ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୋଟେନ ଗାଁ ରେ କୋଟେନ ବୁଡି ଙ୍କ ଦଶହରା ଓ ଝିଅ ମାନଙ୍କ ଜହ୍ନି ଓଷା ପର୍ବ ପାଳିତ

କୋଟେନ ଗାଁ ରେ କୋଟେନ ବୁଡି ଙ୍କ ଦଶହରା ଓ ଝିଅ ମାନଙ୍କ ଜହ୍ନି ଓଷା ପର୍ବ ପାଳିତ

ଚିଲିଗୁଡା ( ମ ନି ସ) ଜୁନାଗଡ଼ ବ୍ଲକ ଅନ୍ତର୍ଗତ ବଣି ଜରା ଗ୍ରାମ ପଞ୍ଚାୟତ ର କୋଟେନ ଗ୍ରାମରେ କୋଟେନ ବୁଡି ଙ୍କ ଦଶହରା ପର୍ବ ଓ ଝିଅ ମାନଙ୍କ ଜହ୍ନି ଓଷା ପର୍ବ ସୋମବାର ଦିନ ମହା ସମାରୋହରେ ପାଳିତ ହୋଇ ଯାଇଛି ।ଏହି ଅବସରରେ ଗ୍ରାମବାସୀଙ୍କ ସାହାଯ୍ୟରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । କଏଟ ପଦର ଗ୍ରାମର କାଳ୍ପନିକ ନାଟକ ଖରାପ ଝିଅର ଗପ ବା ଅଧେ ତୋର ଅଧେ ମୋର ନାଟକ ମଞ୍ଚସ୍ତ ହୋଇଥିଲା ।ଏହି ନାଟକଟିକୁ ବଣି ଜରା ପଞ୍ଚାୟତର ସରପଞ୍ଚ ପ୍ରତିନିଧି ରାମ ଚନ୍ଦ୍ର ଲହଜଳ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନାଟକଟିକୁ ଉଦଘାଟନ କରିଥିଲେ ।ଏଥିରେ ମୁଖ୍ୟ ଵକ୍ତା ଭାବେ ବରିଷ୍ଠ ଶିକ୍ଷାବିତ ବାଲ୍ମୀକି ନ।ଏକ ,ସାମ୍ବାଦିକ ସୁନ୍ଦର ମୋହନ ଛତ୍ରିଆ ଯୋଗଦାନ କରି ଥିଲେ ।କାର୍ଯ୍ୟକ୍ରମ ରେ ଜହ୍ନି ଓଷା କମିଟିର ସୁରୁ ବୁଇ ନ।ଏକ ,ଟୁନି ନ।ଏକ ,ମନୀଷ। ନ।ଏକ ,ମିତା ନ।ଏକ ,ଭୂମିସୁତା ନ।ଏକ ,ସୁନନ୍ଦିତା ଛତ୍ରିଆ ,ସୁନିତା ବାଗ ,ରଚିତା ଭାଟି ,ଉଆଁସୀ ପ୍ରଧାନ ,ସିଂଧ। ମଶ୍ରା ଏବଂ ଝିଲି ମଶ୍ରା ମୁଖ୍ୟ ଦାୟିତ୍ୱ ଗ୍ରହଣ କରିଥିଲେ । କାର୍ଯ୍ୟକ୍ରମ ରେ ଉମା କାନ୍ତ ନ।ଏକ ମଞ୍ଚ ପରିଚାଳନା କରିଥିବା ବେଳେ ଆୟୋଜକ କମିଟିର କଣ୍ଠେଶ୍ୱର ପୁଝାରି ,ବିକ୍ରମ ନ।ଏକ ,ଉଗ୍ରେସନ ନ।ଏକ ,ପଣ୍ଡିତ ବିହାର ,ପ୍ରଶାନ୍ତ ଭାଟି ,ଭାରତ ନ।ଏକ ,ଖଗେଶ୍ୱର ମଶ୍ରା ,ପ୍ରଭାକର ରାଉତ ,ଭକ୍ତରା ମ ବିହାର ,ଜଗବନ୍ଧୁ ଛ ତ୍ରିଆ ,ସୁରେନ୍ଦ୍ର ଭାଟି ,ନବ କାନ୍ତ ନ।ଏକ ଏବଂ ଭାଗିରଥି ନ।ଏକ ପ୍ରମୁଖ ସହଯୋଗ କରିଥିଲେ ।କାର୍ଯ୍ୟକ୍ରମ ରେ ଶହ ଶହ ଜନସାଧାରଣ ଉପସ୍ଥିତ ରହି ନାଟକଟିକୁ ଉପଭୋଗ କରିଥିଲେ ।

ସୁନ୍ଦର ମୋହନ ଛତ୍ରିଆ ଙ୍କ ରିପୋର୍ଟ୍ 

Related posts

ଧାମରା ସଂଘ ର ବର୍ଷା ସାହିତ୍ୟ ଆସର 

masiha

ନୂତନ ବିଡ଼ିଓଙ୍କ ଯୋଗଦାନ

masiha

ପୂର୍ବତନ ବ୍ଲକ ଯୁବ ବିଜେଡି ସଭାପତି ଙ୍କ ବିୟୋଗରେ କ୍ୟାଣ୍ଡଲ ଶୋଭାଯାତ୍ରା

masiha

Leave a Comment

error: Content is protected !!