ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଉତ୍କଳ ଜନନୀ ସେବା ସଙ୍ଗଠନ ପକ୍ଷରୁ ରକ୍ତଦାନ ଶିବିର

ଉତ୍କଳ ଜନନୀ ସେବା ସଙ୍ଗଠନ ପକ୍ଷରୁ ରକ୍ତଦାନ ଶିବିର

ଜଳେଶ୍ୱର, ୨୮/୯ (ମନିସ): ଜଳେଶ୍ୱର ବ୍ଲକ୍‌ କୋଟସାହି ପଞ୍ଚାୟତ ଅନ୍ତର୍ଗତ ଗୋବର୍ଦ୍ଧନପୁର ଗ୍ରାମର ଉତ୍କଳ ଜନନୀ ସେବା ସଙ୍ଗଠନ ପକ୍ଷରୁ ଗୁଣାକର ଜେନାଙ୍କ ବାସଭବନ ପରିସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଯୁବ ମୋର୍ଚ୍ଚା ସଭ୍ୟା ଅଳକା ଜେନଙ୍କ ସହଯୋଗରେ ଆୟୋଜିତ ଶିବିରକୁ ବିଜେପି ରାଜ୍ୟ ଉପସଭାପତି ଶିପ୍ରା ବାଜପେୟୀ ମୁଖ୍ୟ ଅତିଥି ଭାବେ ଯୋଗ ଉଦଘାଟନ କରିଥିଲେ।

ଅନ୍ୟତମ ଅତିଥି ଭାବେ ଜିଲ୍ଲା ରକ୍ତଦାତା ସଂଘର ସଭାପତି କମଳ ଚକ୍ରବର୍ତ୍ତୀ, ଉପଦେଷ୍ଟା ସୁକୁମାର ରଣା,ସମ୍ମାନିତ ଅତିଥି ଭାବେ ନାରୀନେତ୍ରୀ ଆରତୀ ଦାସ, ସତ୍ୟ ଶୋଭନ ମିଶ୍ର, ନନ୍ଦିତା ଦାସ ମହାପାତ୍ର, ଚନ୍ଦନ କର, ସମର କରଣ, ଆନନ୍ଦ ଭକ୍ତା, ତାପସ ପାତ୍ର, ବାସୁଦେବ ଭୋଇ, ରବୀନ୍ଦ୍ର ପାତ୍ର, ଗଣେଶ ଜେନା, ସତ୍ୟନାଥ ଦାସ, ଗଗନ ବିହାରୀ ସାହୁ ପ୍ରମୁଖ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ।ସଙ୍ଗଠନର ସଭାପତି ହେମନ୍ତ ଜେନାଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଶିବିରରୁ ୫୭ ୟୁନିଟ ରକ୍ତ ସଂଗୃହିତ ହୋଇଥିଲା। 

ପ୍ରଭାକର ନାଥ, ସତ୍ୟ ସାଧନ ନାଥ, ଜିତାଂଶୁ ନାଥ, ପ୍ରଦୀପ ନାଥ ପ୍ରମୁଖ ପରିଚାଳନା କରିଥିଲେ।ଏହି ଅବସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ସୁକୁମାର ରଣା ଙ୍କ ରିପୋର୍ଟ୍ 

Related posts

ନୂଆପଡା ରେ ପୁଣି ବାଘ ଆତଙ୍କ

Sunil Chandra Nayak

ଆଜି ଅନ୍ତର୍ଜାତୀୟ ଯୋଗ ଦିବସ ,ଧର୍ମଗଡ ସ୍ଵଧାର ଗୃହ ପରିସରରେ ମିଳିତ ଯୋଗାଭ୍ୟାସ କଲେ ଅନ୍ତେବାସୀ

Sunil Chandra Nayak

କଳମପୁର ଥାନା କୁ ପୁରିଲା ଦୁଇ ବର୍ଷ ବଦଲି ହେଲେଣି ଚାରି ଥାନା ଅଧିକାରୀ ଫାଣ୍ଡି ଅଧିକାରୀ ଉପରେ କାର୍ଯ୍ୟକ୍ରମ ଭାର 

masiha

Leave a Comment

error: Content is protected !!