ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ରୁପ୍ରାରୋଡରେ ହନୁମାନ ଜୟନ୍ତୀ 

ରୁପ୍ରାରୋଡରେ ହନୁମାନ ଜୟନ୍ତୀ 

ରୁପ୍ରାରୋଡ,୧୪|୪(ମ ନି ସ): ନର୍ଲା ବ୍ଲକ ରୁପ୍ରାରୋଡ ଠାରେ ହନୁମାନ ଜୟନ୍ତୀ ଓ ପଣା ସଂକ୍ରାନ୍ତି ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ରାସ୍ତା ଉପରେ ଥିବା ହନୁମାନ ମୂର୍ତ୍ତି ଠାରେ ସ୍ବତନ୍ତ୍ର ପୂଜାର୍ଚ୍ଚନା ଓ ହୋମଯଜ୍ଞ କରାଯାଇ ପଣା ଅର୍ପଣ କରାଯାଇଥିଲା। ଦିପକ ମହାନ୍ତି ଓ ଦିପ୍ତି ମହାନ୍ତି କର୍ତ୍ତା ଥିବାବେଳେ ଗୋପାଳ ତ୍ରିପାଠୀ ପୂଜକ ଦାଇତ୍ୱ ସଂପାଦନ କରିଥିଲେ। ଶହ ଶହ ଭକ୍ତ ହନୁମାନଙ୍କ ଦର୍ଶନ କରିବା ସହ ସ୍ବାଦିଷ୍ଟ ପଣା ସେବନ କରିଥିଲେ। ମନୋଜ ଚଣ୍ଡୀ, ମୁନୁ ବାରିକ, ଛନ୍ଦା ଭୋଇ, ସୁଶିଲ ମହାନ୍ତି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ସେହିପରି ଭାବେ ନର୍ଲା ବ୍ଲକର ବିଭିନ୍ନ ମଠ ମନ୍ଦିରରେ ମହାବିଷୁବ ସଂକ୍ରାନ୍ତି ପାଳିତ ହୋଇଯାଇଛି।

ଦୀପକ୍ ଠାକୁର୍ ଙ୍କ ରିପୋର୍ଟ୍ 

Related posts

ରାଇରଙ୍ଗପୁର ଗୋଶାଳାରେ ୬୬ ତମ ଗୋପାଷ୍ଟମୀ ପୂଜା ଓ ମହୋତ୍ସବ ଧୂମଧାମରେ ପାଳିତ 

masiha

ଝରୀଗାଁ ବାବା ବିଶ୍ୱକର୍ମା ରାଜମିସ୍ତ୍ରୀ ସଂଘ ପକ୍ଷରୁ ବିଶ୍ୱକର୍ମା ପୂଜା ଅନୁଷ୍ଠିତ 

masiha

କାମାକ୍ଷାନଗର ଶ୍ରୀ ଜଗନ୍ନାଥ ମନ୍ଦିରରେ ଭାଗବତ ଜନ୍ମୋତ୍ସବ ପାଳିତ 

masiha

Leave a Comment

error: Content is protected !!