ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜଳେଶ୍ଵର ଷ୍ଟେସନରେ ରେଳ ମନ୍ତ୍ରୀଙ୍କ ଦ୍ବାରା ସାଢ଼େ ୪ ବର୍ଷ ପୂର୍ବେ ଦିଆ ଯାଇଥିବା ଭିତ୍ତି ପ୍ରସ୍ତର କାର୍ଯ୍ୟ ଗଲା କୁଆଡେ ?

ଜଳେଶ୍ଵର ଷ୍ଟେସନରେ ରେଳ ମନ୍ତ୍ରୀଙ୍କ ଦ୍ବାରା ସାଢ଼େ ୪ ବର୍ଷ ପୂର୍ବେ ଦିଆ ଯାଇଥିବା ଭିତ୍ତି ପ୍ରସ୍ତର କାର୍ଯ୍ୟ ଗଲା କୁଆଡେ ?

ରେଳ ଯାତ୍ରୀ ମାନଙ୍କ ସ୍ବାର୍ଥକୁ ଉପେକ୍ଷା କରାଯାଇ ନିର୍ଦ୍ଧାରିତ ପ୍ରକଳ୍ପର ନକ୍ସା ଓ ସ୍ଥାନ ପରିବର୍ତ୍ତନ 

ଜଳେଶ୍ଵର,୨୧/୭(ମନିସ)-ଦକ୍ଷିଣ ପୂର୍ବ ରେଳପଥର ଓଡ଼ିଶାର ପ୍ରବେଶ ଦ୍ୱାର ଷ୍ଟେସନ ରୂପେ ଜଳେଶ୍ୱରକୁ ବୁଝାଏ।ବାଲେଶ୍ୱର ଜିଲ୍ଲାର ଦ୍ୱିତୀୟ ବୃହତ୍ତମ ଷ୍ଟେସନ ପ୍ରତି ଏବେ ରେଳ କର୍ତ୍ତୃପକ୍ଷଙ୍କ ଅବହେଳା ଦିନକୁ ଦିନ ସ୍ପଷ୍ଟ ବାରି ହେଉଛି।ବାଲେଶ୍ୱର ଜିଲ୍ଲାର ପୂର୍ବତନ ଜିଲ୍ଲାପାଳ ତଥା ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଦ୍ୱାରା ଗତ ୭/୧/୨୨ ତାରିଖରେ ଅପ୍ ଲାଇନ୍ ପାର୍ଶ୍ୱରେ ଏକ ନୂତନ ଷ୍ଟେସନ ବିଲ୍ଡିଙ୍ଗ ନିର୍ମାଣ ପାଇଁ ଶ୍ରୀ ବୈଷ୍ଣବ ସେଦିନ ସନ୍ଧ୍ୟା ୬ ଘଟିକା ସମୟରେ ଜଳେଶ୍ୱରରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା।ପରେ ସେଠାରେ ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ,ଦକ୍ଷିଣ ପୂର୍ବ ରେଳବାଇର ଜି.ଏମ୍ ଅର୍ଚ୍ଚନା ଯୋଶୀ ଓ ଖଡଗପୁର ଡିଭିଜନର ଡି.ଆର.ଏମ୍ ମନୋରଞ୍ଜନ ପ୍ରଧାନ ଓ ଅନ୍ୟ ଲୋକ ପ୍ରତିନିଧି ମାନଙ୍କ ଉପସ୍ଥିତିରେଏସ. ଇ.ଆର/କନ/ଅର୍ଗାନାଇଜେସନ୍/ଏଚ.କ୍ୟୁ/ଟେଣ୍ଡର/୪୧୩୪/୭୧୦୫ ତାରିଖ ୨୧/୧୧/୨୦୧୯ ଅନୁଯାୟୀ ପ୍ରାୟ ୮ କୋଟି ଟଙ୍କା ମୂଲ୍ୟରେ ଏକ ନୂତନ ବିଲ୍ଡିଙ୍ଗ ନିର୍ମାଣ ପାଇଁ ଭତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ତଦନୁଯାୟୀ ୨ଟି ଲିଫ୍ଟ ନିର୍ମାଣ,ଫୁଟ ଓଭରବ୍ରିଜକୁ ଅପର ପାର୍ଶ୍ୱକୁ ସମ୍ପ୍ରସାରଣ କରିବା, ପ୍ଲାଟ ଫର୍ମ ଗୁଡ଼ିକ ଉଚ୍ଚତା କରିବା ସହିତ ସମ୍ପ୍ରସାରଣ କରିବା ଓ ସି.ସି.ଟି.ଭି କ୍ୟାମେରା ବ୍ୟବସ୍ଥା ସହିତ ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ପାର୍ସେଲ ଅଫିସ, କ୍ଲୋକ ରୁମ୍,ଷ୍ଟୋର,ପେ ଏଣ୍ଡ ୟୁଜ ଟଏଲେଟ୍,ପ୍ୟାନେଲ ରୁମ୍ ପ୍ରଭୁତି କରାଯିବା ପାଇଁ ବ୍ୟବସ୍ଥା କରାଯାଇଛି ବୋଲି ଆୟୋଜିତ ଉତ୍ସବରେ ଘୋଷଣା କରଯାଇଥିଲା। ପରବର୍ତ୍ତୀ ସମୟରେ ରେଳ ବିଭାଗର ଉଚ୍ଚ ଅଧିକାରୀ ମାନେ ଜଳେଶ୍ଵରକୁ ଆସି ସମସ୍ତ କାର୍ଯ୍ୟର ତଦାରଖ କରିଥିଲେ।ମାତ୍ର ଏବେ ଦୀର୍ଘ ୪ ବର୍ଷ ବିତି ଯାଇଥିଲେ ମଧ୍ୟ ଅପ୍ ଲାଇନ୍ ନିକଟରେ ତୃତୀୟ ରେଳ ଲାଇନ୍ ନିର୍ମାଣ କାର୍ଯ୍ୟ ଆଳ ଦେଖାଇ ଉକ୍ତ ନକ୍ସାକୁ ପରିବର୍ତ୍ତନ କରାଯାଇ ନିର୍ଦ୍ଧାରିତ ସ୍ଥାନ ବଦଳରେ ନୂତନ ବିଲ୍ଡିଙ୍ଗ ନିର୍ମାଣ କାର୍ଯ୍ୟକୁ ପୁରୁଣା ଷ୍ଟେସନ ନିକଟରେ ଥିବା ସ୍ୱଳ୍ପ ସ୍ଥାନରେ ଆରମ୍ଭ କରାଯାଇଥିଲା।କେନ୍ଦ୍ର ରେଳ ମନ୍ତ୍ରୀଙ୍କ ଦ୍ବାରା ଶୁଭ ଦିଆ ଯାଇଥିବା ଭିତ୍ତି ପ୍ରସ୍ତର କାର୍ଯ୍ୟକୁ କାହାର ଚକ୍ରାନ୍ତ ବଳରେ ପୁରୁଣା ଷ୍ଟେସନ ନିକଟରେ ଦୀର୍ଘ ୪ ବର୍ଷ ଧରି କରାଯିବା ଘଟଣା ଜଳେଶ୍ଵର ବାସୀଙ୍କୁ ଦୁଃଖିତ ଓ ମର୍ମାହତ କରିଛି।ଯେଉଁ ଲକ୍ଷ୍ୟ ନେଇ ଜଳେଶ୍ଵର ଷ୍ଟେସନର ଅପର ପାର୍ଶ୍ୱରେ ପ୍ରାୟ ୫୦,୦୦୦ ଜନସାଧାରଣଙ୍କୁ ସୁବିଧା ଯୋଗାଇ ଦେବା ପାଇଁ ରେଳ ମନ୍ତ୍ରୀ ଶ୍ରୀ ବୈଷ୍ଣବ ଏହି ପ୍ରକଳ୍ପର ଭିତ୍ତପ୍ରସ୍ତର କରିଥିଲେ ।ମାନ୍ୟବର ମନ୍ତ୍ରୀଙ୍କ ଦ୍ବାରା କରାଯାଇଥିବା ଶିଳାନ୍ୟାସ ଫଳକ ମଧ୍ୟ ଏବେ ଷ୍ଟେସନ ନିକଟରେ ଦେଖା ଯାଉନାହିଁ।ଏହି ଅଭିଯୋଗ ସମ୍ପର୍କରେ ଜଳେଶ୍ୱର ଷ୍ଟେସନ ମ୍ୟାନେଜର ଚନ୍ଦନ କୁମାର ସିଂ ଙ୍କୁ ଯୋଗାଯୋଗ କରିବାରୁ ସେ ଏପରି କୌଣସି ପ୍ରକଳ୍ପ ସମ୍ପର୍କରେ ଜାଣି ନାହାନ୍ତି କିମ୍ବା ତାଙ୍କ କାର୍ଯ୍ୟାଳୟରେ ମଧ୍ୟ କୌଣସି ରେକର୍ଡ ଉପଲବ୍ଧ ନାହିଁ ବୋଲି କହିଥିଲେ। ମାତ୍ର ରେଳ ମନ୍ତ୍ରୀଙ୍କ ଦ୍ବାରା ଦିଆ ଯାଇଥିବା ଭିତ୍ତି ପ୍ରସ୍ତର କାର୍ଯ୍ୟକୁ ଯଦି ଏପରି ଅବହେଳା କରାଯାଏ,ତେବେ ଅନ୍ୟ କାର୍ଯ୍ୟ କିପରି ହେଉଥିବ ତାହା ସହଜରେ ଅନୁମେୟ ବୋଲି ଚର୍ଚ୍ଚା ହେଉଛି।ତେଣୁ ଏହି ଅଭିଯୋଗ ସମ୍ପର୍କରେ ରେଳ ମନ୍ତ୍ରୀ ଓ ବିଭାଗର ଉଚ୍ଚ କର୍ତ୍ତୃପକ୍ଷ ତଦନ୍ତ କରି ଜନସାଧରଣଙ୍କୁ ସବିଶେଷ ତଥ୍ୟ ପ୍ରଦାନ କରିବା ସଙ୍ଗେ ଅପ ଲାଇନ୍ ନିକଟରେ ଏକ ବୁକିଂ କାଉଣ୍ଟର ଓ ଫୁଟ୍ ଓଭରବ୍ରିଜ୍ ସମ୍ପ୍ରସାରଣ କରିବା ପାଇଁ ଜଳେଶ୍ଵର ରେଳ ୟୁଜର୍ସ୍ କମିଟି ସଭାପତି ସୁକୁମାର ରଣା,ଉପ ସଭାପତି ଅମର ନାଥ ଘୋଷାଲ,ସମ୍ପାଦକ ପୂର୍ଣ୍ଣ ଚନ୍ଦ୍ର ପାତ୍ର,ସହ ସମ୍ପାଦକ ବିଷ୍ଣୁପଦ ସେନାପତି, କୋଷାଧ୍ୟକ୍ଷ ଲୋକନାଥ ଧର,ସଭ୍ୟ ଅଶୋକ କୁମାର ମହାନ୍ତି ,ପ୍ରତାପ ଚନ୍ଦ୍ର ନନ୍ଦୀ,ମନ୍ମଥ ରଣା,ସଭ୍ୟା ଆରତୀ ଦାସ ଏବଂ ଜଳେଶ୍ଵର ଡେଭଲେପମେଣ୍ଟ କମିଟି ସଭାପତି ଇ. ରତ୍ନାକର ରାୟଙ୍କ ସମେତ ଅନେକ ବୁଦ୍ଧିଜୀବୀ ଓ ବରିଷ୍ଠ ନାଗରିକ ମାନେ ଦାବୀ କରିଛନ୍ତି।

ସୁକୁମାର ରଣା ଙ୍କ ରିପୋର୍ଟ୍ 

 

Related posts

ରାଇରଙ୍ଗପୁର ପୌରପାଳିକା ପକ୍ଷରୁ ପ୍ରଥମ ବିଶ୍ୱ ଓଡିଆ ଦିବସ – ୨୦୨୪ ପାଳିତ 

masiha

ଟେକ୍ନୋୱାର୍ଲ୍ଡରେ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ

masiha

ମଧୁବାବୁଙ୍କ ଓଡ଼ିଶା ଆଜି କର୍ପୋରେଟ୍‌‍ ହାଉସ୍‌‍ ନିୟନ୍ତ୍ରଣରେ, ମଧୁସୂଦନ ଦାସଙ୍କ ଜୟନ୍ତୀ ପାଳିତ  

Sunil Chandra Nayak

Leave a Comment

error: Content is protected !!