ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସମସ୍ୟାରେ ଚିଲିଗୁଡ଼ା ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ,କର୍ମଚାରୀ ଅଭାବ ,ମା ଗୃହ ଅଛି ହେଲେ ହଉନି ଗର୍ଭବତୀ ମହିଳାଙ୍କ ପ୍ରସୂତି 

ସମସ୍ୟାରେ ଚିଲିଗୁଡ଼ା ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ,କର୍ମଚାରୀ ଅଭାବ ,ମା ଗୃହ ଅଛି ହେଲେ ହଉନି ଗର୍ଭବତୀ ମହିଳାଙ୍କ ପ୍ରସୂତି 

ଜୁନାଗଡ଼ ୩/୯ ( ମନୀସ ) କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଚିଲିଗୁଡ଼ା ଗ୍ରାମରେ ଥିବା ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ଏବେ ଘୋର ସମସ୍ୟା ଦେଇ ଗତି କରୁଥିବା ଦେଖିବାକୁ ମିଳିଛି ।ପ୍ରକାଶ ଥାଉକି ଏହି ସ୍ୱାସ୍ଥ୍ୟ କେନ୍ଦ୍ର ୧୯୬୨ ମସିହାରେ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଭାବରେ ଅଞ୍ଚଳ ବାସୀଙ୍କ ସୁବିଧା ପାଇଁ ଚିଲିଗୁଡ଼ା ଠାରେ ଗଢି ଉଠିଥିଲା । ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରର ମାନ୍ୟତା ମିଳିଲା କିନ୍ତୁ ସମସ୍ୟା ଦୂର ହେଲାନାହିଁ ।ଏହି ସ୍ୱାସ୍ଥ୍ୟ କେନ୍ଦ୍ରରେ ଅନେକ ପଞ୍ଚାୟତର ଜନସାଧାରଣ ନିର୍ଭର କରିଥାନ୍ତି ।ମାତ୍ର ସ୍ୱାସ୍ଥ୍ୟ ସେବା ଲୋକେ ଠିକ ଭାବରେ ପାଇ ପାରୁ ନାହାନ୍ତି । ବର୍ତ୍ତମାନ ଏହି ସ୍ୱାସ୍ଥ୍ୟ କେନ୍ଦ୍ରରେ ତିନି ଜଣ ଏ ମ ବି ବି ଏ ସ ଡାକ୍ତର ଏବଂ ଜଣେ ଦାନ୍ତ ଡାକ୍ତର ଅଛନ୍ତି । ପୂର୍ବରୁ ଆୟୁଷ ଡାକ୍ତର ,ହୋମିଓପ୍ୟାଥିକ ଡାକ୍ତର ,ଆଖି ଡାକ୍ତର ଏହି ସ୍ୱାସ୍ଥ୍ୟ କେନ୍ଦ୍ରରେ ରହିଥିଲେ ।ତାହା ମଧ୍ୟ ଏବେ ଖାଲି ପଡ଼ିଛି ।ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ହିସାବରେ ଯେତେ କର୍ମଚାରୀ ଦରକାର ସେତେ କର୍ମଚାରୀ ନାହାନ୍ତି ।ବିଶେଷ କରି ଜଣେ ବି ପ୍ରସୂତି ଡାକ୍ତର ନାହିଁ । ଯାହା ଫଳରେ ଏହି କେନ୍ଦ୍ରରେ ପ୍ରସୂତି ହୋଇ ପାରୁ ନାହିଁ ।ଆଗରୁ ଏହି ସ୍ୱାସ୍ଥ୍ୟ କେନ୍ଦ୍ରରେ ମାସକୁ ୧୫ ରୁ ଅଧିକା ଗର୍ଭବତୀ ମହିଳାମାନଙ୍କ ପ୍ରସୂତି କରାଯାଉ ଥିଲା ବର୍ତ୍ତମାନ ଦୀର୍ଘ ମାସ ହେଲା ଏହି ସ୍ୱାସ୍ଥ୍ୟ କେନ୍ଦ୍ରର ମହିଳା ସ୍ୱାସ୍ଥ୍ୟ ପରିଦର୍ଶିକ। ଙ୍କ ଅବସର ପରେ ଗର୍ଭବତୀ ମହିଳାମାନଙ୍କ ପ୍ରସୂତି ବନ୍ଦ ରହିଛି । ରୋଗୀ ମାନଙ୍କ ବେଡ଼ ସଂଖ୍ୟା ମଧ୍ୟ ଆଗରୁ ଯେତେ ଥିଲା ଏବେ ବି ସେତେ ରହିଛି । କେବଳ କାଗଜ କଲମରେ ହି ସୀମିତ ରହି ଯାଇଛି । ପ୍ରକାଶ ଥାଉକି ଗର୍ଭବତୀ ମହିଳାଙ୍କ ସୁବିଧା ପାଇଁ ଏହି ସ୍ୱାସ୍ଥ୍ୟ କେନ୍ଦ୍ରରେ ମା ଗୃହ ରହିଛି ।ଯାହାକି ଏହି କେନ୍ଦ୍ରରେ ଗର୍ଭବତୀ ମହିଳାମାନଙ୍କ ଯତ୍ନ ଏବଂ ସୁରକ୍ଷା ପାଇଁ ବ୍ୟବସ୍ଥା କରାଯାଇଛି ।ଏହି କେନ୍ଦ୍ରରେ ଗର୍ଭବତୀ ମହିଳାମାନେ ରହି ପ୍ରସବ ସମୟରେ ଏହି ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରସୂତି କରିବାର ନିୟମ ରହିଛି । ମାତ୍ର ଏହି ସ୍ୱାସ୍ଥ୍ୟ କେନ୍ଦ୍ରରେ ଦୁଇ ଜଣ ଷ୍ଟାଫ ନର୍ସ ରହିଛନ୍ତି ।ସେହି ଦୁଇ ଜଣଙ୍କ ମଧ୍ୟରୁ ଜଣଙ୍କୁ ୧୮ ମାସ ପାଇଁ ଟ୍ରେନି କୁ ପଠା ଯାଇଛି । ଜଣେ ଷ୍ଟାଫ ନର୍ସ କରିବ କଣ ।ଯେଉଁଠି ପ୍ରସୂତି ଡାକ୍ତର ନାହିଁ ସେଠି ଜଣେ ନୂତନ ଭାବରେ ଯୋଗଦାନ କରି ଥିବା ଷ୍ଟାଫ ନର୍ସ କେମିତି ସାହସ କରିବ । ମା ଗୃହରେ ସଦା ସର୍ବଦା ଗର୍ଭବତୀ ମହିଳା ମାନେ ଆସିକି ରହୁଥିବା ଦେଖିବାକୁ ମିଳିଛି । ମା ଗୃହ ଅଛି ଗର୍ଭବତୀ ମହିଳାମାନଙ୍କୁ ସମସ୍ତ ସୁବିଧା ମିଳୁଛି । ହେଲେ ପ୍ରସୂତି ହୋଇ ପାରୁ ନାହିଁ । ଏହି ମା ଗୃହକୁ ଅଂଚଳର ଜିଲିଙ୍ଗଦର ,ଦୁନ୍ଦେଲ ମା ଲ ,ବୁଢ଼ୀ ଦର ,ବଣି ଜରା ,ଚିଲିଗୁଡ଼ା ,ଦାସି ଗାଁ ସେକ୍ଟର ର ଗର୍ଭବତୀ ମହିଳାମାନେ ଆସିଥାନ୍ତି ।ହେଲେ ଏହି ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରସୂତି ନ ହେବାରୁ ବାଧ୍ୟ ହୋଇ ଗର୍ଭବତୀ ମହିଳା ମାନେ ଜୁନାଗଡ଼ , ଭବାନୀ ପାଟଣା ଡାକ୍ତର ଖାନାକୁ ଯାଇ ପ୍ରସୂତି ହୋଇଥାନ୍ତି ।ଯାହାକି ସେମାନଙ୍କୁ ଖର୍ଚ୍ଚ।ନ୍ତ ହେବାକୁ ପଡିଥାଏ ।ଏଣୁ ଅଞ୍ଚଳ ବାସୀଙ୍କ ସୁବିଧା ଦୃଷ୍ଟିରୁ ଏହି ସ୍ୱାସ୍ଥ୍ୟ କେନ୍ଦ୍ରରେ ଜଣେ ପ୍ରସୂତି ଡାକ୍ତର ଏବଂ ଜଣେ ସିନିଅର ଷ୍ଟାଫ ନର୍ସ ନିଯୁକ୍ତି ଦେଲେ ପୂର୍ବ ଭଳି ଏହି ସ୍ୱାସ୍ଥ୍ୟ କେନ୍ଦ୍ରରେ ଗର୍ଭବତୀ ମହିଳାମାନଙ୍କ ପ୍ରସୂତି ହୋଇ ପାରନ୍ତା । ସ୍ୱାସ୍ଥ୍ୟ କେନ୍ଦ୍ର ଚକା ଚକ ହୋଇଛି ହେଲେ ଡାକ୍ତର ଅଭାବରୁ ରୋଗୀଙ୍କ ସମସ୍ୟା ଦୂର ହେଉନାହିଁ ।

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ନୂତନ ବର୍ଷ ରେ ଜ଼ିଲ୍ଲା ପ୍ରଶାସନ ପକ୍ଷ ରୁ ମଦୁଆ ଙ୍କୁ ସାବଧାନ

Sunil Chandra Nayak

Waltair Division Holds Divisional Committee Meeting of Hon’ble MPs at Visakhapatnam

Sunil Chandra Nayak

ଛାତରୁ ପଡ଼ି ଶ୍ରମିକ ମୃତ 

Leave a Comment

error: Content is protected !!