ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ସିପିଆଇ ପକ୍ଷରୁ ମହାନ୍ ଅକ୍ଟୋବର ସମାଜବାଦୀ ବିପ୍ଳବ ଦିବସ ପାଳିତ 

ସିପିଆଇ ପକ୍ଷରୁ ମହାନ୍ ଅକ୍ଟୋବର ସମାଜବାଦୀ ବିପ୍ଳବ ଦିବସ ପାଳିତ 

ରାଉରକେଲା (କୁଞ୍ଜବିହାରୀ ରାଉତ)- ଭାରତୀୟ କମ୍ୟୁନିଷ୍ଟ ପାର୍ଟି ରାଉରକେଲା ଆଞ୍ଚଳିକ କମିଟି ପକ୍ଷରୁ ମହାନ୍ ଅକ୍ଟୋବର ସମାଜବାଦୀ ବିପ୍ଳବ ଦିବସ ସେକ୍ଟର ୫ ସ୍ଥିତ ୟୁନିଅନ କାର୍ଯ୍ୟାଳୟରେ ପାଳିତ ହୋଇଯାଇଛି। ଏହି ଅବସରରେ ସିପିଆଇ ରାଉରକେଲା ଆଞ୍ଚଳିକ କମିଟି ସମ୍ପାଦକ ସଦାନନ୍ଦ ସାହୁ ପ୍ରାରମ୍ଭରେ ଅତିଥି ପରିଚୟ ପ୍ରଦାନ କରିବା ସହ ଐତିହାସିକ ଅକ୍ଟୋବର ବିପ୍ଳବ ଦିବସ ପାଳନ ସମ୍ପର୍କରେ ଅବଗତ କରାଇ ଥିଲେ। ସିପିଆଇ ରାଜ୍ୟ କାର୍ଯ୍ୟକାରୀ କମିଟି ସଭ୍ୟ ସାଥୀ ମହେଶ୍ୱର ରାଉତ ଓ ସିପିଆଇ ଜିଲ୍ଲା ସମ୍ପାଦକ ସାଥୀ ପ୍ରଦୋଷ କୁମାର ମହାନ୍ତି ପ୍ରମୁଖ ଅତିଥି ଓ ବକ୍ତାଭାବେ ଯୋଗଦେଇ ସୋଭିଏତ ଋଷିଆ ରେ ଅକ୍ଟୋବର ମାସରେ ସଂଘଥିତ ଐତିହାସିକ ବିପ୍ଳବ ସମଗ୍ର ଶ୍ରମିକ, କୃଷକ ଓ ବିଶ୍ୱରେ ମେହେନତୀ ମଣିଷର ଜୀବନ ଶୈଳୀକୁ ପରିବର୍ତ୍ତନ କରିଥିଲା , ୧୦୭ ବର୍ଷ ପରେ ମଧ୍ୟ ଆଜି ତାର ପ୍ରସଂଗିକତ। ଅଛି ବୋଲି କହିଥିଲେ। ଯେ ପର୍ଯ୍ୟନ୍ତ ସମାଜରେ ଶୋଷଣ ଓ ପୁଞ୍ଜିବାଦୀ ବ୍ୟବସ୍ଥା ରହିବ ସେ ପର୍ଯ୍ୟନ୍ତ ସମାଜବାଦୀ ଚିନ୍ତାଧାରା ଏ ପୃଥିବୀ ପୃଷ୍ଟରେ ରହିବ । ଆଜି ଶ୍ରମିକ କୃଷକ ଏକ ହୋଇ ପୁଞ୍ଜିବାଦୀ ବ୍ୟବସ୍ଥା ବିରୁଦ୍ଧରେ ଲଢେଇ ଜାରି ରଖିବାକୁ ସେମାନେ ଆହ୍ବାନ ଦେଇଥିଲେ। ରମେଶ ଚନ୍ଦ୍ର ସେଠୀଙ୍କ ସଭାପତିତୋରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅନୁପମ ଦତ୍ତ, କୈଳାସ ନାୟକ, ରାଜା ମୁନା ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ। ସମଗ୍ର ବିଶ୍ୱରେ ପୁଞ୍ଜିବାଦୀ ବ୍ୟବସ୍ଥା ବିରୁଦ୍ଧରେ ଲଢେଇ ତୀବ୍ରତର ହୋଇଛି ଏବଂ ଅନେକ ଦେଶରେ ସମାଜବାଦୀ ବ୍ୟବସ୍ଥା ପ୍ରତିଷ୍ଠା ହେଲାଣି । ଆଗାମୀ ଦିନରେ ଅକ୍ଟୋବର ସମାଜବାଦୀ ବିପ୍ଳବ ଦିବସ ସମ୍ପର୍କରେ ଅବଗତ କରାଇବା ପାଇଁ ଜିଲ୍ଲା ବ୍ୟାପି କାର୍ଯ୍ୟକ୍ରମ ଅନୁଷ୍ଠିତ କରାଇବାକୁ ନିଷ୍ପତି ନିଆଯାଇଛି ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଧାନ କିଣାରେ ବ୍ୟାପକ ଅନିୟମିତତା ନେଇ ରାଜରାସ୍ତାକୁ ଓହ୍ଲାଇଲା ବିଜେପି କୃଷକ ମୋର୍ଚ୍ଚା 

masiha

ଅଟଳ ବିହାରୀ ବାଜପେୟୀଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ 

masiha

ୟଙ୍ଗ ଇଣ୍ଡିଆକେ ବୋଲ ର କାର୍ଯ୍ୟକ୍ରମ ବିବରଣୀ

Sunil Chandra Nayak

Leave a Comment

error: Content is protected !!