ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାୟଗଡ଼ା ଜିଲ୍ଲାରେ “ଆସ ଖେଳିବା ଆସ ଶିଖିବା” କାର୍ଯ୍ୟକ୍ରମର ଶୁଭାରମ୍ଭ

ରାୟଗଡ଼ା ଜିଲ୍ଲାରେ “ଆସ ଖେଳିବା ଆସ ଶିଖିବା” କାର୍ଯ୍ୟକ୍ରମର ଶୁଭାରମ୍ଭ

ରାୟଗଡ଼ା, ୫ ଅଗଷ୍ଟ ୨୦୨୬: ରାୟଗଡ଼ା ଜିଲ୍ଲାର ଶିଶୁମାନଙ୍କ ସାମଗ୍ରିକ ବିକାଶ ଏବଂ ପ୍ରାରମ୍ଭିକ ଶୈଶବ ଶିକ୍ଷାକୁ ଅଧିକ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଆଜି ଜିଲ୍ଲା କଲେକ୍ଟରେଟ୍ ସମ୍ମିଳନୀ କକ୍ଷରେ “ଆସ ଖେଳିବା ଆସ ଶିଖିବା” କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି।

ଏହି କାର୍ଯ୍ୟକ୍ରମରେ ଶ୍ରୀ ଅଶୁତୋଷ କୁଲକର୍ଣ୍ଣୀ, ଆଇଏଏସ୍, ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ୍, ରାୟଗଡ଼ା ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ତାଙ୍କ ସହ ଶ୍ରୀମତୀ ମିନତୀ ଦେଓ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ (DSWO), ଶ୍ରୀମତୀ ପ୍ରତିମା ଦାଶ, ପ୍ରୋଗ୍ରାମ ଅଫିସର, ଶ୍ରୀମତୀ ଅହଲ୍ୟା ସୁନା, ପ୍ରୋଗ୍ରାମ ଅଫିସର, ଜିଲ୍ଲାର ସମସ୍ତ ୯ ଜଣ ସିଡିପିଓ, ଶ୍ରୀମତୀ ମଧୁଲତା ଦଣ୍ଡସେନା (ପୋଷଣ ଡିସି), ଶ୍ରୀ ଅପୂର୍ବ ନାଥ (ପୋଷଣ ଡିପିଏ), ୩୫ ଜଣ ସୁପରଭାଇଜର ଏବଂ ୧୦ ଜଣ ପୋଷଣ ବ୍ଲକ କୋଓର୍ଡିନେଟର ଉପସ୍ଥିତ ଥିଲେ।କାର୍ଯ୍ୟକ୍ରମରେ “ଆସ ଖେଳିବା ଆସ ଶିଖିବା” ପଦକ୍ଷେପର ଲକ୍ଷ୍ୟ, ଉଦ୍ଦେଶ୍ୟ ଓ କାର୍ଯ୍ୟପଦ୍ଧତି ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା। ଖେଳ ମାଧ୍ୟମରେ ଶିକ୍ଷା (Play-based Learning), ଶିଶୁଙ୍କ ବୟସ ଉପଯୁକ୍ତ ବିକାଶ, ଭାଷା ଓ ଜ୍ଞାନଗତ କୌଶଳର ବିକାଶ ସହିତ ଅଭିଭାବକଙ୍କ ସକ୍ରିୟ ଅଂଶଗ୍ରହଣର ଗୁରୁତ୍ୱ ଉପରେ ବିଶେଷ ଆଲୋକପାତ କରାଯାଇଥିଲା।

ଜିଲ୍ଲାପାଳ ତାଙ୍କ ଅଭିଭାଷଣରେ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକରେ ଗୁଣାତ୍ମକ ପ୍ରାରମ୍ଭିକ ଶୈଶବ ଶିକ୍ଷାର ଗୁରୁତ୍ୱ ଉଲ୍ଲେଖ କରି ଶିଶୁମାନଙ୍କ ସାମଗ୍ରିକ ବିକାଶ ପାଇଁ ଖେଳ ଆଧାରିତ ଶିକ୍ଷା ପ୍ରଣାଳୀକୁ ଅଧିକ ସୁଦୃଢ଼ ଭାବେ କାର୍ଯ୍ୟକାରୀ କରିବାକୁ ସମସ୍ତ କ୍ଷେତ୍ର କର୍ମଚାରୀଙ୍କୁ ଆହ୍ୱାନ କରିଥିଲେ।

ଜିଲ୍ଲା ପ୍ରଶାସନ, ମହିଳା ଓ ଶିଶୁ ବିକାଶ ବିଭାଗ ଏବଂ ଆଇସିଡିଏସ୍‌ର ସମସ୍ତ ଅଧିକାରୀ ଓ କ୍ଷେତ୍ରସ୍ତରୀୟ କର୍ମଚାରୀଙ୍କ ସକ୍ରିୟ ସହଯୋଗ ଏବଂ ଅଂଶଗ୍ରହଣ ଏହି କାର୍ଯ୍ୟକ୍ରମର ସଫଳ ଆୟୋଜନକୁ ସୁନିଶ୍ଚିତ କରିଥିଲା। ଏହି ପଦକ୍ଷେପ ମାଧ୍ୟମରେ ରାୟଗଡ଼ା ଜିଲ୍ଲାରେ ଗୁଣାତ୍ମକ ପ୍ରାରମ୍ଭିକ ଶୈଶବ ଯତ୍ନ ଓ ଶିକ୍ଷାକୁ ଆହୁରି ସୁଦୃଢ଼ କରିବା ଦିଗରେ ଏକ ନୂତନ ମାଇଲଖୁଣ୍।

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଜାତୀୟ ଶିଶୁ କନ୍ୟା ସନ୍ତାନ ସପ୍ତାହ ପାଳନ

masiha

୫ଟି ହାଇସ୍କୁଲ ରୂପାନ୍ତରିତ କାର୍ଯ୍ୟ ତଦାରଖ କଲେ ବିଧାୟକ ଓ ବ୍ଲକ ଉପାଧ୍ୟକ୍ଷ

Sunil Chandra Nayak

ରାଇଘର ବ୍ଲକରେ ନିମ୍ନମାନର ଛତୁଆ ବଣ୍ଟନ କୁ ମହିଳା ସଂଗଠନ ର ବିରୋଧ:କୋମଳମତି ଶିଶୁଙ୍କ ଜୀବନ ସହ ଖେଳ,

masiha

Leave a Comment

error: Content is protected !!