ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିକଶିତ ଗାଁ ବିକଶିତ ଓଡିଶା ର ଶୁଭାରମ୍ଭ କଲେ ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡ଼ିଶା, ଶ୍ରୀଯୁକ୍ତ ମୋହନ ଚରଣ ମାଝୀ 

ବିକଶିତ ଗାଁ ବିକଶିତ ଓଡିଶା ର ଶୁଭାରମ୍ଭ କଲେ ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡ଼ିଶା, ଶ୍ରୀଯୁକ୍ତ ମୋହନ ଚରଣ ମାଝୀ 

ଭବାନୀପାଟଣା: // ସରକାରଙ୍କର ଏକ ଯୁଗାନ୍ତକାରୀ ଯୋଜନା ବିକଶିତ ଗାଁ ବିକଶିତ ଓଡ଼ିଶା ର ଆଜି ଶୁଭାରମ୍ଭ କରାଯାଇଛି। ଖୋର୍ଦ୍ଧା ଜିଲ୍ଲାର ଜଙ୍କିଆ ଠାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଏହି ସମାରୋହରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିକଶିତ ଗାଁ ବିକଶିତ ଓଡିଶା ର ଶୁଭାରମ୍ଭ କରିଥିଲେ। ଏହି ଯୋଜନା ର ରୂପରେଖ ହେଉଛି ସମୃଦ୍ଧ ଓଡ଼ିଶା ର ନୂତନ ପରିଭାଷା, 5 ହଜାର କୋଟି ଟଙ୍କାର ବ୍ୟୟ ବରାଦ ରେ 5 ବର୍ଷ ପର୍ଯ୍ୟନ୍ତ ଯୋଜନା ହେବ କାର୍ଯ୍ୟକାରୀ। ଏଥିରେ ମୌଳିକ ଭିତ୍ତିଭୂମି ବିକାଶ ସହ ଗ୍ରାମୀଣ ଯୋଗାଯୋଗ ବ୍ୟବସ୍ଥା ର ସୁଦୃଢୀକରଣ, ବିଶେଷ ଭାବରେ ଅନୁନ୍ନତ ଜନଜାତି ସମୁଦାୟ ବସବାସ କରୁଥିବା ଅଞ୍ଚଳରେ ଆଭ୍ୟନ୍ତରୀଣ ଓ ଅନ୍ତଗ୍ରାମ୍ୟ ସଡକ ସଂଯୋଗୀ କରଣ, କ୍ଷୁଦ୍ର ପର୍ଯ୍ୟଟନ ସ୍ଥଳୀ ର ବିକାଶ ଓ ଉନ୍ନତି କରଣ, ଶିକ୍ଷା ଓ କ୍ରୀଡ଼ା ଭିତ୍ତିଭୂମି ର ସମ୍ପ୍ରସାରଣ ଓ ଆଧୁନିକକରଣ,ନୂତନ ଅଭିନବ ଜନମଙ୍ଗଳକାରୀ ବହୁମୂଖୀ ପ୍ରକଳ୍ପର ନିର୍ମାଣ ଓ କାର୍ଯ୍ୟନ୍ନୟନ ଇତ୍ୟାଦି କରାଯିବ। ଆଭାସୀ ମାଧ୍ୟମରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ରାଜ୍ୟର ସମସ୍ତ ଜିଲ୍ଲାର ସଦରମହକୁମା, ବ୍ଲକ ସ୍ତରରେ ଆୟୋଜିତ କାର୍ଯ୍ୟକ୍ରମରେ ସମ୍ପୃକ୍ତ ଜିଲ୍ଲାର ସମସ୍ତ ଜନପ୍ରତିନିଧି,ଅଧିକାରୀ ଅଂଶ ଗ୍ରହଣ କରିଥିଲେ l ଆଭାସୀ ମାଧ୍ୟମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ବିକଶିତ ଗାଁ ବିକଶିତ ଓଡିଶା ର ଶୁଭାରମ୍ଭ କରି କହିଲେ ଯେ ଏହି ଯୋଜନା ର ଶୁଭାରମ୍ଭ କରି ମୁଁ ଆନନ୍ଦିତ ଜାତିର ଜନକ ମହାତ୍ମାଗାନ୍ଧୀ କହିଥିଲେ ଭାରତର ଆତ୍ମା ଗାଁ ରେ ଗାଁ ର ବିକାଶ ହେଲେ ରାଜ୍ୟ ର ବିକାଶ ହେବ,ତେଣୁ ତୃଣମୂଳ ସ୍ତରରେ ସମସ୍ତେ ଏଥିରେ ସାମିଲ ହୋଇ ଗାଁ ର ଉନ୍ନତି ଓ ବିକାଶରେ ସହଯୋଗ କରିବା ପାଇଁ ସେ ଆହ୍ଵାନ ଦେଇଥିଲେ। ଏହି ଅବସରରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ତରଫରୁ ଜିଲ୍ଲା ସଦରମହକୁମା ସ୍ଥିତ ଲାଲବାହାଦୁର ଶାସ୍ତ୍ରୀ ଷ୍ଟାଡିୟମ୍ ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାପରିଷଦ ସଭାପତି ପୁଷ୍ପେନ୍ଦ୍ର ସିଂହଦେଓ, ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ, ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲାପରିଷଦ ଦୟାମୟ ପାଢି, ପି ଡି,(DUDA) ମୁନୀନ୍ଦ୍ର ହୋନାଗା,ଉପ ଜିଲ୍ଲାପାଳ ଭବାନୀପାଟଣା, ପ୍ରଭାତ କୁମାର ପରିଡା, କଳାହାଣ୍ଡି ସାଂସଦ ଙ୍କ ପ୍ରତିନିଧି ସନ୍ତୋଷ କୁମାର ବିଶି,ବ୍ଲକ ଅଧ୍ୟକ୍ଷ ଭବାନୀପାଟଣା,ପ୍ରଫୁଲ୍ଲ କୁମାର ସାହୁ, ବିଡିଓ ଚନ୍ଦନ ଭୋଇ, ବିଭିନ୍ନ ବିଭାଗୀୟ ଅଧିକାରୀ, ଜନପ୍ରତିନିଧି ପ୍ରମୁଖ ଯୋଗଦେଇ ଥିଲେ, ଏଥିରେ ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲାପରିଷଦ ଶ୍ରୀ ପାଢି ସ୍ୱାଗତ ଅଭିଭାଷଣ ଦେଇଥିଲେ, ବିକଶିତ ଗାଁ ବିକଶିତ ଓଡିଶା ଏକ ଯୁଗାନ୍ତକାରୀ ଯୋଜନା ର ଶୁଭାରମ୍ଭ କରିଥିବାରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମକୁ ସତ୍ୟନାରାୟଣ ମହାପାତ୍ର ପରିଚାଳନା କରିଥିଲେ। 

( ମ ନି ସ ) 

Related posts

ସନ୍ତୋଷ ସିଂଦେଓଙ୍କୁ ଦେବଗିରି ସାମ୍ବାଦିକତା ସମ୍ମାନ

masiha

ଶ୍ରୀରାମକୃଷ୍ଣ ବୃଦ୍ଧାଶ୍ରମରେ କଳାରୁଦ୍ର ଯୁବକ ସଂଘର ୧୯ତମ ବାର୍ଷିକ ଉତ୍ସବ

masiha

ବହୁଜନ ସଂଗ୍ରାମ ସମିତି ପକ୍ଷରୁ ତିନି ସକ୍ରିୟ ସଦସ୍ୟଙ୍କ ଜନ୍ମଦିନ ଧୁମଧାମରେ ପାଳିତ

Leave a Comment

error: Content is protected !!