ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବଡବସୁଲ ଗ୍ରାମଠାରେ ସ୍ବତନ୍ତ୍ର ଗ୍ରାମସଭା ଅନୁଷ୍ଠିତ

ବଡବସୁଲ ଗ୍ରାମଠାରେ ସ୍ବତନ୍ତ୍ର ଗ୍ରାମସଭା ଅନୁଷ୍ଠିତ

ଧର୍ମଗଡ ବ୍ଲକ ବଡବସୁଲ ଗ୍ରାମଠାରେ ଆଜି ସ୍ବତନ୍ତ୍ର ଗ୍ରାମସଭା ଅନୁଷ୍ଠିତ ହୋଇଯାଇଛି। ଏହି ଗ୍ରାମ ସଭାରେ ଭାରତ ସରକାରଙ୍କ ଆଦିବାସୀ ବ୍ୟାପାର ମନ୍ତ୍ରାଳୟର ନିର୍ଦେଶିକା ବର୍ଣାଲି ଡେକା, କଳାହାଣ୍ଡି ଜିଲ୍ଲାପାଳ ପାୱାର ସଚିନ ପାୱାର, ସି.ଡି.ଓ,କଳାହାଣ୍ଡି ଦୟାମୟ ପାଢ଼ୀ, ପି.ଏ ଆଇ.ଟି.ଡି.ଏ ପ୍ରଦ୍ୟୁମ୍ନ ଦାସ, ଧର୍ମଗଡ ଉପଜିଲ୍ଲାପାଳ ପ୍ରେକ୍ଷା ଅଗ୍ରୱାଲ,ଧର୍ମଗଡ ବ୍ଲକ ଅଧ୍ୟକ୍ଷା ବବିତା ପଟ୍ଟଯୋଷି,ଧର୍ମଗଡ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସଦାଶିବ ନାୟକ ପ୍ରମୁଖ ଯୋଗଦେଇ ଆଦି କର୍ମଯୋଗୀ ଅଭିଯାନ ଅଭିଯାନର ଆଭିମୁଖ୍ୟ ସଂପର୍କରେ ଆଲୋକପାତ କରିଥିଲେ। ବଡବସୁଲ ସରପଞ୍ଚ ମକୁନ୍ଦ ଶବରଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉକ୍ତ ଗ୍ରାମସଭାରେ ପଂଚାୟତର ସମସ୍ତ ଅଙ୍ଗନୱାଡ଼ି, ଆଶା, ୱାର୍ଡ ସଭ୍ୟ/ସଭ୍ୟା, ଶିକ୍ଷକ, ସ୍ଵୟଂ ସହାୟକ ଗୋଷ୍ଠୀ ର ସଦସ୍ୟା ସମେତ ଗାଁର ଶତାଧିକ ଲୋକ ଉପସ୍ଥିତ ଥିଲେ। ନିର୍ଦ୍ଦେଶିକା ଶ୍ରୀମତୀ ଡେକା ଆଦି ସେବାକେନ୍ଦ୍ର ପରିଦର୍ଶନ କରିବା ସହିତ ଗାଁର ସାମାଜିକ ଓ ସମ୍ୱଳ ମାନଚିତ୍ର ଦେଖି ଖୁସି ବ୍ୟକ୍ତ କରିଥିଲେ। ଏହାପରେ ଆଦି କର୍ମଯୋଗି ଅଭିଯାନ ଅନ୍ତର୍ଗତରେ ତିଆରି ହୋଇଥିବା ୫ବର୍ଷିଆ ଗ୍ରାମ୍ୟ ଯୋଜନା କୁ କର୍ତ୍ତବ୍ୟ ପ୍ରକଳ୍ପ ନିର୍ଦେଶକ ରାଜେଶ ପଟ୍ଟନାୟକ ଗୋଟି ଗୋଟି କରି ସମସ୍ତଙ୍କୁ ଅବଗତ କରିଥିଲେ। ଗୋଷ୍ଠୀ ଉନ୍ନୟନ ଅଧିକାରୀ ସଦାଶିବ ନାୟକ ସ୍ବାଗତ ଅଭିଭାଷଣ ରଖିଥିବା ବେଳେ ବ୍ଲକ ଅଧ୍ୟକ୍ଷା ବବିତା ପଟ୍ଟଯୋଷି ଧନ୍ୟବାଦ୍ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ବ୍ଲକର ଆଦି କର୍ମଯୋଗି, ବ୍ଲକ୍ ମାଷ୍ଟର ଟ୍ରେନର ଅରୂପାନନ୍ଦ ଭୋଇ, ଗାଁର ଆଦି ସହଯୋଗୀ, ଗାଁର ଆଦି ସାଥି ସମେତ ବିଭିନ୍ନ ବିଭାଗର ସରକାରୀ କର୍ମଚାରୀ ମାନେ ଯୋଗ ଦେଇଥିଲେ । ସୁର୍ଯ୍ୟ ନାରାୟଣ ପାଢ଼ୀ, ସୁଚିସ୍ମିତା ମୁଣ୍ଡ, ଅଭି ମଙ୍ଗରାଜ, ଦିବ୍ୟ ରଞ୍ଜନ ବେହେରା, ଦକ୍ଷଶୁତ ଭାଇଁସାଲ, କମଳାକାନ୍ତ ଶବର,ରଥ ଗୋପାଲ,ବଟକୃଷ୍ଣ ବାରିକ, ମମତା ଶବର, ସଞ୍ଜୀବ ମେହେର, ରବୀନ୍ଦ୍ର ବେହେରୁକ, ହୃଷୀକେଶ ରାଉତ, ରାଜେନ୍ଦ୍ର ଦୁରିଆ ପ୍ରମୁଖ ସହଯୋଗ କରିଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ନର୍ଲା ବ୍ଲକ ସ୍ତରୀୟ ଶିକ୍ଷଣ ସାମଗ୍ରୀ କର୍ମଶାଳା ଓ ପ୍ରଦର୍ଶନୀ ମେଳା

masiha

ଜିଲ୍ଲା କଂଗ୍ରେସର ସାଧାରଣ ସମ୍ପାଦକ ଭାବେ ମନୋନୀତ ହେଲେ ରାଜେନ୍ଦ୍ର ନାଏକ, ବିଭିନ୍ନ ମହଲରୁ ଶୁଭେଚ୍ଛା

masiha

ଲଗାଣ ବର୍ଷାରେ ମାଟିଘର ଭୁଷୁଡ଼ି ବ୍ୟକ୍ତିଙ୍କ ମ୍ରୁତ୍ୟୁ, ଘଟଣାସ୍ଥଳରେ ପହଞ୍ଚିଲେ ପୁଲିସ ଓ ଜନ ପ୍ରତିନିଧି

masiha

Leave a Comment

error: Content is protected !!