ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଦିବାସୀ କଲ୍ୟାଣ ପରିଷଦ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ଅନୁଷ୍ଠିତ

ଆଦିବାସୀ କଲ୍ୟାଣ ପରିଷଦ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ଅନୁଷ୍ଠିତ

କୋଲନରା, ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ ବାଙ୍କିଲି ଗ୍ରାମ ପଞ୍ଚାୟତ ସ୍ଥିତ ଆଦିବାସୀ କଲ୍ୟାଣ ପରିଷଦ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିଚାଳିତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆଜି ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି। ବିଦ୍ୟାଳୟର ଛାତ୍ରୀମାନେ ସ୍ୱାଗତ ସଙ୍ଗୀତ ଗାନ କରି ଅତିଥି ମାନଙ୍କୁ ସ୍ୱାଗତ କରିଥିଲେ। ଉତ୍ସବ ରେ ବିଦ୍ୟାଳୟର ଅଧ୍ୟକ୍ଷ ମୁକୁନ୍ଦ ଚନ୍ଦ୍ର ଶବର ସଭାପତିତ୍ୱ କରିଥିବା ବେଳେ, ମୁଖ୍ୟ ଅଥିତି ବାଙ୍କିଲି ଗ୍ରାମ ପଞ୍ଚାୟତ ସରପଞ୍ଚ କୁନି ମାଣ୍ଡ।ଙ୍ଗି, ଓ ସାଂମ୍ମାନୀତ ଅତିଥି କାମେଶ୍ୱର ମାଣ୍ଡଙ୍ଗି ,ପ୍ରତିଷ୍ଠାତା ଓ ସଭାପତି କଣ୍ଡାଗରୀ ଲେଙ୍କା, ୱାର୍ଡ ମେମ୍ବର ସୁଜାତା ମାଣ୍ଡାଙ୍ଗି,କମିଟି ସଦସ୍ୟ ସଦସ୍ୟା କରିସମ୍ମା ହିମିରିକା, ହେମାବତୀ କଣ୍ଡାଗରୀ, ଅଚ୍ଚୁତା ନନ୍ଦ ବିଡ଼ିକା, ଭାସ୍କର ତାଡ଼ିଙ୍ଗି, ଏବଂ ଗ୍ରାମବାସୀ ଯୋଗଦେଇ ଥିଲେ।ଉକ୍ତ କାର୍ଯ୍ୟକ୍ରମ ରେ ଅଧ୍ୟାପକ ମୁକୁନ୍ଦ ଚନ୍ଦ୍ର ଶବର ବାର୍ଷିକ ବିବରଣୀ ପାଠ କରିବା ସହ ବିଦ୍ୟାଳୟ ର ପ୍ରତିଷ୍ଠାତା ଙ୍କ ସେବା କାର୍ଯ୍ୟ କୁ ନେଇ ସଂକ୍ଷେପରେ କହିଥିଲେ । ବିଦ୍ୟାଳୟ ରେ ଅନୁଷ୍ଠିତ ବିଭିନ୍ନ କ୍ରୀଡା ପ୍ରତିଯୋଗିତାରେ କୃତ୍ତି ଅର୍ଜନ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ଅତିଥିମାନେ ପ୍ରମାଣପତ୍ର ସହିତ କପ ପ୍ରଦାନ କରି ସମ୍ମାନିତ କରିଥିଲେ। ଏହି ଅବସରରେ ବିଦ୍ୟାଳୟର ଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଏହି କାର୍ଯ୍ୟକ୍ରମ କୁ ବିଦ୍ୟାଳୟର ସହଯୋଗୀ ଅଧ୍ୟାପିକା ସରସ୍ୱତୀ ଶବର,ମାମୁନି ଗମାଙ୍ଗ,ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ଆଖ ପାଖ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ମାନେ ନିମନ୍ତ୍ରିତ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଅଧ୍ୟାପିକା କୁମାରୀ ଋଷିକା ଶବର ମଞ୍ଚ ପରିଚାଳନା କରିଥିଲେ । 

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଉଦବୋଧନୀ କାର୍ଯ୍ୟକ୍ରମ 

masiha

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସ ଅବସରରେ ନର୍ଲା ଠାରେ ରକ୍ତଦାନ ଶିବିର ଅନୁଷ୍ଠିତ,  ୫୪ ୟୁନିଟ ରକ୍ତ ସଂଗୃହୀତ 

Sunil Chandra Nayak

ଶିଶୁ ଦିବସ ଉପଲକ୍ଷେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ

masiha

Leave a Comment

error: Content is protected !!