ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବର୍ଷା ରେ ଭୁଷଡ଼ିଲା କଚା ଘର, ଅଳ୍ପ କେ ଭର୍ତ୍ତିଗଲେ ପରିବାର

ନବରଙ୍ଗପୁର,୨୭/୩(ମସିହା ) ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ୍ ପୋଡ଼ାଲଗୁଡ଼ା ଗ୍ରାମପଞ୍ଚାୟତ ସଦର ମହକୁମାର ସଂଗୀତା ନାଗ(୩୨) ସ୍ବାମୀ ପ୍ରଦୀପ କୁମାର ମହନ୍ତ, ବାହାର ରାଜ୍ୟ ରେ ଦାଦାନ ଭାବେ କାମ କରି ଅତି କଷ୍ଟ ରେ କଚା ଘର ଟି ନିର୍ମାଣ କରିଥିଲେ। ସ୍ଵାମୀ କିଛି ଦିନ ମଧ୍ୟରେ ଗ୍ରାମ କୁ ଫେରିଥିଲେ। ଆଜି ର ବର୍ଷା ପବନ ରେ ୩ ପ୍ରାଣୀ କଚା ଘରେ ହିଁ ଥିଲେ। ଏତେ ଜୋରରେ ପବନ ହେଲା ଯେ ଘର ଚାଳ ଉଡ଼ି ଯିବା ସହିତ ମାଟି କାନ୍ଥ ଭାଙ୍ଗି ଯାଇଥିଲା। ରାଜ୍ୟ ସରକାର ଓ କେନ୍ଦ୍ର ସରକାର କଚା ଘରେ କିଏ ରହିବେ ନାହି ପକ୍କା ଘରେ ରହିବେ ସବୁ ବୋଲି ନାମ କୁ ମାତ୍ର ଗାଁ ଗାଁ ର କାନ୍ଥ ବାଡ ରେ ଲେଖିବା ଛଡ଼ା ଆଉ କୌଣସି ବିକଳ୍ପ ନାହି। ଯୋଜନା ଉପରେ ଯୋଜନା କରୁଛନ୍ତି ସତ, ହେଲେ ଯୋଜନା ଯାଉଛି କୁଆଡେ। ଯାହାର ମୁଣ୍ଡ ଗୁଞ୍ଜି ବାକୁ ସ୍ଥାନ ନାହି କି ଏଭଳି ପରିବାର ପ୍ରତି କେବେ ଦୃଷ୍ଟି ଦେବେ। ପେଟ କୁ ମୁଠାଏ ଦାନା ଯୋଗାଇବାକୁ ଅନ୍ୟ ରାଜ୍ୟ ରେ କୁଲି କାମ କରୁଛନ୍ତି। ଘର ନିର୍ମାଣ କଥା କେତେ ବେଳେ ଚିନ୍ତା କରିବେ। ଆବାସ ଯୋଜନାରେ ଘର ପାଇଁ ବହୁ ବାର ଗୁହାରୀ କରିଛନ୍ତି।ହେଲେ ସରକାରୀ ବାବୁ ସାମିଲ କରିବାକୁ ପ୍ରତିଶ୍ରୁତି ଦେବାରେ ଅବହେଳା ନାହି। କାର୍ଯ୍ୟ କାରୀ କରିବାରେ ଅବହେଳା କରନ୍ତି, ଏଭଳି ପରିବାର ଙ୍କୁ ଆବାସ ଯୋଜନା ରେ ସାମିଲ ନ କରି ଯାହାର ଘର ଅଛି ତାଙ୍କୁ ପୁଣି ଆଉ ଘର ଦିଆ ଯାଉଛି । ସରକାରୀ ଯୋଜନା କହିଲେ ମାସିକ ୧୦କିଲୋ ଚାଉଳ କୁ ଛାଡିଦେଲେ ଅନ୍ୟ କୌଣସି ଯୋଜନା ରେ ଏମାନଙ୍କୁ ସାମିଲ କରା ଯାଇ ପାରୁନାହିଁ।ଏ ବିଷୟ ନେଇ ନନ୍ଦାହାଣ୍ଡି ଜୋନ, ୧ଜିଲ୍ଲା ପରିଷଦ ସଭ୍ୟ ଦିବ୍ୟାଦାନ ସୁନା ଙ୍କୁ ପଚାରୀ ବାରୁ ତୁରନ୍ତ ତାଙ୍କ ନାମ ଆବାସ ଯୋଜନାରେ ସାମିଲ କରିବାକୁ ନନ୍ଦାହାଣ୍ଡି ଗୋଷ୍ଟି ଉନ୍ନୟନ ଅଧିକାରୀ ଙ୍କୁ କହିବେ ବୋଲି କହିଛନ୍ତି।ଏବେ ଦେଖିବାର ବାକି ରହିଲା ଏହି ପରିବାରକୁ କେବେ ଆବାସ ଯୋଜନା ରେ ଘର ମିଳୁଛି। ଜିଲ୍ଲା ପରିଷଦ ସଭ୍ୟ କେତେ କାର୍ଯ୍ୟକାରୀ କରୁଛନ୍ତି ତାହା ଆଗାମୀ ଦିନ ରେ ଜଣା ପଡିବ ବୋଲି ଗ୍ରାମ ବାସି ପ୍ରତିକ୍ରିୟା ରେ ପ୍ରକାଶ କରିଛନ୍ତି।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିୟୁଜ୍

Related posts

ସୁରେନ୍ଦ୍ର ନାଥ ଖୁଣ୍ଟିଆଙ୍କ ବିୟୋଗରେ ୟୁନିଅନ ଫର କଟକ ସଦର ଡେଭେଲପମେଣ୍ଟର ପକ୍ଷରୁ ଶୋକ

masiha

ଆମ ପରିବାରର ପ୍ରଥମ ବଂଧୁ ମିଳନ 

masiha

ସମଗ୍ର ଶିକ୍ଷା ପକ୍ଷରୁ ସାମାଜିକ ଲିଙ୍ଗଭିତ୍ତିକ ସମତା ଓ ପାଠ୍ୟକ୍ରମ ସଂଯୋଗୀକରଣ ତାଲିମ୍ ଉଦଯାପିତ

masiha

Leave a Comment

error: Content is protected !!