ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜୁନାଗଡ଼ରେ ବ୍ଲକ୍ ସ୍ତରୀୟ “ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ୨୦୨୬-୨୭” (ପ୍ରଥମ ପର୍ଯ୍ୟାୟ) ଅନୁଷ୍ଠିତ

ଜୁନାଗଡ଼ରେ ବ୍ଲକ୍ ସ୍ତରୀୟ “ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ୨୦୨୬-୨୭” (ପ୍ରଥମ ପର୍ଯ୍ୟାୟ) ଅନୁଷ୍ଠିତ

ଜୁନାଗଡ଼୫/୮(ମନୀସ:) ଜୁନାଗଡ଼ ସ୍ଥାନୀୟ ବ୍ଲକ୍ ପରିସରରେ ୨୦୨୬-୨୭ ବର୍ଷର ପ୍ରଥମ ପର୍ଯ୍ୟାୟ “ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର” ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି।ଏହି ଶିବିରରେ ମୁଖ୍ୟ ଅତିଥି ଭାବେ ବ୍ଲକ୍ ଅଧ୍ୟକ୍ଷା ଶ୍ରୀମତୀ ସବିତା ମେହେର ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ଜୁନାଗଡ଼ ବିଡିଓ ଶ୍ରୀ ଦେବାଶିଷ କର, ବ୍ଲକ୍ ଉପାଧ୍ୟକ୍ଷ ଶ୍ରୀ ପ୍ରମୋଦ କୁମାର ବେହେରା ଏବଂ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ (DSSO) ଶ୍ରୀ ଦିନେଶ କୁମାର କହରା ଉପସ୍ଥିତ ରହି ଭିନ୍ନକ୍ଷମମାନଙ୍କ ପାଇଁ ସରକାରଙ୍କ ବିଭିନ୍ନ ଯୋଜନା ଓ ସହାୟତା ସମ୍ପର୍କରେ ଆଲୋକପାତ କରିଥିଲେ।

ଏହି ସାମର୍ଥ୍ୟ ଶିବିରରେ ଭିନ୍ନକ୍ଷମମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଓ ଚିହ୍ନଟ ପ୍ରକ୍ରିୟା ପାଇଁ ଏକ ବିଶେଷଜ୍ଞ ଡାକ୍ତରୀ ଦଳ ଉପସ୍ଥିତ ଥିଲେ। ଏଥିରେ ଡା. ସୁନୀଲ କୁମାର ପାଢ଼ୀ, ଡା. ଚେତୁରାମ ମେହେର, ଡା. ନିବେଦିତା ମହାରାଣା ଏବଂ ଡା. ସନତ ଶତପଥୀ ପ୍ରମୁଖ ଯୋଗଦେଇ ଭିନ୍ନକ୍ଷମମାନଙ୍କର ଶାରୀରିକ ସମସ୍ୟାର ଯାଞ୍ଚ କରିବା ସହ ଆବଶ୍ୟକୀୟ ଡାକ୍ତରୀ ପରାମର୍ଶ ଓ ପ୍ରମାଣପତ୍ର ପ୍ରଦାନ କରିଥିଲେ।

ପଞ୍ଜୀକରଣ ଓ ସହାୟକ ଉପକରଣ ବଣ୍ଟନ ବିବରଣୀ:

ଶିବିରରେ ମୋଟ ୨୩୧ ଜଣ ଭିନ୍ନକ୍ଷମ ହିତାଧିକାରୀ ନିଜର ନାମ ପଞ୍ଜୀକରଣ କରିଥିଲେ। ସେମାନଙ୍କ ମଧ୍ୟରୁ ଯୋଗ୍ୟ ହିତାଧିକାରୀଙ୍କୁ ବିଭିନ୍ନ ସହାୟକ ସାମଗ୍ରୀ ବଣ୍ଟନ ଓ ସୁପାରିଶ କରାଯାଇଥିଲା:

ଟ୍ରାଇସାଇକେଲ: ୪ ଟି
ହୁଇଲ ଚେୟାର: ୧ ଟି
ଆବଭ୍ ନି ପ୍ରୋସଥେସିସ୍ (Above Knee Prosthesis): ୧ ଜଣ
କେ.ଏଫ୍.ଓ. (KAFO): ୬ ଜଣ
ଏ.ଏଫ୍.ଓ. (AFO): ୪ ଜଣ
ଏଲ୍.ଏସ୍. ବେଲ୍ଟ (LS Belt): ୫ ଜଣ
ନି ଓର୍ଥୋସିସ୍ (Knee Orthosis): ୭ ଜଣ
ସି.ଟି.ଇ.ଭି. ଜୋତା (CTEV Shoe): ୨ ଜଣ

ସ୍ଥାନୀୟ ପ୍ରଶାସନ ଓ ସାମାଜିକ ସୁରକ୍ଷା ବିଭାଗର ମିଳିତ ସହଯୋଗରେ ଆୟୋଜିତ ଏହି ଶିବିରଟି ସଫଳତାର ସହ ସମ୍ପନ୍ନ ହୋଇଥିଲା।।

ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ତ୍ରୟୋଦଶ ବନଜ୍ୟୋତ୍ସ୍ନା ପୁସ୍ତକ ମେଳା ଓ ସାଂସ୍କୃତିକ ଉତ୍ସବ ଉଦଘାଟନ ଉତ୍ସବରେ ବନଜ୍ୟୋସ୍ନା ସମେତ ଅନେକ ପୁସ୍ତକ ଉନ୍ମୋଚିତ 

Sunil Chandra Nayak

ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ଵର୍ଗତ ଡଃ ମନମୋହନ ସିଂହ ଙ୍କ ଶୋକ ଦିବସ ପାଳିତ 

masiha

ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ ତରଫରୁ ନେଚରକ୍ୟାମ

Sunil Chandra Nayak

Leave a Comment

error: Content is protected !!