବାରରେ , ସଭା ସମିତି ଆୟୋଜନ କରି ଉତ୍ସାହ ଓ ଉଦ୍ଦୀପନାର ସହ ବୀର ବାଲ୍ ଦିବସ ପାଳନ କରୁଛନ୍ତି । ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ସହରର ଇଚିଣ୍ଡା ଗ୍ରାମରେ ଥିବା ଗୁରୁଦ୍ୱାରରେ ବୀର ଵାଲ୍ ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ପ୍ରଥମେ ଗୁରୁ ଦ୍ଵାରରେ ଶିଖ୍ ସମାଜ ତରଫରୁ ପୂଜାର୍ଚ୍ଚନା, ପ୍ରାର୍ଥନା କରା ଯାଇଥିଲା ପରେ ଏକ ସୁସଜ୍ଜିତ ରଥରେ ଗୁରୁ ଗୋବିନ୍ଦ ସିଂହଙ୍କ ଫଟୋ ରଖି ଶିଖ ସମାଜର ଆବାଳ ବୃଦ୍ଧ ବନିତା ଏକ ଶୋଭାଯାତ୍ରା ପରିକ୍ରମା କରିଥିଲେ । ତାଙ୍କ ସହିତ ହିନ୍ଦୁ ମାନେ ମଧ୍ୟ ସାମିଲ ହୋଇଥିଲେ ।ଏହି କାର୍ଯ୍ୟକ୍ରମରେ ରାଇରଙ୍ଗପୁର ବିଧାୟକ ନବ ଚରଣ ମାଝି, ରାଜ୍ୟ ବିଜେପି ସଂପାଦକ ନବୀନ ରାମ,ନଗର ବିଜେପି ସଭାପତି ସୁରଥ ପଟ୍ଟନାୟକ,ଆଡଭୋକେଟ ବରୁଣ ଦେ,ଆଲୋକ ରଂଜନ ମହାନ୍ତ,ବିଜେପି ବରିଷ୍ଠ ନେତା ବାପି ଦାସ, ତିଲୋତମା ରାମ,ଵୀଣା ରାମ,ସମାଜସେବୀ ବିଜୟ ନାଏକ ପ୍ରମୁଖ ଯୋଗ ଦେଇଥିଲେ ।ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୀର ବାଲ୍ ଦିବସକୁ ମାନ୍ୟତା ଦେଇଥିବାରୁ ଶିଖ ସମାଜ ମଧ୍ୟରେ ଆନନ୍ଦର ଲହରୀ ଖେଳିବା ସହ କୃତଜ୍ଞତା ଜଣାଇଥିଲେ ।କାର୍ଯ୍ଯକ୍ରମରେ ଯଶଵୀର କୌର,ସୋନି ନାଗୀ,ବବଲି କୌର,କୋମଲ କୌର, ଉର୍ମିଳା କୌର,ମାଲା କୌର,ଦୀପା କୌର,ଯଶଵୀର ସିଂ,ମଣ୍ଟୁ ନାଗୀ ଏବଂ ଅନ୍ୟ ମାନେ ଯୋଗ ଦେଇ ପରିଚାଳନାରେ ସହଯୋଗ କରିଥିଲେ ।

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ଆର୍ଟ ଅଫ ଗିଭିଂ ଡେ ପାଳନ

ନବରଙ୍ଗପୁର ଜିଲ୍ଲାସ୍ତରୀୟ ସାରସ୍ବତ ସମାରୋହ-୨୦୨୫

masiha

ଜିଲ୍ଲା ପ୍ରଶାସନଙ୍କ ଅଧ୍ୟକ୍ଷତାରେ ଶିଶୁ ସୁରକ୍ଷା ଆଇନ ସମ୍ପର୍କିତ ସମନ୍ୱୟ ସଭା

Sunil Chandra Nayak

Leave a Comment

error: Content is protected !!