ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରୋଟାରୀ କ୍ଲବ ଅଫ ରାଉରକେଲା ଷ୍ଟିଲ ସିଟି ପକ୍ଷରୁ ଡିଜିଟାଲ ମାର୍କେଟିଙ୍ଗ ସମ୍ପର୍କିତ ଆଲୋଚନା ଚକ୍ର ଅନୁଷ୍ଠିତ

ରୋଟାରୀ କ୍ଲବ ଅଫ ରାଉରକେଲା ଷ୍ଟିଲ ସିଟି ପକ୍ଷରୁ ଡିଜିଟାଲ ମାର୍କେଟିଙ୍ଗ ସମ୍ପର୍କିତ ଆଲୋଚନା ଚକ୍ର ଅନୁଷ୍ଠିତ

ରାଉରକେଲା: ରୋଟାରୀ କ୍ଲବ ଅଫ ରାଉରକେଲା ଷ୍ଟିଲ ସିଟି ଓ ଟେକୱାଲା କେ 3 ସଲ୍ୟୁସନ ପ୍ରାଇଭେଟ ଲିମିଟେଡ଼ ର ମିଳିତ ଆନୁକୂଲ୍ୟରେ ଡିକୋଡ଼ିଙ୍ଗ ଡିଜିଟାଲ ମାର୍କେଟିଙ୍ଗ ସମ୍ପର୍କିତ ଏକ ଆଲୋଚନାଚକ୍ର ସ୍ଥାନୀୟ ମାକ୍ସମୁଲାର ହଲ ଠାରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ମୁଖ୍ୟ ଅତିଥି ଭାବେ ରୋଟାରୀୟାନ ଏଫ. ସି. ମହାନ୍ତି ମୁଖ୍ୟ ଅତିଥି ଓ ଆରଏସପି ଟାଉନ ସର୍ଭିସ ଓ ସିଏସଆର ବିଭାଗ ସିଜିଏମ ଟି. ଜି. କନେକର, କେ 3 ସଲ୍ୟୁସନର ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ଚାଟାର୍ଜି ପ୍ରମୁଖ ସମ୍ମାନିତ ଅତିଥି ଭାବେ ମଂଚାସୀନ ଥିଲେ l ଅତିଥି ମାନେ ଡିଜିଟାଲ ମିଡ଼ିଆ ର ଆବଶ୍ୟକତା ସମ୍ପର୍କ ରେ ଆଲୋଚନା କରି ସଂସ୍ଥା ର ବ୍ରାଣ୍ଡିଙ୍ଗ, ପ୍ରଡକ୍ଟ ମାର୍କେଟିଙ୍ଗ ଦ୍ୱାରା ବ୍ୟବସାୟ ରେ ସଫଳତା ମିଳିପାରିବ ବୋଲି କହିଥିଲେ l ବିଶେଷ କରି ଏହି ଡି. କୋଡ଼ିଙ୍ଗ ବ୍ୟବସ୍ଥା ଉଦ୍ୟୋଗୀ ମାନଙ୍କ ପାଇଁ ବେଶ ସହାୟ ହେବ ବୋଲି ମତ ଦେଇଥିଲେ l ଏଥିରେ କ୍ଲବ ର ସଭାପତି ରୋଟାରୀଆନ ବୀଣାପାଣି ରଥ ଅଧ୍ୟକ୍ଷତା କରିଥିଲେ l ରୋଟାରୀୟାନ ରାହୁଲ ପୁତୁଲ ସଭା ସଂଚାଳନ କରିଥିଲେ l ଉପଦେଷ୍ଟା ରୋଟାରୀୟାନ ଅଞ୍ଜନା ମୈତ୍ର ଅନ୍ୟତମ ଅତିଥି ଭାବେ ଯୋଗ ଦେଇଥିଲେ l ବୈଷୟିକ ପର୍ଯ୍ୟାୟ ରେ କେ 3 ସଲ୍ୟୁସନର ନିର୍ଦ୍ଦେଶିକା ବ୍ରିନ୍ଦା ଦାସ ଓ ଅନ୍ୟତମ ନିର୍ଦ୍ଦେଶକ କିଶୋର ନାଗ ଆଲୋଚ୍ୟ ବିଷୟ ଉପରେ ବିଷଦ ଭାବେ ଆଲୋଚନା କରି ଏହାର ବ୍ୟବହାର, ଚାହିଦା, ସୁଯୋଗ ପ୍ରଭୃତି ଦିଗ ସମ୍ପର୍କ ରେ ସଚେତନ କରାଇଥିଲେ l ଯୁବ ପିଢ଼ି ଏହାକୁ ବୃତ୍ତି ଭାବେ ମଧ୍ୟ ଗ୍ରହଣ କରିପାରିବେ ବୋଲି କହିଥିଲେ l ଅନ୍ୟମାନଙ୍କ ମଧ୍ୟରେ ରୋଟାରୀୟାନ ଡ଼ଃ ସରିତା ମଲ୍ଲ, ବିଜୟ ବୈଭବ, ସନ୍ଧ୍ୟାରାଣୀ ବରାଳ,ଟୁନି ଦେବୀ, ରଶ୍ମି ନାୟକ, ନମିତା ଆଚାର୍ଯ୍ୟ, ଆନ୍ନାବେଲ ଡିସୌଜା, ଆଲେକଜାଣ୍ଡାର ଡିସୌଜା, ଦେବଜିତ ବାନେର୍ଜୀ,ସୁରଜ ନାୟକ, ଆଶିଷ ନାୟକ ,ୟଶ ମିଶ୍ର, k3 ସଲ୍ୟୁସନ ର ଡୋୟେଲ ଭଟ୍ଟାଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ l ଶେଷରେ ଅଞ୍ଜନା ମୈତ୍ର ଧନ୍ୟବାଦ ଅର୍ପଣ କରିଥିଲେ l 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ବନ୍ଧୁଗାଁ ପଞ୍ଚାୟତ ତରଫରୁ ଧୁମଧାମରେ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ମୋର ମାଟି ମୋ ଦେଶ କାର୍ଯ୍ୟକ୍ରମରେ ବୃକ୍ଷ ରୋପଣ

masiha

ଫାତୁ ମେମୋରିଆଲ ଏକାଡେମୀ ଉଚ୍ଚବିଦ୍ୟାଳୟରେ ଗୁରୁ ଦିବସ ପାଳିତ

Sunil Chandra Nayak

କାମାକ୍ଷାନଗର ମେଡିକାଲରେ ସମୀକ୍ଷା କଲେ ମନ୍ତ୍ରୀ 

Sunil Chandra Nayak

Leave a Comment

error: Content is protected !!