ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଯୋଗାଣ ସହାୟକ ମାନଙ୍କ ଆନ୍ଦୋଳନ ଯୋଗୁଁ ଚାଉଳ ବଣ୍ଟନ ଓ ଅନ୍ୟନ୍ୟ କାର୍ଯ୍ୟ ଠପ 

ଯୋଗାଣ ସହାୟକ ମାନଙ୍କ ଆନ୍ଦୋଳନ ଯୋଗୁଁ ଚାଉଳ ବଣ୍ଟନ ଓ ଅନ୍ୟନ୍ୟ କାର୍ଯ୍ୟ ଠପ 

ନବରଙ୍ଗପୁର:(୨୧|୭)(ରବି ନାରାୟଣ ମହାନ୍ତି)ରାଜ୍ୟ ଯୋଗାଣ ସହାୟକ ସଂଘର ଆହ୍ଵାନ କ୍ରମେ ନବରଙ୍ଗପୁର ଜିଲା ଡାବୁଗାଁ ବ୍ଳକର ୧୨ ଗୋଟି ଗ୍ରାମ ପଞ୍ଚାୟତରେ କାର୍ଯ୍ୟରତ ୧୨ ଜଣ ଯୋଗାଣ ସହାୟକ ଜୁଲାଇ ୧୦ ତାରିଖରୁ ସମୂହ ଛୁଟିରେ ରହିଛନ୍ତି l ସେମାନେ ଭୁବନେଶ୍ବର ଲୋୟର ପିଏମଜି ଛକ ୧୧ ଦଫା ଦାବୀ ପୁରଣ ପାଇଁ ଚାଲିଥିବା ଆନ୍ଦୋଳନରେ ସାମିଲ ହୋଇଛନ୍ତି l ଯୋଗାଣ ସହାୟକ ମାନଙ୍କ କହିବା ଅନୁଯାୟୀ, ସେମାନେ ଦୀର୍ଘ ଦିନ ଧରି ପଞ୍ଚାୟତ ସ୍ତରରେ ସାର୍ବଜନୀନ ସାଧାରଣ ବଣ୍ଟନ ବ୍ୟବସ୍ଥା (ପି ଡି ଏସ)ଅଧୀନରେ ଖାଦ୍ୟ ଶସ୍ୟ ବଣ୍ଟନ,ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସର୍ଭେରେ ଜିଓଟ୍ୟାଗିଙ୍ଗ,  ବାର୍ଦ୍ଧକ୍ୟ ଭତ୍ତା ବଣ୍ଟନରେ ସହଯୋଗ, ଇ କେୱାଇସି କାର୍ଯ୍ୟ, ନିର୍ବାଚନ ଦାୟିତ୍ଵ ଏବଂ କରୋନା ମହାମରୀ ସମୟରେ ଜୀବନ କୁ ବାଜି ଲଗାଇ ଅତ୍ୟାବଶ୍ୟକ ସେବା ଯୋଗାଇ ଆସୁଛନ୍ତି l ତଥାପି ଦୀର୍ଘ ଦିନ ଧରି ଉପସ୍ଥାପିତ ୧୧ ଦଫା ଦାବୀ ଏପର୍ଯ୍ୟନ୍ତ ପୂରଣ ହୋଇ ନ ଥିବାରୁ ସେମାନେ ଆନ୍ଦୋଳନର ପନ୍ଥା ବାଛିବାକୁ ବାଧ୍ୟ ହୋଇଥିବା କହିଛନ୍ତି l ଧାରଣ ସ୍ଥାନରେ ଜିଲା ସଭାପତି ପ୍ରମୋଦ କୁମାର ମଲ୍ଲିକ, ଉପ ସଭାପତି ତୁଷାରକାନ୍ତ ଦାଶ,ସାଧାରଣ ସମ୍ପାଦକ ସୁଦର୍ଶନ ବିଶୋୟୀ, କୋଷାଧ୍ଯକ୍ଷ ସରୋଜ ସାହୁଙ୍କ ସମେତ ନବରଙ୍ଗପୁର ଜିଲାର ୧୦ ଗୋଟି ବ୍ଳକର ଯୋଗାଣ ସହାୟକମାନେ ଆନ୍ଦୋଳନକୁ ସମର୍ଥନ କରି ଆନ୍ଦୋଳନରେ ସାମିଲ ହୋଇଛନ୍ତି l କରୋନା ସମୟରେ ଗୁରୁତ୍ୱପୂର୍ଣ୍ଣ ସେବା ପ୍ରଦାନ କରିଥିଲେ ମଧ୍ୟ ସେମାନଙ୍କୁ କରୋନା ଯୋଦ୍ଧାର ସମ୍ମାନ କିମ୍ବା ସରକାରୀ କର୍ମଚାରୀର ମାନ୍ୟତା ମିଳି ନ ଥିବାରୁ ସେମାନେ କ୍ଷୋଭ ପ୍ରକାଶ କରିଛନ୍ତି l ସଂଘ ପକ୍ଷରୁ କୁହାଯାଇଛି ଯେ, ସରକାର ସେମାନଙ୍କ ଦାବୀ ପୂରଣ ନ କରିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ l ଏପଟେ ଯୋଗାଣ ସହାୟକ ମାନଙ୍କ ସମୂହ ଛୁଟି ଡାବୁଗାଁ ବ୍ଳକ ସମେତ ନବରଙ୍ଗପୁର ଜିଲା ର ବିଭିନ୍ନ ଗ୍ରାମ ପଞ୍ଚାୟତରେ ସାର୍ବଜନୀନ ବଣ୍ଟନ ବ୍ୟବସ୍ଥା ଅଧୀନରେ ଚାଉଳ ବଣ୍ଟନ କାର୍ଯ୍ୟ ସହ ଅନ୍ୟାନ୍ୟ କାର୍ଯ୍ୟ ସମ୍ପୂର୍ଣ୍ଣ ଠପ ହୋଇ ପଡିଛି lଯୋଗାଣ ସହାୟକ ମାନଙ୍କ ସମୂହ ଆନ୍ଦୋଳନ ଯୋଗୁଁ ଉପଭୋକ୍ତାମାନେ ଅସୁବିଧାର ସମ୍ମୁଖୀନ ହେଉଥିବା ସୂଚନା ମିଳିଛି l ଏଣୁ ସରକାର ସେମାନଙ୍କ ଦାବୀ ପୂରଣ ଦିଗରେ ଚେଷ୍ଟା କରି ଉପଭୋକ୍ତା ମାନଙ୍କ ସୁବିଧା କରାଇବା ପାଇଁ ଜନସାଧାରଣରେ ଦୃଢ଼ ଦାବୀ ହେଉଛି l

ନଵରଙ୍ଗପୁର ଜିଲ୍ଳାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଧର୍ମଗଡ ତିନିଛକ ଠାରେ ଅସହାୟ ଅବସ୍ଥାରେ ବୁଲୁଥିବା ବୃଦ୍ଧା ର ପରିଚୟ ମିଳିଲା , ପରିବାରକୁ ହସ୍ତାନ୍ତର କଲା ଧର୍ମଗଡ ଥାନା ପୋଲିସ

Sunil Chandra Nayak

ସି ଆଇ ଟି ୟୁ ର ୫୬ ତମ ପ୍ରତିଷ୍ଠା ଦିବସ 

masiha

୫୫ ବର୍ଷର ଜୁନାଗଡ଼ ଏନଏସିକୁ ମିଳୁନି ମ୍ୟୁନିସିପାଲଟି ମାନ୍ୟତ, ଏ ଯାଏଁ ନିଜସ୍ଵ ଗୃହ ନାହିଁ , ପାଠାଗାରରେ ଚାଲିଛି କାର୍ଯ୍ୟାଳୟ

Sunil Chandra Nayak

Leave a Comment

error: Content is protected !!